ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତୀୟ ମତ୍ସ୍ୟଜୀବିଙ୍କ ଉପରେ ଶ୍ରୀଲଙ୍କା ସେନାର ଗୁଳିମାଡ଼: ୧୩ ଆହତ, ଦୂତାବାସ ଅଧିକାରୀଙ୍କୁ ବୈଦେଶିକ ମନ୍ତ୍ରଣାଳୟର ଜବାବ ତଲବ

Published By : Ankita S | January 28, 2025 6:33 PM

ନୂଆଦିଲ୍ଲୀ,୨୮।୧:  ମତ୍ସ୍ୟଜୀବିଙ୍କ ପ୍ରସଙ୍ଗ ନେଇ ଶ୍ରୀଲଙ୍କା ଉପରେ ଅସନ୍ତୋଷ ପ୍ରକାଶ କଲା ଭାରତ। ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁସାରେ, ଶ୍ରୀଲଙ୍କା ନୌସେନା ପକ୍ଷରୁ ଭାରତୀୟ ମତ୍ସ୍ୟଜୀବିଙ୍କୁ ଧରିବା ପାଇଁ ହୋଇଥିବା ଗୁଳିକାଣ୍ଡ ମାମଲାରେ କଡ଼ା ବିରୋଧ କରାଯାଇଛି। ମନ୍ତ୍ରଣାଳୟର କହିବା ଅନୁସାରେ, ଡିଲଫ୍ଟ ଦ୍ବୀପ ନିକଟରେ ଶ୍ରୀଲଙ୍କା ନୌସେନାର ଫାୟାରିଂରେ ଦୁଇ ଭାରତୀୟ ମତ୍ସଜୀବିଙ୍କ ଜାଫନା ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ଶ୍ରୀଲଙ୍କା ଦୂତାବାସ ଅଧିକାରୀଙ୍କୁ ଜବାବ ତଲବ କରିବା ସହ କଡା ବିରୋଧ ପ୍ରକାଶ କରିଛି। 

ବୈଦେଶିକ ମନ୍ତ୍ରଣାଳୟ କହିଛି, ମଙ୍ଗଳବାର ସକାଳେ ଡିଲଫ୍ଟ ଦ୍ବୀପ ନିକଟରେ ୧୩ ଭାରତୀୟ ମତ୍ସ୍ୟଜୀବିଙ୍କୁ ଧରିବା ବେଳେ ଶ୍ରୀଲଙ୍କାର ନୌସେନା ପକ୍ଷରୁ ଗୁଳିମାଡ ଘଟଣା ନେଇ ସୂଚନା ମିଳିଛି। ମାଛ ଧରାଯାଉଥିବା ଡଙ୍ଗାରେ ଥିବା ୧୩ ମତ୍ସଜୀବିଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କର ଜାଫନା ଟିଚିଙ୍ଗ ହସ୍ପିଟାଲରେ ଚିକିତ୍ସା ଚାଲିଛି। ତିନି ଅନ୍ୟ ମତ୍ସ୍ୟଜୀବିଙ୍କୁ ସାମାନ୍ୟ ଆଘାତ ଲାଗିଛି। ତାଙ୍କର ମଧ୍ୟ ଚିକିତ୍ସା ଜାରି ରହିଛି। ଜାଫନାରେ ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀ ଆହତ ମତ୍ସ୍ୟଜୀବିଙ୍କୁ ହସ୍ପିଟାଲରେ ଭେଟିବା ଓ ତାଙ୍କର ହାଲଚାଲ ପଚାରି ବୁଝିଛନ୍ତି। ସେମାନେ ମତ୍ସ୍ୟଜୀବି ଓ ତାଙ୍କ ପରିବାରକୁ ସବୁ ପ୍ରକାର ସହାୟତା ପ୍ରଦାନ କରିଛନ୍ତି।

 ଏହା ପୂର୍ବରୁ ପୁଡୁଚେରୀ କେନ୍ଦ୍ର ଶାସିତ ରାଜ୍ୟର କରାଇକଲରୁ ଶ୍ରୀଲଙ୍କା ନୌସେନା ଦ୍ବୀପ ରାଷ୍ଟ୍ରର ଜଳକ୍ଷେତ୍ର‌ରେ ପ୍ରବେଶ କରିବା ଅଭିଯୋଗରେ ୧୩ ଜଣ ମତ୍ସ୍ୟଜୀବିଙ୍କୁ ଗିରଫ କରିଛି। ପୁଡୁଚେରୀ ସରକାରଙ୍କ ଶୀର୍ଷ ଅଧିକାରୀ କହିଛନ୍ତି, ସରକାର ମତ୍ସ୍ୟଜୀବି ଓ ତାଙ୍କର ବୋଟ୍‌କୁ ଛଡାଇବା ପାଇଁ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାର ଦାବି କରିବେ। ଗିରଫ ହୋଇଥିବା ମତ୍ସ୍ୟଜୀବିଙ୍କ ନାଁ ଜାଣିବାକୁ ଚେଷ୍ଟା କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.