ନୂଆଦିଲ୍ଲୀ,୨୨।୧୨: ଭାରତ ଓ ନ୍ୟୁଜିଲାଣ୍ଡ ଭିତରେ ଦ୍ବିପାକ୍ଷିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA)କୁ ମିଳିଛି ମଞ୍ଜୁରୀ। ସୋମବାର ଫୋନ୍‌ରେ ଆଲୋଚନା ପରେ ବ୍ୟାପକ୍ ଫ୍ରି ଟେଡ୍ ଏଗ୍ରିମେଣ୍ଟ (ଏଫଟିଏ) ବା ମୁକ୍ତ ବାଣିଜ୍ୟ ଚୁକ୍ତିକୁ ମଞ୍ଜୁରୀ ନେଇ ଐତିହାସିକ ଘୋଷଣା କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ସୁଦୃଢ଼ କରିବ ଏବଂ ଆଗାମୀ ବର୍ଷରେ ଅଭୂତପୂର୍ବ ନିବେଶ ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।

ଉଲ୍ଲେଖନୀୟ ଯେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଫଟିଏ ଉପରେ ଆଲୋଚନା ମାର୍ଚ୍ଚ ୨୦୨୫ ରେ ଆରମ୍ଭ ହୋଇଥିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ଲକ୍ସନ ଭାରତ ଗସ୍ତ କରିଥିଲେ। ମାତ୍ର ୯ ମାସର ରେକର୍ଡ ସମୟ ମଧ୍ୟରେ ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସମାପ୍ତ ହେବା ଦୁଇ ଦେଶ ମଧ୍ୟରେ ରାଜନୈତିକ ଇଚ୍ଛାଶକ୍ତି ଏବଂ ରଣନୈତିକ ବୁଝାମଣାକୁ ପ୍ରତିଫଳିତ କରେ। ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଦ୍ୱିଗୁଣିତ ହେବ ବୋଲି ଉଭୟ ନେତା ବିଶ୍ୱାସ ପ୍ରକାଶ କରିଥିଲେ।

ଆହୁରି ପଢନ୍ତୁ :ଆଜମେର ଦରଘାରେ ଚଢାନଯାଉ ପିଏମ୍‌ଓ ପଠାଉଥିବା ଚାଦର, ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ଏହି ଚୁକ୍ତିନାମା ଅନୁଯାୟୀ, ନ୍ୟୁଜିଲାଣ୍ଡ ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତରେ ୨୦ ନିୟୁତ ଡଲାର ନିବେଶ କରିବ। ଏହି ନିବେଶ କୃଷି, ଦୁଗ୍ଧ, ଖାଦ୍ୟ ପ୍ରକ୍ରିୟାକରଣ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ଭଳି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ। ନ୍ୟୁଜିଲାଣ୍ଡ ସହ ଏହି ଚୁକ୍ତି ଗତକିଛି ବର୍ଷରେ ଭାରତ ଓମାନ, ୟୁଏଇ, ୟୁକେ, ଅଷ୍ଟ୍ରେଲିଆ, ମରିସସ୍ ଓ EFTA (ୟୁରୋପୀୟ ଫ୍ରି ଟ୍ରେଣ୍ଡ ବ୍ଲକ୍) ଏଭଳି ଚୁକ୍ତି କରିସାରିଛି। ଭାରତ ଦ୍ରୁତ ଗତିରେ ଭରସାଯୋଗ୍ୟ ବିଶ୍ବ ବ୍ୟାପାର କେନ୍ଦ୍ର ରୂପରେ ଆଗକୁ ବଢୁଛି।

​​​​​​​

ଏହି ଚୁକ୍ତିନାମା ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡରୁ ଭାରତରେ ଆମଦାନୀ ହେଉଥିବା ୯୫ ପ୍ରତିଶତ ସାମଗ୍ରୀ ଉପରେ ଲାଗୁଥିବା ଶୁଳ୍କ ଉଚ୍ଛେଦ କରାଯିବ କିମ୍ବା ଯଥେଷ୍ଟ ହ୍ରାସ କରାଯିବ। ଏହା ବ୍ୟତୀତ, ଚୁକ୍ତିନାମାର ପ୍ରଥମ ଦିନରୁ ଅଧାରୁ ଅଧିକ ଉତ୍ପାଦ ଶୁଳ୍କମୁକ୍ତ ହେବ। ଏହା ବଜାର ପ୍ରତିଯୋଗିତା ବୃଦ୍ଧି କରିବ ଏବଂ ଗୁଣାତ୍ମକ ସାମଗ୍ରୀ ସହଜରେ ଉପଲବ୍ଧ କରିବ। ଭାରତର ଦୃଷ୍ଟିକୋଣରୁ, ଏହା ରପ୍ତାନିକାରୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି। ଏହି ଚୁକ୍ତିନାମା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ରଖିଛି। ଏହା ସହିତ, ନ୍ୟୁଜିଲାଣ୍ଡ ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୨୦ ବିଲିୟନ ଆମେରିକୀୟ ଡଲାର ନିବେଶ କରିବାକୁ ବିଶ୍ୱାସ ପ୍ରକାଶ କରିଛି। ଏହି ନିବେଶ କେବଳ ଅର୍ଥନୀତିକୁ ସୁଦୃଢ଼ କରିବ ନାହିଁ ବରଂ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ। ନ୍ୟୁଜିଲାଣ୍ଡ ବଜାର ଏବେ ଏମଏସ୍ଏମଇ, ଚାଷୀ ଏବଂ ନୂତନ ଉଦ୍ୟୋଗୀମାନଙ୍କୁ ଅନେକ ସୁଯୋଗ ପ୍ରଦାନ କରିବା ଅପେକ୍ଷାରେ ରହିଛି।