ମୁମ୍ବାଇ, ୧୪/୦୫: ଜୁନ୍ ମାସରେ ଭାରତ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଟ୍ରାଇ-ସିରିଜ୍ । ଏନେଇ ଭାରତୀୟ ଦଳ ଘୋଷଣା । ବିସିସିଆଇ ଚୟନ କମିଟି ୧୫ଜଣିଆ ଦଳ ଘୋଷଣା କରିଛି । ଏଥିରେ ଦତିଲକ ବର୍ମାଙ୍କୁ ଅଧିନାୟକ ଦାଯିତ୍ବ ମିଳିଥିବା ବେଳେ ରିଆନ୍ ପରାଗ ଉପଅଧିନାୟକ ଦାୟତ୍ବି ତୁଲାଇବେ । ସବୁଠୁ ବଡ଼ କଥା ହେଲେ ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ସୁଯୋଗ ମିଳିଛି । ସେହିପରି ଇଣ୍ଡିଆନ ପ୍ରମିୟର ଲିଗରେ ଜଲୱା ଦେଖାଉଥିବା ବ୍ୟାଟର ପ୍ରିୟାନ୍ସ ଆରିୟା ଏବଂ ବୋଲର ଅଂଶୁଲ କମ୍ବୋଜଙ୍କୁ ଦଳରେ ସ୍ଥାନ ପାଇଛନ୍ତି ।    ​​​​​​​

ବିସିସିଆଇରୁ ମିଳିଥିବା ସୂଚନା ମୁତାବକ, ଏହି ଦିନିକିଆ ଟ୍ରାଇ-ସିରିଜ୍ ଇଣ୍ଡିଆ-A ସହିତ ଶ୍ରୀଲଙ୍କା-A ଏବଂ ଆଫଗାନିସ୍ତାନ-A ମଧ୍ୟରେ ଖେଳାଯିବ । ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାର ଡାମ୍ବୁଲା ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଏହି ଟ୍ରାଏ-ସିରିଜ୍ ପାଇଁ ଇଣ୍ଡିଆ-Aରେ ଅନେକ ଯୁବ ପ୍ରତିଭାଙ୍କୁ ସୁଯୋଗ ମିଳିଛି । ଯେଉଁମାନେ ଘରୋଇ କ୍ରିକେଟ୍ ଏବଂ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି । ସବୁଠାରୁ ବଡ଼ କଥା ହେଲା ଏହି ସିରିଜ୍ ମାଧ୍ୟମରେ ଟିମ୍ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ହୋଇଛି । ସେହିପରି ପ୍ରିୟାଂଶ ଆରିୟା, ଆୟୁଷ ବଦୋନୀ, ନିଶାନ୍ତ ସିନ୍ଧୁ ଏବଂ ହର୍ଷ ଦୁବେ ମଧ୍ୟ ସୁଯୋଗ ମିଳିଛି । ଓ୍ବିକେଟ କିପର ଭାବେ ପ୍ରଭସିମ୍ରନ ସିଂହ ଏବଂ କୁମାର କୁଶାଗ୍ରଙ୍କୁ ଟିମରେ ସାମିଲ୍ କରାଯାଇଛି ।​​​​​​​

ବୈଭବ ସୂର୍ଯ୍ୟବଂଶୀଙ୍କୁ ଇଣ୍ଡିଆ-Aରେ ସୁଯୋଗ ?

ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ୨୦୨୬ ରେ ଦମଦାର ପ୍ରଦର୍ଶନ ଜାରି ରିଖିଛନ୍ତି । ସେ ରାଜସ୍ଥାନ ରଏଲ୍ସ ପାଇଁ ଖେଳୁଛନ୍ତି । ବର୍ତ୍ତମାନ ସୁଦ୍ଧ ୧୧ଟି ମ୍ୟାଚ୍‌ରେ ୪୪୦ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି । ଏଥିରେ ଗୋଟିଏ ଶତକୀୟ ଇନିଂସ ରହିଛି । ସେ ୪୦.୦୦ ଆଭରେଜ୍ ଏବଂ ୨୩୬.୫୫ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ ଜାରି ରଖିଛନ୍ତି  । ସେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ରହିଛି । ସେହିପରି ୧୧ଟି ମ୍ୟାଚରେ ୩୮ଟି ଚୌକା ଏବଂ ୪୦ଟି ଛକା ମାରିସାରିଛନ୍ତି । ସେ ଏହା ପୂର୍ବରୁ ଭାରତ ଅଣ୍ଡର-୧୯ ଦଳର ସ୍ଥାନ ପାଇ ସାରିଛନ୍ତି । ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିରୋଧରେ ୫୮ଟି ବଲରେ ଶତକ ହାସଲ କରିଥିଲେ  । ୨୦୨୪ ଏସିସି ଅଣ୍ଡର-୧୯ ଏସିଆ କପରେ ସେ ୧୭୬ ରନର ଜବରଦସ୍ତ ଇନିଂସ ଖେଳି ଭାରତକୁ ଫାଇନାଲରେ ପହଞ୍ଚାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ରଣଧୀର ବର୍ମା ଅଣ୍ଡର-୧୯ ଟୁର୍ଣ୍ଣାମେଣ୍ଟରେ ବୈଭବ ଅପରାଜିତ ୩୩୨ ରନ୍ କରିଥିଲେ ।

ଅଣ୍ଡର-୧୯ ବିଶ୍ୱକପ ୨୦୨୬ ଫାଇନାଲ:

୨୦୨୬ ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲ୍‌ରେ ୱୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିରୋଧରେ କେବଳ ୮୦ଟି ବଲରେ ବିସ୍ଫୋରକ ୧୭୫ ରନ୍ କରିଥିଲେ। ଏହି ଐତିହାସିକ ଇନିଂସରେ ସେ ୧୫ଟି ଚୌକା ଓ ୧୫ଟି ଛକା ମାରିଥିଲେ। ତାଙ୍କର ଏହି ଅଦ୍ଭୁତ ଇନିଂସ ବଳରେ ଭାରତ ଟୁର୍ଣ୍ଣାମେଣ୍ଟ ଜିତିବାରେ ସଫଳ ହୋଇଥିଲା।

ଇଣ୍ଡିଆ-A ଦଳ: ତିଲକ୍ ବର୍ମା (ଅଧିନାୟକ), ପ୍ରିୟାଂଶ ଆର୍ୟା, ବୈଭବ ସୂର୍ଯ୍ୟବଂଶୀ, ରିୟାନ ପରାଗ (ଉପ-ଅଧିନାୟକ), ଆୟୁଷ ବଦୋନୀ, ନିଶାନ୍ତ ସିନ୍ଧୁ, ହର୍ଷ ଦୁବେ, ସୂର୍ଯ୍ୟାଂଶ ଶେଡଗେ, ପ୍ରଭସିମରନ ସିଂହ (ୱିକେଟ କିପର), କୁମାର କୁଶାଗ୍ର (ୱିକେଟ କିପର), ବିପ୍ରାଜ ନିଗମ, ଯଶ ଠାକୁର, ଯୁଦ୍ଧବୀର ସିଂହ, ଅଂଶୁଲ କାମ୍ବୋଜ ଏବଂ ଅର୍ଶଦ ଖାନ।

ଟ୍ରାଇ-ସିରିଜର ସମ୍ପୂର୍ଣ୍ଣ ସୂଚୀ:

୯ ଜୁନ ୨୦୨୬- ଇଣ୍ଡିଆ-A ବନାମ ଶ୍ରୀଲଙ୍କା-A

୧୧ ଜୁନ ୨୦୨୬ – ଇଣ୍ଡିଆ-A ବନାମ ଆଫଗାନିସ୍ତାନ-A

୧୩ ଜୁନ ୨୦୨୬ – ଆଫଗାନିସ୍ତାନ-A ବନାମ ଶ୍ରୀଲଙ୍କା-A

୧୫ ଜୁନ ୨୦୨୬ – ଇଣ୍ଡିଆ-A ବନାମ ଶ୍ରୀଲଙ୍କା-A

୧୭ ଜୁନ ୨୦୨୬ – ଇଣ୍ଡିଆ-A ବନାମ ଆଫଗାନିସ୍ତାନ-A

୧୯ ଜୁନ ୨୦୨୬ – ଆଫଗାନିସ୍ତାନ-A ବନାମ ଶ୍ରୀଲଙ୍କା-A

୨୧ ଜୁନ ୨୦୨୬ – ଫାଇନାଲ୍ ମ୍ୟାଚ୍

ଅଧିକ ପଢନ୍ତୁ- ଧୋଇଯିବ କି ପଞ୍ଜାବ-ମୁମ୍ବାଇ ମୁକାବିଲା ? ପାଣିପାଗର ବଡ଼ ସୂଚନା