ନୂଆଦିଲ୍ଲୀ: ଗୁରୁବାର ପଞ୍ଜାବ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯିବ ଚଳିତ ଆଇପିଏଲର ୫୮ତମ ମୁକାବିଲା । ଲଗାତାର ପରାଜୟ ପରେ ବିଜୟ ଆଶାରେ ରହିଛି ପଞ୍ଜାବ ଏହାସହ ପ୍ଲେଅଫରେ ସ୍ଥାନ ପକ୍କା କରିବା ମୂଳ ଲକ୍ଷ୍ୟ ରହିଛି । ଅନ୍ୟପଟେ ମୁମ୍ବାଇ ନିଜର ସମ୍ମାନ ରକ୍ଷା କରିବା ପାଇଁ ବିଜୟ ଆଶାରେ ରହିଛି । ଏଣୁ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଥିଲା । ଯାହାକୁ ଦେଖିବା ପାଇଁ ଫ୍ୟାନ୍ସମାନେ ଚାହିଁ ବସିଥିବାବେଳେ ପାଣିଚିଆ କରି ଦେଇଛି ପାଣିପାଗ ବିଭାଗର ସୂଚନା ।

ପଞ୍ଜାବ ଘରୋଇ ଗ୍ରାଉଣ୍ଡରେ ମୁମ୍ବାଇ ବିପକ୍ଷରେ ଖେଳିବ । ପାଣିପାଗ ବିଭାଗର ସୂଚନା ଅନୁସାରେ ୬ଟା ସୁଦ୍ଧା ବର୍ଷା ହେବାର ସମ୍ଭାବନା ୪୭ ପ୍ରତିଶତ ରହିଛି । ଯେଉଁ କାରଣରୁ ଯଦି ମ୍ୟାଚ୍ ହୁଏ ତାହେଲେ ଟସ୍ ପଡ଼ିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି । ତେବେ ଶେଷ ଖବର ସୁଦ୍ଧା ପାଗ ମେଘୁଆ ରହିଛି । ଯଦି ବର୍ଷା ହୁଏ ତାହେଲେ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ହେବ । ମାତ୍ର ବଡ଼ ବର୍ଷାର ସମ୍ଭାବନା ନଥିବା କୁହାଯାଇଛି ।

ମୁମ୍ବାଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି। ପ୍ଲେଅଫ୍ ସମ୍ଭାବନା ଦୃଷ୍ଟିରୁ ଏହି ମ୍ୟାଚ୍ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ, ପଞ୍ଜାବ ୧୧ଟି ମ୍ୟାଚ୍ ଖେଳିଛି, ୬ଟିରେ ବିଜୟୀ ହୋଇଛି ଏବଂ ୪ଟିରେ ପରାଜିତ ହୋଇଛି। ବାକି ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଏହି ପ୍ରଦର୍ଶନ ସହିତ, ପଞ୍ଜାବର ୧୩ ପଏଣ୍ଟ ଏବଂ ନେଟ୍ ରନ୍ ରେଟ୍ +୦.୪୨୮ ରହିଛି।

ଯଦି ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୁଏ, ତେବେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ଦିଆଯିବ। ଏହି ପରିସ୍ଥିତିରେ ପଞ୍ଜାବର ୧୨ଟି ମ୍ୟାଚ୍ ରୁ ୧୪ ପଏଣ୍ଟ ହେବ। ଏଠାରୁ, ଦଳ ସେମାନଙ୍କର ବାକି ଦୁଇଟି ମ୍ୟାଚ୍ ଜିତି ୧୮ ପଏଣ୍ଟ ସହିତ ସହଜରେ ପ୍ଲେଅଫକୁ ଉଠିପାରିବ।

ଏହାସହ ପଢ଼ନ୍ତୁ : ବନ୍ଧୁ ତୃଷାଙ୍କ ଫିଲ୍ମ ରିଲିଜ୍ ପାଇଁ ବିଜୟଙ୍କ ସ୍ବତନ୍ତ୍ର ପରମିଶନ୍, ହେଲେ….