ନୂଆଦିଲ୍ଳୀ,୧୧।୫: ଭାରତ ସରକାର ପରମାଣୁ କେନ୍ଦ୍ର ଆଖପାଖରୁ ବଫର ଜୋନ୍ ହ୍ରାସ କରିବାର ନିଷ୍ପତ୍ତି ନେଇଛନ୍ତି। ଏବେ ଛୋଟ ରିଆକ୍ଟର ପାଇଁ ଏହି ଦୂରତ୍ବ ୫୦୦ ମିଟର ଓ ବଡ ରିଆକ୍ଟର ପାଇଁ ୭୦୦ ମିଟର ରଖାଯିବ। ବର୍ତ୍ତମାନ ସବୁ ପରମାଣୁ ରିଆକ୍ଟରର ଚାରିପ ଓ ଅତି କମ୍ରେ ୧ କିଲୋମିଟର ବଫର ଜୋନ୍ ରହିଛି, ଯାହାର ଆଖପାଖରେ କୌଣସି ବାସଭବନ କିମ୍ବା ଆର୍ଥିକ ଗତିବିଧି ନାହିଁ। ଏହି ପରିବର୍ତ୍ତନ ଭୂମିର ଅଭାବକୁ ଦୂର କରିବା ଓ ବ୍ୟକ୍ତିଗତ କ୍ଷେତ୍ରର ଭାଗିଦାରି ବଢାଇବା ପାଇଁ କରାଯାଉଛି।
ଅଧିକାରୀଙ୍କ କହିବା ଅନୁସାରେ, ପରମାଣୁ ଶକ୍ତି ନିୟାମକ ବୋର୍ଡ ଓ ପରମାଣୁ ଶକ୍ତି ବିଭାଗ ଏହି ପ୍ରସ୍ତାବକୁ ସୈଦ୍ଧାନ୍ତିକ ରୂପରେ ମଞ୍ଜୁରୀ ଦେଇଛି। ଏହି ପରିବର୍ତ୍ତନ ଆଗାମୀ କିଛି ମାସରେ ଜାରି ହେବାକୁ ଥିବା ଅନ୍ତିମ ନିୟମରେ ସାମିଲ କରାଯିବ। ଭାରତର ଲକ୍ଷ୍ୟ ୨୦୪୭ ପର୍ଯ୍ୟନ୍ତ ପରମାଣୁ ଶକ୍ତି କ୍ଷମତାକୁ ୮ ଗିଗାଓ୍ବାଟରୁ ବଢାଇ ୧୦୦ ଗିଗାଓ୍ବାଟ୍ କରିବା। ଗତ ବର୍ଷ ପରମାଣୁ ଶକ୍ତି କ୍ଷେତ୍ରକୁ ଘରୋଇ ଓ ବିଦେଶୀ କମ୍ପାନୀ ପାଇଁ ଖୋଲିବା ପରେ ଏହି ପଦକ୍ଷେପ ନିଆଯାଇଛି।
ଏହି ନିୟମ ଦ୍ବାରା ବଡ ରିଆକ୍ଟର ପାଇଁ ଭୂମିର ଆବଶ୍ୟକତା ଅଧା ଓ ଛୋଟ ମଡ୍ୟୁଲର ରିଆକ୍ଟର ପାଇଁ ଦୁଇ ତୃତୀୟାଂଶ କମ୍ ହୋଇଯିବ। ଏହାଦ୍ବାରା ଗୋଟିଏ ସ୍ଥାନରେ ଦୁଇରୁ ତିନି ଗୁଣା ଅଧିକ କ୍ଷମତା ସ୍ଥାପିତ କରିହେବ। ଉଦାହରଣ ପାଇଁ ୧୦ ରିଆକ୍ଟର (ପ୍ରତ୍ୟେକ ୭୦୦ ମେଗାଓ୍ବାଟ) ଥିବା କମ୍ଲେକ୍ସ ୭୦୦ ହେକ୍ଯରରୁ କମ୍ ଭୂମିରେ କରାଯାଇପାରେ। ସେଭଳି ବର୍ତ୍ତମାନର ପ୍ଲାଣ୍ଟକୁ ସାଧାରଣ ଭାବରେ ୧୦୦୦ ହେକ୍ଟରର ଆବଶ୍ୟକତା ପଡିଥାଏ। ଏଥିରେ ଉପସ୍ଥିତ ପ୍ଳାଣ୍ଟରେ ନୂଆ ରିଆକ୍ଟର ଜୋଡିବା ସହଜ ହେବ ଓ ଔଦଗିକ କ୍ଷେତ୍ରରେ କ୍ୟାପ୍ଟିଭ ଉପଯୋଗ ପାଇଁ ଛୋଟ ରିଆକ୍ଟର ଲଗାଯାଇ ହେବ।