ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୫୦ ପଇସା ଫେରାଇ ନଥିଲା ଡାକ ବିଭାଗ, କ୍ଷତିପୂରଣ ଦେବ ୧୫ ହଜାର

Published By : Krishna Priya | October 24, 2024 1:24 PM

ନୂଆଦିଲ୍ଲୀ ୨୪/୧୦: ୫୦ ପଇସା ନ ଫେରାଇବା ଡାକ ବିଭାଗକୁ ମହଙ୍ଗା ପଡ଼ିଛି । କାଞ୍ଚିପୁରମ୍‌ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଜଣେ ଉପଭୋକ୍ତାଙ୍କୁ ୫୦ ପଇସା ଫେରାଇବାକୁ ‘ଇଣ୍ଡିଆ ପୋଷ୍ଟ୍‌’କୁ ଆଦେଶ ଦେଇଛନ୍ତି । ସେତିକି ନୁହେଁ, ତାଙ୍କୁ ମାନସିକ ଯନ୍ତ୍ରଣା ଦେବା, ଅନୁଚିତ୍‌ ବ୍ୟବସାୟ ବ୍ୟବହାର ଏବଂ ସେବାରେ ଖିଲାପ ପାଇଁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସମେତ ମକଦ୍ଦମା ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ଦେବାକୁ ମଧ୍ୟ କହିଛନ୍ତି । 

ମାମଲାଟି ୨୦୨୩, ଡିସେମ୍ବର ୧୩ ତାରିଖର । ମାଣଶା ନାମକ ଉପଭୋକ୍ତା ପୋଝିଚଲୂର ପୋଷ୍ଟ୍‌ ଅଫିସ୍‌ରେ ଏକ ପଞ୍ଜୀକୃତ ଚିଠି ପାଇଁ ନଗଦ ୩୦ ଟଙ୍କା ଦେଲେ । କିନ୍ତୁ ତାଙ୍କୁ ମିଳିଥିବା ରସିଦରେ ୨୯.୫୦ ଟଙ୍କା ଉଲ୍ଲେଖ ହୋଇଥିଲା । ମାଣଶା କହିଛନ୍ତି, ସେ ୟୁପିଆଇ ଜରିଆରେ ପ୍ରକୃତ ରାଶି ଜମା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୈଷୟିକ ସମସ୍ୟା ଯୋଗୁ ଡାକ ବିଭାଗ କର୍ମଚାରୀମାନେ ଏହାକୁ ସ୍ୱୀକାର କଲେ ନାହିଁ । ସେମାନେ କହିଲେ, ଦୈନିକ ଲକ୍ଷାଧିକ ଟଙ୍କାର ନେଣଦେଣ ହେଉଛି । ଠିକ୍‌ ଢଙ୍ଗରେ ହିସାବ ନ ରଖିଲେ, ସରକାରଙ୍କର କ୍ଷତି ହୋଇପାରେ । ଏହି ସ୍ଥିତି ମାଣଶାଙ୍କୁ ଗମ୍ଭୀର ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ବାଧ୍ୟ କଲା ବୋଲି ସେ କହିଲେ ।

ଅନ୍ୟପକ୍ଷେ, ଇଣ୍ଡିଆ ପୋଷ୍ଟ୍‌ କହିଲା, ବୈଷୟିକ ସମସ୍ୟା ଯୋଗୁ ସେତେବେଳେ ଡିଜିଟାଲ ଶୁଳ୍କ ସ୍ୱୀକାର କରାଯାଇ ନ ଥିଲା । ସେଥିପାଇଁ ନଗଦ ନିଆଗଲା । ୫୦ ପଇସାର ରାଉଣ୍ଡିଂ ପୋଷ୍ଟ୍‌ ସଫ୍ଟୱେର ଦ୍ୱାରା ସ୍ୱୟଂଚାଳିତ ଭାବେ କରାଯାଇଥିବା ମଧ୍ୟ ଏହା ସ୍ପଷ୍ଟ କଲା । କିନ୍ତୁ ଉପଭୋକ୍ତା ଆୟୋଗ ଶୁଣାଣିରେ କହିଲେ, ପୋଷ୍ଟ୍‌ ଅଫିସ୍‌ ଅତିରିକ୍ତ ୫୦ ପଇସା ନେବା ଉପଭୋକ୍ତା ସଂରକ୍ଷଣ ଅଧିନିୟମ ଅନ୍ତର୍ଗତ ଅସମାନ ବ୍ୟବସାୟ ପ୍ରଥାର ଉଦାହରଣ । ତେଣୁ ୫୦ ପଇସା ଉପଭୋକ୍ତାଙ୍କୁ ଫେରାଇବାକୁ ଆୟୋଗ ଇଣ୍ଡିଆ ପୋଷ୍ଟ୍‌କୁ ନିର୍ଦ୍ଦେଶ ଦେଲେ । ଏଥିସହ ମାନସିକ ପୀଡ଼ା ଦେବା ଲାଗି ୧୦ ହଜାର ଟଙ୍କା ଓ ନ୍ୟାୟିକ ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଲେ । ନିର୍ଦ୍ଦେଶାନୁସାରେ ଦୁଇ ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ୍‌କୁ ଏହି କ୍ଷତିପୂରଣ ରାଶି ଦେବାକୁ ପଡ଼ିବ । ମାଣଶା ୫୦ ପଇସା ଫେରସ୍ତ ମାମଲା ସମେତ ମାନସିକ ପୀଡ଼ା ପାଇଁ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ନ୍ୟାୟିକ ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ଦାବି କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.