ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆପଣଙ୍କୁ ଆସୁଛି କି ଏପରି ମେସେଜ୍? ସାବଧାନ! ଲିଙ୍କ୍‌ ଉପରେ କ୍ଲିକ୍‌ କଲେ ଉଡିଯିବ ସବୁ ଟଙ୍କା

Published By : Prameya | April 15, 2025 2:21 PM

ନୂଆଦିଲ୍ଲୀ ୧୫/୦୪: ଆପଣଙ୍କ ଫୋନକୁ ଇଣ୍ଡିଆ ପୋଷ୍ଟ ତରଫରୁ ମେସେଜ୍‌ ଆସୁଛି କି? ସାବଧାନ! ଏହା ସାଇବର ଠକଙ୍କ ଚାଲ୍‌ ହୋଇପାରେ। ଟଙ୍କା ଲୁଟିବାକୁ ଏବେ ନୂଆ ଉପାୟ ଆପଣେଇଛନ୍ତି ଠକ। ଠିକଣା ଅପଡେଟ୍‌ କରିବାକୁ ଦେଉଛନ୍ତି ୨୪ ଘଣ୍ଟା ସମୟ। ଏଭଳି ମେସେଜ୍‌ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। 

ସାଇବର ଠକେଇ ଆଜିକାଲି ଏକ ବଡ଼ ସମସ୍ୟା ପାଲଟିଛି। ଲୋକମାନେ ଏହାର ଶିକାର ହେଉଛନ୍ତି ଏବଂ ଆଖି ପିଛୁଳାକେ ସେମାନଙ୍କର ସମସ୍ତ ଟଙ୍କା ଉଡିଯାଉଛି। ଏବେ ସାଇବର ଠକେଇ ପାଇଁ ନୂଆ ଉପାୟ ଆପଣେଇଛନ୍ତି ଠକ। ବାସ୍ତବରେ ଆଜିକାଲି ଅନେକ ଲୋକଙ୍କୁ ଇଣ୍ଡିଆ ପୋଷ୍ଟ ନାମରେ SMS ଆସୁଛି। SMS ରେ ଲେଖାଯାଇଛି ଯେ ଆପଣଙ୍କ ପ୍ୟାକେଜ ପହଞ୍ଚିଯାଇଛି। ଆମେ ଦୁଇଥର ଡେଲିଭରି କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ସଠିକ୍ ଠିକଣା ଅଭାବରୁ ଡେଲିଭରି ହୋଇପାରିଲା ନାହିଁ।  ଦୟାକରି ୨୪ ଘଣ୍ଟା ମଧ୍ୟରେ ନିଜର ଠିକଣା ଅପଡେଟ୍ କରନ୍ତୁ। ଯଦି ଆପଣ ଏପରି ନକରନ୍ତି ତେବେ ପ୍ୟାକେଜଟି ଫେରସ୍ତ ହୋଇଯିବ। ଏହା ସହିତ, ଠକମାନେ ଏକ ଲିଙ୍କ୍ ମେସେଜ୍ ପଠାଉଛନ୍ତି, ଯେଉଁଥିରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କର ସମସ୍ତ ସୂଚନା ସେମାନଙ୍କ ପାଖକୁ ଯାଇଥାଏ।



ଏବେ ସରକାର ଏପରି ମେସେଜ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ମେସେଜଗୁଡିକୁ ଠକଙ୍କ ଚାଲ ବୋଲି କୁହାଯାଇଛି। ସରକାର କହିଛନ୍ତି ଏହି ମେସେଜ ଏତେ ସତ୍ୟ ଲାଗୁଛି ଯେ  ଲୋକମାନେ ସହଜରେ ବିଶ୍ୱାସ କରିନେଉଛନ୍ତି ଯେ ଏହା ଇଣ୍ଡିଆ ପୋଷ୍ଟରୁ ଆସିଛି। କିନ୍ତୁ ଇଣ୍ଡିଆ ପୋଷ୍ଟ କେବେବି ଠିକଣା ଅପଡେଟ୍ କରିବାକୁ କୌଣସି ମେସେଜ୍ କିମ୍ବା ଲିଙ୍କ୍ ପଠାଏ ନାହିଁ।ଏଥିପ୍ରତି ସତର୍କ ରୁହନ୍ତୁ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.