ନୂଆଦିଲ୍ଲୀ, ୦୮/୦୪ : ପରମାଣୁ ଉର୍ଜା କାର୍ଯ୍ୟକ୍ରମରେ ଭାରତକୁ ଆଉ ପାଦେ ସଫଳତା। ଭାରତୀୟ ବୈଜ୍ଞାନିକମାନେ ତାମିଲନାଡୁର କଳ୍ପକ୍କମରେ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ନିର୍ମିତ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର୍ ରିଆକ୍ଟର (PFBR)ର କ୍ରିଟିକାଲିଟି ହାସଲ କରିଛନ୍ତି। ସାରା ବିଶ୍ଵ ଭାରତକୁ ପ୍ରଶଂସାରେ ପୋତି ପକାଉଛି। ହେଲେ ପଡୋଶୀ ପାକିସ୍ତାନର ଛାତି ଧଡ଼ଧଡ଼ ହେଲାଣି। ଭାରତ ଏହି କ୍ଷମତା ହାସଲ କରିବା ପରେ ତୀବ୍ର ଗତିରେ ପ୍ଲୋଟୋନିୟମ ପରମାଣୁ ବମ୍ ତିଆରି କରିବ ବୋଲି ପାକିସ୍ତାନର ଆର୍ମସ୍ କଣ୍ଟ୍ରୋଲ ପରାମର୍ଶଦାତା ଜାହିର କାଜମୀ ଅଭିଯୋଗ କରିଛନ୍ତି।

ଜାହିର କାଜମୀ କହିଛନ୍ତି ଯେ, ଭାରତର ଏହି ଅସୁରକ୍ଷିତ ପରମାଣୁ କାର୍ଯ୍ୟକ୍ରମ, ଯେଉଁଥିରେ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ PFBR ଏବଂ ଆଠଟି PHWR ଅନ୍ତର୍ଭୁକ୍ତ, ଏହାର ପରମାଣୁ ଅସ୍ତ୍ର କ୍ଷମତାକୁ ଆହୁରି ବୃଦ୍ଧି କରିବ। ଭାରତର ନୂଆ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର ରିଆକ୍ଟର ଅସ୍ତ୍ର-ଗ୍ରେଡ୍ ପ୍ଲୁଟୋନିୟମ୍ ଉତ୍ପାଦନକୁ ଆହୁରି ପ୍ରୋତ୍ସାହନ ଦେବ। ଭବିଷ୍ୟତରେ, ଭାରତ ପ୍ରତିବର୍ଷ ୩୦୦ ପରମାଣୁ ଅସ୍ତ୍ର ଉତ୍ପାଦନ କରିବାର କ୍ଷମତା ରଖିବ।

ଜାହିର କାଜମୀ ପୁଣି କହିଛନ୍ତି ଯେ, "ପ୍ରାୟ ୪୮୦-୨୬୦୦ ପରମାଣୁ ଅସ୍ତ୍ରଶସ୍ତ୍ର, ଶହ ଶହ କିଲୋଗ୍ରାମର ଅସ୍ତ୍ର-ଗ୍ରେଡ୍ ପ୍ଲୁଟୋନିୟମ୍, ବହୁ ଟନ୍ ବିଶିଷ୍ଟ HEU, ଏବଂ ଦୁଇ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ରର ବର୍ଦ୍ଧିତ ଅସ୍ତ୍ରାଗାର ସହିତ, ଭାରତ ବିଶ୍ୱରେ ଏକ ପ୍ରମୁଖ ଅସ୍ଥିରତା ସୃଷ୍ଟିକାରୀ କାରକ ପାଲଟିଛି।"

ଏହି ଖବରଟିକୁ ପଢନ୍ତୁ- ତାରିକଙ୍କ ସରକାରରେ ସୁଧୁରୁଛି ଭାରତ-ବାଂଲା ସମ୍ପର୍କ, ଅଜିତ ଡୋଭାଲଙ୍କ ଘରେ ଡିନର କଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ