ନୂଆଦିଲ୍ଲୀ,୧୭।୫: ମଧ୍ୟ ପ୍ରାଚ୍ୟାରେ ଜାରି ଭୀଷଣ ଉତ୍ତେଜନା ମଧ୍ୟରେ ଭାରତରେ ଘରୋଇ ରୋଷେଇ ଗ୍ୟାସର ଆବଶ୍ୟକତାକୁ ପୁରା କରିବାର ଖବର ଆସିଛି। ମାର୍ଶଲ ଆଇଲ୍ୟାଣ୍ଡସ୍ର ପତାକା ଥିବା ଏଲପିଜିର ମାଲବାହକ ଜାହାଜ ‘ସିମି’ ରବିବାର ସକାଳେ ଗୁଜରାଟର କାଣ୍ଡଲା ସ୍ଥିତ ଦିନଦୟାଲ ବନ୍ଦରରେ ସଫଳତାର ସହ ଡକ୍ ହୋଇଛି। ଏହି ଜାହାଜ ୧୩ ମଇ ୨୦୨୬ ରେ ହର୍ମୁଜ ବାଟ ଦେଇ ବାହାରିଥିଲା ପଶ୍ଚିମ ଏସିଆରେ ଗତ ୭୫ ରୁ ଅଧିକ ଦିନ ଜାରି ଯୁଦ୍ଧ କାରଣରୁ ଏହି ସମୁଦ୍ର ମାର୍ଗରେ ସମ୍ପୂର୍ଣ୍ଣ ଭାବରେ କଟକଣା ଲଗାଯିବା ସହ ଅସୁରକ୍ଷିତ ରହିଛି।
ଇଣ୍ଡିଆନ୍ ଅଏଲ କର୍ପୋରେସନ୍ (ଆଇଓସି) ଦ୍ବାରା କତରର ରାସ ଲଫନା ଟର୍ମିନାଲରୁ କିଣା ଯାଇଥିବା ଜାହାଜରେ ପ୍ରାୟ ୨୦ ହଜାର ଟପ୍ ଲିକ୍ବିଡ୍ ପ୍ରୋପେନ୍ ଓ ବ୍ୟୁଟେନ୍(ରୋଷେଇ ଗ୍ୟାସ୍) ଲଦା ହୋଇଥିଲା। ଜାହାଜରେ ଥିବା ସବୁ ୨୧ ବିଦେଶୀ ଚାଳକଙ୍କ ସଳର ସଦସ୍ୟ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଛନ୍ତି। ଆମେରିକା କଟକଣା ଏବଂ ଓମାନ ଉପକୂଳରେ ଇରାନର କଡା ପ୍ରହରା ପରେ ବି ଜାହାଜ ସୁରକ୍ଷିତ ବାହାରି ଆସିଛି। ଏଥିପାଇଁ ରଣନୈତିକ ଚେଷ୍ଟାର ସାହାରା ନେବାକୁ ପହିଥିଲା। ବୁଧବାର କମ୍ବାଟ ଜୋନ୍ରୁ ବାହାର ଯାଉଥିବା ସମୟରେ ଜାହାଜ ରାଡାରର ନଜରରୁ ରକ୍ଷା ପାଇବା ପାଇଁ ନିଜର ଅଟୋମେଟିକ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମ (ଏଆଇଏସ୍) ଟ୍ରାନ୍ସପୋଡର୍ସ ଅସ୍ଥାୟୀ ଭାବରେ ବନ୍ଦ କରି ଦିଆଯାଇଥିଲା ଏହି ରଣନୀତି କାରଣରୁ ଜାହାଜ ରାଡାର ଉପରେ ନଜର ରଖୁଥିବା ଯୁଦ୍ଧ କ୍ଷେତ୍ରକୁ ଚକମା ଦେଇ ଇରାନର ଲାରକ ଦ୍ବୀପର ପୂର୍ବରେ ସୁରକ୍ଷିତ ଭାବରେ ପହଁଞ୍ଚିଥିଲା।
#WATCH | Kachchh, Gujarat: The Marshall Islands-flagged tanker Symi carrying approx 20,000 tonnes of LPG arrives at the Kandla Port.
— ANI (@ANI) May 17, 2026
Symi crossed the Strait of Hormuz on May 13. pic.twitter.com/s6GboC1T4V
ଭାରତ ସରକାରଙ୍କ ଅଧିକାରୀଙ୍କ ଅନୁସାରେ, ଏହି ପୁରା ଅପରେସନକୁ ସଫଳ କରିବା ଓ ଜାହାଜକୁ କୌଣସି ପ୍ରକାର କ୍ରସଫାୟାର(ଗୁଳିମାଡ଼)ରୁ ରକ୍ଷା ପାଇବା ପାଇଁ ସରକାରଙ୍କ ୪ ମନ୍ତ୍ରଣାଳୟରେ ବଳପୂର୍ବକ ସମନ୍ବୟ ଦେଖିବାକୁ ମିଳିଛି। ବନ୍ଦର, ଜାହାଜ ଓ ଜଳମାର୍ଗର ଅତିରିକ୍ତ ସଚିବ ମୁକେଶ ମଙ୍ଗଳ ଏହାର ସୂଚନା ଦେଇଛନ୍ତି। ସେ କହିଚନ୍ତି,‘ଡିଜି ସିପି’, ବୈଦେଶିକ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଭିତରେ ୨୪ ଘଣ୍ଟା ଧରି ଚାଲିଥିବା ସମନ୍ବୟ କାରଣରୁ ଏହି ଜାହାଜର ସୁରକ୍ଷିତ ମାର୍ଗ ସୁନିଶ୍ଚିତ ହୋଇପାରିଥିଲା। ‘ସିମି’ମାର୍ଚ୍ଚରୁ ଏପର୍ଯ୍ୟନ୍ତ ଏହି ବିପଦଜନକ ସମୁଦ୍ର ବାଧାକୁ ପାର କରିଥିବା ୧୩ ତମ ଭାରତୀୟ ଜାହା, ଯାହାକି ଭାରତରେ ପହଁଞ୍ଚିଛି। ଏହାର ଠିକ୍ ପଛରେ ଭିଏତନାମର ପତାକା ଥିବା ଆଉ ଏକ ଏଲପିଜି ଟ୍ୟାଙ୍କର ଏନ୍ଭି ସନସାଇନ୍ ଆସୁଛି, ଯାହାକି ୪୬,୪୨୭ ଟନ୍ ଇନ୍ଧନକୁ ନେଇ ନ୍ୟୁ ମାଙ୍ଗାଲୋର ବନ୍ଦର ଆଡକୁ ବଢୁଛି।
ଆହୁରି ପଢନ୍ତୁ : Indus Waters Treaty: ପାକିସ୍ତାନକୁ ଭାରତର ଝଟ୍କା; ସିନ୍ଧୁ ଜଳ ଚୁକ୍ତିରେ କୋର୍ଟଙ୍କ ରାୟକୁ କଲା ପ୍ରତ୍ୟାଖାନ, କହିଲା ବୁନ୍ଦାଏ ପାଣି...