ନୂଆଦିଲ୍ଲୀ,୦୮/୦୮: ହାଲୁକା, ଲମ୍ବା ଓ ଘାତକ । ଶତ୍ରୁକୁ ଘାଇଲା କରିବ । ମିନିଟ୍କୁ ୮୦୦ ରାଉଣ୍ଡ ଫାୟାର । ୧୮୦୦ ମିଟର ଲକ୍ଷ୍ୟ ଭେଦ କରିବ । ସେନାକୁ ମିଳିବ ପ୍ରଥମ ସ୍ୱଦେଶୀ ୨୫ ପ୍ରତିଶତ ହାଲୁକା ୭. ୬୨ ଏମ୍ଏମ୍ ମିଡିୟମ ମେସିନ୍ ଗନ୍ (ଏମ୍ଏମ୍ଜି) । ୧୭ କୋଟିରେ ଭାରତୀୟ ସ୍ଥଳସେନା ପକ୍ଷରୁ ହାଇଦ୍ରାବାଦର ଲୋକେଶ ମେସିନସ୍କୁ ୧୭ କୋଟି ଟଙ୍କାର ଅର୍ଡର ମିଳିଛି । ହାଇଦ୍ରାବାଦର ଲୋକେଶ୍ ମେସିନ୍ସ ଲିମିଟେଡ୍ ପକ୍ଷରୁ ଏବଂ ପୁଣେ ସ୍ଥିତ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଏଷ୍ଟାବ୍ଲିସମେଣ୍ଟ- ଏଆରଇଡ଼ି ସହଯୋଗରେ ନିର୍ମିତ ଏହି ଏମ୍ଏମ୍ଜିକୁ ଭାରତର ପ୍ରଥମ ସ୍ବଦେଶୀ ବନ୍ଧୁକ ବୋଲି କୁହାଯାଉଛି ।
ଏହା ମିନିଟ୍ ପ୍ରତି ୮ଶହ ରାଉଣ୍ଡ୍ ଫାୟାର୍ କରିପାରିବ । ୧୮ଶହ ମିଟର୍ ଦୂରକୁ ଲକ୍ଷ୍ୟ ଭେଦ କରିପାରିବ । ଉଭୟ ସିଙ୍ଗିଲ୍ ସଟ୍ ଓ ଅଟୋମେଟିକ୍ ମୋଡ୍ରେ ଗୁଳି ଚଳାଇ ହେବ। ଏହି ବେଲ୍ଟ ଫେଡ୍ ମିଡିୟମ୍ ମେସିନ୍ ଗନ୍ରେ ୨୫୦ ରାଉଣ୍ଡ୍ ବିଶିଷ୍ଟ ବେଲ୍ଟ ଏବଂ ଆବଶ୍ୟକ ସ୍ଥଳେ ଅତିରିକ୍ତ ବେଲ୍ଟ ଯୋଡ଼ି ଲଗାତାର ଫାୟାର୍ କରିବା ସୁବିଧା ରହିଛି । ସବୁଠୁ ବଡ଼ କଥା ହେଉଛି, ଏବେ ଭାରତୀୟ ସେନାରେ ବ୍ୟବହୃତ ଗନ୍ ତୁଳନାରେ ଏହା ୨୫ ପ୍ରତିଶତ ହାଲୁକା । ଏହାକୁ ସେନା ଗାଡ଼ି, ନୌସେନା ଜାହାଜରେ ଲଗାଇ ହେବ। ୫୫ ଡିଗ୍ରୀରୁ ମାଇନସ୍ ୪୦ ଡିଗ୍ରୀ ସେଲସିୟସ ଯାଏଁ, ବିଭିନ୍ନ ତାପମାତ୍ରାରେ ଏହା କାର୍ଯ୍ୟ କରିପାରିବ । ଏବେ ଭାରତୀୟ ସ୍ଥଳସେନା ପକ୍ଷରୁ ୧୭ କୋଟି ଟଙ୍କାର ଅର୍ଡର୍ ପାଇଛି ଲୋକେଶ୍ ମେସିନ୍ସ । ୧୨ ମାସ ଭିତରେ କମ୍ପାନୀ ଏହି ଡିଲ ପୂରଣ କରିବ ।
'ଅପରେସନ ସିନ୍ଦୂର' ପରେ, ସରକାର ସେନାକୁ ଆହୁରି ମଜବୁତ କରିବା ପାଇଁ ନିରନ୍ତର ପ୍ରତିରକ୍ଷା ଚୁକ୍ତି କରୁଛନ୍ତି । ଅଗଷ୍ଟ ୫ରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୩ ସେନା ପ୍ରାୟ ୬୭୦୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ଅନୁମୋଦନ କରିଥିଲା । ଏହି ପ୍ରତିରକ୍ଷା ଉପକରଣଗୁଡ଼ିକରେ, ନୌସେନା ପାଇଁ ଥର୍ମାଲ୍ ଇମେଜର ଏବଂ କମ୍ପାକ୍ଟ ସ୍ୱୟଂଚାଳିତ କ୍ରାଫ୍ଟ, ବ୍ରହ୍ମୋସ୍ ଅଗ୍ନି ନିୟନ୍ତ୍ରଣ ପ୍ରଣାଳୀ ଏବଂ ଲଞ୍ଚର କିଣିବାକୁ ଅନୁମୋଦନ କରାଯାଇଛି । ଭାରତୀୟ ବାୟୁସେନାକୁ ମାଉଣ୍ଟେନ୍ ରାଡାର ଏବଂ ସକ୍ଷମ/ସ୍ପାଏଡ଼ର ଅସ୍ତ୍ରଶସ୍ତ୍ର ପ୍ରଣାଳୀର ଅପଗ୍ରେଡ୍ ପାଇଁ ଅନୁମୋଦନ ମିଳିଛି ।
କମ୍ପାନୀର ବ୍ୟବସାୟ କ’ଣ ? ୧୯୮୩ରେ ପ୍ରତିଷ୍ଠିତ ଲୋକେଶ ମେସିନ୍ସ, CNC ମେସିନର ଏକ ପ୍ରତିଷ୍ଠିତ କମ୍ପାନୀ । ଏହା ଛୋଟ ଅସ୍ତ୍ର ନିର୍ମାଣ କ୍ଷେତ୍ର ପାଇଁ ଜଣାଶୁଣା । ବିଶେଷକରି ଭାରତୀୟ ସେନା ପାଇଁ ସ୍ୱଦେଶୀ ସବମସିନ୍ ଗନ୍ Asmi ବିକଶିତ କରୁଛି । ଲୋକେଶ ମେସିନ୍ସର ବିଶେଷତ୍ୱ ହେଉଛି ସ୍ୱତନ୍ତ୍ର କାମରେ ବ୍ୟବହାର ହେଉଥିବା ମେସିନ୍, ସାଧାରଣ ମେସିନ୍ / CNC ଲେଥ, ସିଲିଣ୍ଡର ବ୍ଲକ୍ ଏବଂ ହେଡ୍ ମେସିନିଂ ତିଆରି କରେ ।