ନୂଆଦିଲ୍ଲୀ,୨୫/୧୦: ଭାରତ ପୁଣିଥରେ ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଛି । ଆତଙ୍କୀସ୍ଥାନକୁ ଆଇନା ଦେଖାଇଛି ଭାରତ । ପିଓକେରେ ମାନବାଧିକାର ଉଲ୍ଲଂଘନ ବନ୍ଦ କରିବାକୁ ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ । ଭାରତ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ବିବେଚନା କରେ ଏବଂ ସବୁ ସମ୍ପ୍ରଦାୟର ଲୋକଙ୍କ ସହ ଯୋଡି ହୋଇ ରହିବା ବିଶ୍ୱାସ କରେ । ମୁଁ ଜୋର ଦେଇ କହିବାକୁ ଚାହୁଁଛି ଯେ, ଜମ୍ମୁ ଏବଂ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା, ଅଛି ଏବଂ ସର୍ବଦା ରହିବ ବୋଲି କହିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପବର୍ଥନେନି ହରିଶ ।
ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପବର୍ଥନେନି ହରିଶ କହିଛନ୍ତି, '' ଭାରତ ନିରନ୍ତର ଭାବରେ ସମସ୍ତ ସମାଜ ଏବଂ ଲୋକଙ୍କ ପାଇଁ ନ୍ୟାୟ, ମର୍ଯ୍ୟାଦା, ସୁଯୋଗ ଏବଂ ସମୃଦ୍ଧି ପାଇଁ ସମର୍ଥନ କରି ଆସିଛି । ଏହି କାରଣରୁ ଭାରତ ବହୁପାକ୍ଷିକତା, ଆନ୍ତର୍ଜାତୀୟ ସହଭାଗୀତା ଏବଂ ସହଯୋଗରେ ବିଶ୍ୱାସ ରଖେ । ଭାରତ ସର୍ବଦା ଗ୍ଲୋବାଲ୍ ସାଉଥ୍ ଭାଇଭଉଣୀମାନଙ୍କ ସହିତ ଛିଡ଼ା ହୋଇଛି । ଆମେ ଭାରତର ଗଣତାନ୍ତ୍ରିକ ପରମ୍ପରା ଏବଂ ସାମ୍ବିଧାନିକ ଢାଞ୍ଚା ଅନୁସାରେ ଆମର ମୌଳିକ ଅଧିକାର ବ୍ୟବହାର କରୁ । ଏହି ଧାରଣାଗୁଡ଼ିକ ପାକିସ୍ତାନ ପାଇଁ ଅପରିଚିତ । ଅବୈଧ ଭାବରେ ଦଖଲ କରିଥିବା ଅଞ୍ଚଳରେ ଚାଲିଥିବା ମାନବାଧିକାର ଉଲ୍ଲଂଘନ ପାକିସ୍ତାନକୁ ବନ୍ଦ କରିବାକୁ ଚେତାବନୀ ଦେଉଛୁ । ଏକାଠୀ ହୋଇ ଜାତିସଂଘକୁ ଏକ ନୂତନ ଯୁଗ ପାଇଁ ଉପଯୁକ୍ତ କରିବାର ଏହି ଦୃଷ୍ଟିକୋଣକୁ ସାକାର କରିବାକୁ ମୁଁ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ହାତ ମିଳାଇବାକୁ ଅନୁରୋଧ କରୁଛି ।''
#WATCH | At the UNSC Open Debate on ‘The United Nations Organization: Looking into the Future’, refereing to Pakistan's statement, PR of India to the UN, Parvathaneni Harish, says, "... Let me emphasise that the Union Territory of Jammu and Kashmir has been, is, and will always… pic.twitter.com/PNV5Qp9AYA
— ANI (@ANI) October 25, 2025