ନୂଆଦିଲ୍ଲୀ, ୨୧/୦୫ : ୟୁଏନ୍ ବୈଠକରେ ପାକିସ୍ତାନକୁ ଧୋଇଲା ଭାରତ। ନରସଂହାରର କଳଙ୍କିତ ଇତିହାସ ଥିବା ଦେଶ କହି ପାକ୍କୁ ବେଜିତ୍। ମିଳିତ ଜାତିସଙ୍ଘ ସୁରକ୍ଷା ପରିଷଦ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପର୍ବତନେନି କହିଛନ୍ତି ଯେ, ସୀମା ଭିତରେ ଏବଂ ବାହାରେ ପାକିସ୍ତାନର ଅମାନବୀୟ ଆଚରଣ ଦଶନ୍ଧି ଧରି ବିଶ୍ୱ ଉପରେ ଲଦିବାକୁ ଚେଷ୍ଟା କରୁଛି। ବିଡ଼ମ୍ବନାର ବିଷୟ ଗଣହତ୍ୟାର କଳଙ୍କିତ ଇତିହାସ ଥିବା ପାକିସ୍ତାନ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବିଷୟରେ ମତ ଦେଉଛି।
ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ ପ୍ରସଙ୍ଗ
ପର୍ବତନେନି କହିଛନ୍ତି ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ପବିତ୍ର ରମଜାନ ମାସରେ ପାକିସ୍ତାନ କାବୁଲର ଏକ ହସ୍ପିଟାଲ ଉପରେ ଏକ ବର୍ବର ବିମାନ ଆକ୍ରମଣ କରିଥିଲା। ଶାନ୍ତି, ଚିନ୍ତନ ଏବଂ କରୁଣା ଭାବ ରଖିବା ସମୟରେ ପାକିସ୍ତାନ ଏଭଳି ନରସଂହାର କରିଥିଲା। ୨୬୯ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ୧୨୨ ଜଣ ସୈନ୍ୟ ଆହତ ହୋଇଥିଲେ।
ପାକିସ୍ତାନର କପଟ ମନୋଭାବ
ପର୍ବତନେନି କହିଛନ୍ତି ଯେ, ୧୯୭୧ ମସିହାରେ ପାକିସ୍ତାନ ଅପରେସନ ସର୍ଚ୍ଚଲାଇଟ୍ ଅପରେସନ କରି ନିଜ ସେନା ଦ୍ୱାରା ୪,୦୦,୦୦୦ ମହିଳା ନାଗରିକଙ୍କ ଗଣହତ୍ୟା ଏବଂ ବଳାତ୍କାରକୁ ମଞ୍ଜୁର କରିଥିଲା। ମାର୍ଚ୍ଚ ୧୯୭୧ରେ ପୂର୍ବ ପାକିସ୍ତାନ (ବାଂଲାଦେଶ) ରେ ବାଂଲାଦେଶୀ ଜାତୀୟତାବାଦୀ ଆନ୍ଦୋଳନ ବିରୁଦ୍ଧରେ ଏହି ଅପରେସନ ଚଳାଇଥିଲା। ଅନ୍ଧାରରେ ନୀରିହଙ୍କୁ ଟାର୍ଗେଟ୍ କରିବା ପାକିସ୍ତାନର ଅଭ୍ୟାସ। ବିଡ଼ମ୍ଵନାର ବିଷୟ ନରସଂହାର କରୁଥିବା ଦେଶ ନିଜକୁ ଅନ୍ତରାଷ୍ଟ୍ରୀୟ ଆଇନ ଉଚ୍ଚ ସିଦ୍ଧାନ୍ତ ପାଳନ କରୁଥିବା ଦାବି କରୁଛି। ହେଲେ ନିଜ ଦେଶର ନାଗରିକଙ୍କୁ ଗଣହତ୍ୟା କରୁଛି।
ଏହି ଖବରଟିକୁ ପଢନ୍ତୁ- ମୋଦିଙ୍କ ଗିଫ୍ଟ ପରେ ଭାରତରେ 'Melody' ମହାଲୁଟ୍, କ୍ୱିକ୍ କମର୍ସ ପ୍ଲାଟ୍ଫର୍ମରୁ ଟଫି ସଫା, କନଫ୍ୟୁଜନରୁ ବଢିଗଲା 'ପାର୍ଲେ ଇଣ୍ଡଷ୍ଟ୍ରିଜ୍'ର ସେୟାର