ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା ୨୩ରେ ହୋଇପାରେ ଦଳ ଘୋଷଣା

Published By : Prameya | May 15, 2025 10:20 AM

Image Courtesy: businesstoday

ନୂଆଦିଲ୍ଲୀ, ୧୫/୦୫: ଆସନ୍ତା ମାସରେ ଭାରତୀୟ ଦଳ ୫ମ୍ୟାଚ୍‌  ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ  ଇଂଲଣ୍ଡ ଯାତ୍ରା କରିବ । ଜୁନ ୨୦ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ  ହେବ । ଏହା ପୂର୍ବରୁ ଭାରତ ଏ’ ଦଳ  ଇଂଲଣ୍ଡ ଯାତ୍ରା କରି ୩ ମ୍ୟାଚ ବିଶିଷ୍ଟ  ଅନଫିସିଆଲ ଟେଷ୍ଟ ସିରିଜ ଖେଳିବାର  କାର୍ଯ୍ୟକ୍ରମ ରହିଛି । ମେ ୩୦ ତାରିଖରୁ  ଏ’ ସିରିଜ ଆରମ୍ଭ ହେବ । ସମୟ ଗଡ଼ି ଚାଲିଥିଲେ ହେଁ ବିସିସିଆଇ  ଚୟନ କମିଟି ଏପର୍ଯ୍ୟନ୍ତ ଦଳ ଘୋଷଣା  କରିପାରି ନାହିଁ । ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି  ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିସାରିଥିବାରୁ କ୍ରିକେଟ୍‌ ପ୍ରେମୀ ଟେଷ୍ଟ ଦଳ ଘୋଷଣାକୁ ଉତ୍ସୁକତାର ସହ  ଅପେକ୍ଷା କରି ରହିଛନ୍ତି ।  

ଯାହା ଜଣା ପଡ଼ୁଛି, ଆସନ୍ତା ୨୩  କିମ୍ବା ୨୪ ତାରିଖରେ ଦଳ ଘୋଷଣା  କରାଯାଇପାରେ । ଭାରତ ଓ ପାକିସ୍ତାନ  ମଧ୍ୟରେ ଯୁଦ୍ଧ ଯୋଗୁଁ ଆଇପିଏଲ୍‌କୁ  ସାପ୍ତାହେ କାଳ ସ୍ଥଗିତ ରଖିବାକୁ  ପଡ଼ିଥିଲା । ଯାହା ଫଳରେ ଦଳ ଚୟନ  କରିବାରେ ମଧ୍ୟ ବିଳମ୍ବ ହୋଇଥିଲା ।  ଆସନ୍ତା ୧୭ ତାରିଖରୁ ଆଇପିଏଲ୍‌ର  ବାକି ଭାଗ ଆରମ୍ଭ ହେବ । ପ୍ଲେ- ଅଫ୍‌ ଦୌଡରୁ ବାଦ ପଡ଼ିସାରିଥିବା ଦଳଗୁଡ଼ିକ ମଧ୍ୟରୁ ଖେଳାଳିମାନଙ୍କୁ ନେଇ ଏ’ ଦଳ ଚୟନ କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.