ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଶତ୍ରୁକୁ ମାତ୍ ଦେବ ଭାରତର ୩ ଅମୋଘ ଅସ୍ତ୍ର; ୨୪ ଘଣ୍ଟାରେ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ

Published By : Swapna Ray | July 18, 2025 3:41 PM

ନୂଆଦିଲ୍ଲୀ, ୧୮।୭: ଭାରତର ୩ ଶକ୍ତିଶାଳୀ ମିସାଇଲର ସଫଳ ପରୀକ୍ଷଣ । ୨୪ ଘଣ୍ଟାରେ ତିନୋଟି ମିସାଇଲ ଅଗ୍ନି-୧, ପୃଥ୍ୱୀ-୨ ଓ ଆକାଶ ପ୍ରାଇମ୍‌ର ସଫଳ ପରୀକ୍ଷଣ ହୋଇଛି । ଭାରତର ମିସାଇଲ ଟେକନିକ୍ ବିକାଶ ଦ୍ରୁତଗତିରେ ବଢ଼ୁଛି । ଅପରେସନ ସିନ୍ଦୂରରେ ସ୍ୱଦେଶୀ ମିସାଇଲର ଶକ୍ତି ସମସ୍ତେ ଦେଖିଛନ୍ତି । ୧୬ ଓ ୧୭ ଜୁଲାଇ ୨୦୨୫ରେ ସୁରକ୍ଷା କ୍ଷେତ୍ରରେ ତିନୋଟି ବଡ଼ ଉପଲବ୍ଧି ହାସଲ କରିଛି ଭାରତ । ଗୋଟିଏ ଦିନରେ ତିନି ତିନିଟି ମହତ୍ତ୍ୱପୂର୍ଣ୍ଣ ମିସାଇଲ ପରୀକ୍ଷା କରି ଭାରତ ନିଜର ରଣନୈତିକ ଓ କୌଶଳର ଶକ୍ତି ସାରା ବିଶ୍ୱକୁ ଦେଖାଇଛି । ୧୬ ଜୁଲାଇରେ ଭାରତୀୟ ସେନା ଓ ଡିଆରଡିଓ ଲଦାଖର ଉଚ୍ଚ ଅଞ୍ଚଳରେ ଆକାଶ ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲ ୪ ହଜାର ୫୦୦ ମିଟରରୁ ଅଧିକ ଅର୍ଥାତ୍ ୧୫ ହଜାର ଫୁଟ୍ ଉଚ୍ଚରେ ପରୀକ୍ଷା କରାଯାଇଛି । ସେହିପରି ଜୁଲାଇ ୧୭ ଓଡ଼ିଶାର ଚାନ୍ଦିପୁରରେ ପୃଥ୍ୱୀ-୨ ଓ ଅଗ୍ନି-୧ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଏହି ଦୁଇଟି ମିସାଇଲ ସର୍ଟ ରେଞ୍ଜ ବାଲିଷ୍ଟିକ୍ ମିସାଇଲ, ଯାହା ଭାରତର ପରମାଣୁ ଶକ୍ତିକୁ ମଜବୁତ୍ କରେ । ଆକାଶ ପ୍ରାଇମ୍, ଆକାଶ ସିଷ୍ଟମର ଅପଗ୍ରେଡ୍ ଭର୍ସନ, ଯାହା ଭାରତୀୟ ସେନା ପାଇଁ ପ୍ରସ୍ତୁତ ହୋଇଛି । ଏହା ୩୦ରୁ ୩୫ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରେ । ୧୮-୨୦ କିମିର ଉଚ୍ଚରେ ଲଢ଼ିପାରେ । ଏହି ଫାଇଟର୍ ଜେଟ୍, କ୍ରୁଜ ମିସାଇଲ ଓ ଡ୍ରୋନ ଭଳି ବିପଦକୁ ସାମନା କରିପାରିବ । ଏଥିରେ ରାଜେନ୍ଦ୍ର ରାଡାର ରହିଛି, ଯାହା ୩୬୦ ଡିଗ୍ରୀ କଭରେଜ୍ କରିବ । ଏକାଧିକ ଲକ୍ଷ୍ୟକୁ ଥରକରେ ଟ୍ରାକ୍ କରିବାକୁ ସକ୍ଷମ । 

ପରୀକ୍ଷଣରେ ଆକାଶ-ପ୍ରାଇମ୍ ଦୁଇଟି ହାଇସ୍ପିଡ୍ ଡ୍ରୋନକୁ ସଫଳତାପୂର୍ବକ ମାରି ଖସାଇଥିଲା । ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି (RFS) ରେଡିଓ ଫ୍ରିକ୍ୟୁଏନ୍ସି ସିକର, ଯାହା ଲକ୍ଷ୍ୟକୁ ସଠିକତାର ସହ ଚିହ୍ନଟ କରେ । ମିସାଇଲକୁ ସଠିକ୍ ଦିଗ ଦର୍ଶାଏ । ପୂର୍ବରୁ ଏହି କୌଶଳ ମାତ୍ର, କିଛି ଦେଶ ପାଖରେ ଥିଲା, ଯେଉଁଥିରେ ଏବେ ଭାରତ ସାମିଲ ହୋଇଛି । ଏହି ପରୀକ୍ଷଣ ‘ଫାଷ୍ଟ ଅଫ୍ ପ୍ରଡକ୍ସନ ମଡେଲ୍ ଫାୟାରିଙ୍ଗ ଟ୍ରାଏଲ୍’ ଅଧିନରେ ହୋଇଛି । ଫଳରେ ଭାରତୀୟ ସେନାକୁ ଖୁବ୍‌ଶୀଘ୍ର ପଠାଯାଇପାରିବ । ଏହି ମିସାଇଲ ପ୍ରସ୍ତୁତିରେ ଭାରତୀୟ ସେନା, ଡିଆରଡିଓ, ଭାରତ ଡାଇନେମିକ୍ସ ଲିମିଟେଡ୍, ଭାରତ ଇଲେକ୍ରୋନିକ୍ସ ଲିମିଟେଡ୍ ଓ ଅନ୍ୟ କମ୍ପାନୀ ଏଥିରେ ସାମିଲ ଅଛନ୍ତି । ବର୍ତ୍ତମାନ ଏହି ମିସାଇଲ ସୀମା କ୍ଷେତ୍ରରେ ନିୟୋଜିତ କରାଯିବ । 

ପୃଥ୍ୱୀ-୨ ଲିକ୍ୱିଡ୍ ଇନ୍ଧନରେ ପରିଚାଳିତ । ଏହା ୩୫୦ କିମି ଦୂର ଯାଏଁ ସଠିକ୍ ଲକ୍ଷ୍ୟଭେଦ କରିପାରେ । ଅଗ୍ନି-୧ ସଲିଡ୍ ଇନ୍ଧନଦ ଦ୍ୱାରା ପରିଚାଳିତ । ଯାହାର ରେଞ୍ଜ ୭୦୦ କିମି । ଏହି ଦୁଇଟି ମିସାଇଲକୁ ଷ୍ଟ୍ରାଟେଜିକ୍ ଫୋର୍ସେସ କମାଣ୍ଡଙ୍କ ଅଧିନରେ ପରୀକ୍ଷା କରାଯାଇଥିଲା । ସେହିଭଳି ଆକାଶ ମିସାଇଲ ସିଷ୍ଟମ ଚାଇନା ଡ୍ରୋନ ଓ ତୁର୍କୀ ବିମାନକୁ ଭାରତର ପ୍ରବେଶ ପଥରେ ଅଟକାଇଥିଲା । ଉଚ୍ଚ ସ୍ଥାନମାନଙ୍କରେ ଲଢ଼ିବାକୁ ଭାରତୀୟ ସେନାଙ୍କ ପରାମର୍ଶରେ ଆକାଶ-ପ୍ରାଇମକୁ ବିକଶିତ କରାଯାଇଛି । ଏହି ତିନୋଟି ମିସାଇଲର ସଫଳ ପରୀକ୍ଷଣ ଭାରତର ସୁରକ୍ଷା ଶକ୍ତିକୁ ଆହୁରି ମଜବୁତ କରିବ । ଆକାଶ-ପ୍ରାଇମ୍ ଲଦାଖରେ ଓ ପୃଥ୍ୱୀ-୨ ଏବଂ ଅଗ୍ନି-୧ ଓଡ଼ିଶାରେ ନିଜ ଶକ୍ତି ଦର୍ଶାଇସାରିଛି । ଏହା ଭାରତୀୟ ବାୟୁସେନାର ଆତ୍ମନିର୍ଭରତାର ପ୍ରମାଣ, ଯାହା ସୀମା ସୁରକ୍ଷାକୁ ମଜବୁତ କରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.