ନୂଆଦିଲ୍ଲୀ, ୧୨/୨ : ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଇଶାନ କିଷନଙ୍କ ଦମଦାର ବ୍ୟାଟିଂ । ନାବିବିୟା ଆଗରେ ରନର ଲକ୍ଷ୍ୟ ରଖିଲା ଭାରତ । ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୯ ଓ୍ବିକେଟ୍ ବିନିମୟରେ ୨୦୯ ରନ୍ କରିଛି । ପ୍ରଥମରୁ ସଞ୍ଜୁ ସାମସନ ଏବଂ ଇଶାନ କିଷନ ଘାତକ ବ୍ୟାଟିଂ କରିଥିଲେ । ସଞ୍ଜୁ ୮ ବଲରେ ୨୨ ରନ୍ କରିଥିଲେ । ପରେ ଇଶାନ କିଷନ ୨୪ ବଲରୁ ୬୧ ଏବଂ ପାଣ୍ଡ୍ୟା ୨୮ ବଲରୁ ୫୨ ରନ କରିଥିଲେ ।

ଭାରତ ପକ୍ଷରୁ ଏହି ଦୁଇ ଖେଳାଳି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ବାକି ଖେଳାଳିଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୧୨ ଏବଂ ଶିଭମ ଦୁବେ ୨୩ ରନ୍ କରିଥିଲେ । ୧୯ ତମ ଓଭରରେ ଭାରତ ୩ ଓ୍ବିକେଟ୍ ହରାଇଥିଲା । ଗୋଟିଏ ଓଭରରେ ପାଣ୍ଡ୍ୟା, ଅକ୍ଷର ପଟେଲ ଏବଂ ଶିଭମ ଦୁବେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ତେବେ ରିଙ୍କୁ ସିଂହ ଆଜିର ମ୍ୟାଚରେ ଫ୍ଲପ୍ ହୋଇଥିଲେ । ୫ଟି ବଲ ଖେଳି ମାତ୍ର ୧ ରନ୍ କରିଥିଲେ । ଭାରତ ଶେଷ ୨ ଓଭରରେ ରନ୍ କରିପାରିନଥିଲା । ଫଳରେ ବିଶାଳ ସ୍କୋର ଅଭିମୁଖେ ଗତି କରୁଥିବା ଟିମ୍ ଇଣ୍ଡିଆ ୨୦୯ ରନରେ ରହିଥିଲା ।

ଏହାସହ ପଢ଼ନ୍ତୁ : ମାଡ୍ରାସ କୋର୍ଟଙ୍କ ଆଦେଶ, ଧୋନୀ ଜମା କରିବେ ୧୦ ଲକ୍ଷ