ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ପଞ୍ଚମ ଟି-୨୦ ପୂର୍ବରୁ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ୬.୩୦ରେ ଟସ୍ ପଡ଼ିବା ନେଇ ଧାର୍ଯ୍ୟ ହୋଇଥିଲା ମାତ୍ର ୪୫ ବିଳମ୍ବରେ ପଡ଼ିଥିଲା ଟସ୍ । ତେବେ ଏହି ବିଳମ୍ବ ପଛର କାରଣ ହୋଇଛି ଟ୍ରାଫିକ୍ ଜାମ୍ । ଟିମ୍ ଇଣ୍ଡିଆର ବସ୍ ଟ୍ରାଫିକ୍ ଜାମରେ ଫଶିଯାଇଥିଲା । ଏବଂ ଷ୍ଟାଡିୟମରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଶେଷରେ ବିଳମ୍ବରେ ଖେଳ ଆରମ୍ଭ ହୋଇଥିବାବେଳେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛି । ଆଜିର ମ୍ୟାଚରେ ପୁଣି ଦଳରେ ସ୍ଥାନ ପାଇଛନ୍ତି ସଞ୍ଜୁ ସାମସନ । ବ୍ୟାଟିଂ ବିସ୍ମୟ ବୈଭବଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନାହିଁ ।
କହି ରଖୁଛୁ କି, ୨୦୧୯ ମସିହା ପରେ ଭାରତ ପ୍ରଥମ ଦ୍ବିପାକ୍ଷିକ ସରିଜ ପରାଜୟ ହୋଇଛି ଇଂଲଣ୍ଡ ବିପକ୍ଷରେ । ଏହାସହ ୭ ବର୍ଷ ପରେ ଟିମ୍ ଇଣ୍ଡିଆ ଲଗାତାର ୨ଟି ଦୁଇଟି ଟି-୨୦ ସିରିଜ୍ ହାରିଛି । ଇଂଲଣ୍ଡଠାରୁ ସିରିଜ୍ ପରାଜୟ ହୋଇଥିବାବେଳେ ଏହା ପୂର୍ବରୁ ଆୟାର୍ଲାଣ୍ଡଠାରୁ ୨-୦ରେ ହାରିଛି । ଏବେ ଇଂଲଣ୍ଡ ବିପକ୍ଷରେ ଅନ୍ତିମ ମ୍ୟାଚ ଖେଳୁଥିବାବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଭାରତ କ୍ଲିନ୍ ସୁଇପରୁ ବଞ୍ଚିବା ପାଇଁ ଜିତିବାକୁ ପ୍ରୟାସ କରିବ । ଯଦିଓ ଦଳରେ ପରିବର୍ତ୍ତନ ହୋଇଛି ତଥାପି ଦଳର ପ୍ରଦର୍ଶନ କିଭଳି ରହିବ ଏହା ଉପରେ ରହିଛି ସମସ୍ତଙ୍କ ନଜର ।
ଏହାସହ ପଢ଼ନ୍ତୁ : ଆଜିର ମ୍ୟାଚ୍ ଭାରତ ପାଇଁ ସମ୍ମାନର ଲଢେଇ, ହାରିଲେ ହଟିବ ନମ୍ବର-୧ର ତାଜ୍