ନୂଆଦିଲ୍ଲୀ,୨୮/୧୧: ବୁଧବାର ଭାରତୀୟ ନୌସେନା ପାଇଁ ଏକ ଐତିହାସିକ ଦିନ ଥିଲା, କାରଣ ଭାରତୀୟ ନୌସେନା ଆଇଏନ୍‌ଏସ୍‌ ଆରିଘାଟ ବୁଡ଼ାଜାହାଜରୁ ୩୫୦୦ କିଲୋମିଟର ମାରକ କ୍ଷମତା ବିଶିଷ୍ଠ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା। କେ -୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଭାରତର ଦ୍ୱିତୀୟ ଷ୍ଟ୍ରାଇକ୍ କ୍ଷମତାକୁ ପ୍ରମାଣ କରିବ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୌସେନା ବର୍ତ୍ତମାନ ଅନେକ କ୍ଷେପଣାସ୍ତ୍ର ପ୍ରଣାଳୀର ଅଧିକ ପରୀକ୍ଷଣ କରିବ।

ଭାରତୀୟ ନୌସେନାରେ ଏହାର ଆର୍ସେନାଲରେ ଦୁଇଟି ପରମାଣୁ ବୁଡ଼ାଜାହାଜ ଅଛି, ଆଇଏନ୍‌ଏସ୍‌ ଆରିହନ୍ତ ଏବଂ ଆରିଘାଟ, ଏମାନଙ୍କର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିବାର କ୍ଷମତା ଅଛି। କହିରଖୁଛୁ ଯେ, ଅଗଷ୍ଟରେ ବିଶାଖାପାଟନମ୍ ସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ଆରିଘାଟକୁ ସାମିଲ କରାଯାଇଥିଲା। ଏହିପରି ତୃତୀୟ ବୁଡ଼ାଜାହାଜ ଲଞ୍ଚ କରାଯାଇଛି ଏବଂ ଆସନ୍ତା ବର୍ଷ ଏହା ସାମିଲ ହେବ ବୋଲି ଆଶା କରାଯାଉଛି। 

ଉଲ୍ଲେଖଯୋଗ୍ୟ ଯେ, ଆଇଏନ୍‌ଏସ୍ ଆରିହନ୍ତ ଏବଂ ଆରିଘାଟ ବୁଡ଼ାଜାହାଜରେ ଚାରୋଟି ଭର୍ଟିକାଲ ଲଞ୍ଚ ସିଷ୍ଟମ୍ ଅଛି। ଯେଉଁଥିପାଇଁ ଏହି ମିଶାଇଲ ସବୁ ଲଞ୍ଚ ହୁଏ। ଏହି କ୍ଷେପଣାସ୍ତ୍ରର ଓଜନ ୧୭ ଟନ୍ ଏବଂ ଲମ୍ବ ୩୯ ଫୁଟ। ଏହାର ବ୍ୟାସ ୪.୩ ମିଟର ଅଟେ। ଏହା ୨୫୦୦ କିଲୋଗ୍ରାମ ଓଜନର ଏକ ଷ୍ଟ୍ରାଟେଜିନ୍‌ ନ୍ୟୁକ୍ଳିୟର ଅସ୍ତ୍ର ସହିତ ଉଡ଼ିବାରେ ସକ୍ଷମ। ଏହି ଦୁଇ ପର୍ଯ୍ୟାୟ କ୍ଷେପଣାସ୍ତ୍ର ଏକ କଠିନ ରକେଟ୍ ମୋଟରରେ ଚାଲିଥାଏ। ଏଥିରେ ପ୍ରୋପେଲାଣ୍ଟ ମଧ୍ୟ ଦୃମ ଅଟେ । ଏହାର କାର୍ଯ୍ୟକ୍ଷମ ପରିସର ହେଉଛି ୪୦୦୦ କିଲୋମିଟର। ଭାରତରେ ଏକ ନିୟମ ରହିଛି ଯେ ଏହା ପ୍ରଥମେ କାହା ଉପରେ ଆଣବିକ ଆକ୍ରମଣ କରିବ ନାହିଁ। ତଥାପି ବିଭିନ୍ନ ଆକ୍ରମଣକୁ ରୋକିବା ପାଇଁ ନୌସେନାରେ ଏହିପରି କ୍ଷେପଣାସ୍ତ୍ର ରହିବା ଅତ୍ୟନ୍ତ ଜରୁରୀ ଅଟେ।