ନୂଆଦିଲ୍ଲୀ : ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିତି ୨୦୨୬ ବେଳେ ଭାରତର ଟେକ୍ ସେକ୍ଟର ସହ ଜଡ଼ିତ ଏକ ବଡ଼ ଘୋଷଣା କରାଯାଇଛି। ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ( MeitY)ର ସଚିବ ଏସ୍. କୃଷ୍ଣନ ସଙ୍କେତ ଦେଇଛି ଯେ ଫେବ୍ରୁଆରୀର ଶେଷ ସୁଦ୍ଧା ଦେଶ ନିଜର ପ୍ରଥମ କମର୍ସିଆଲ –ସ୍କେଲ୍ ସେମିକଣ୍ଟକ୍ଟର ଚିପ୍ ପ୍ରଡକ୍ସନର ଆରମ୍ଭ କରିପାରେ। ଏହି ପଦକ୍ଷେପ ଭାରତର ପ୍ରଯୁକ୍ତିବିଦ୍ୟା ଆତ୍ମନିର୍ଭରତା ଦିଗରେ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।

ଆହୁରି ମଧ୍ୟ ପଢନ୍ତୁ : AI ଶିଖର ସମ୍ମିଳନୀ : ପିଏମ୍ ମୋଦିଙ୍କ ମଞ୍ଚରୁ ଶୁଭିଲା ଗ୍ଲୋବାଲ ଲିଡରସିପ୍‌ର ବାର୍ତ୍ତା , ଏଆଇକୁ ନେଇ ଆଙ୍କିଲେ ଭବିଷ୍ୟତର ଚିତ୍ର

ନ୍ୟୁଜ୍ ଏଜେନ୍ସି ଏଏନଆଇ ରିପୋର୍ଟ ମୁତାବିକ, ସରକାରଙ୍କ ପକ୍ଷରୁ ସ୍ୱୀକୃତ ୧୦ସେମିକଣ୍ଡକ୍ଟର ପ୍ରୋଜେକ୍ଟସରୁ ପ୍ରଥମ ପ୍ରୋଜେକ୍ଟର ଆରମ୍ଭ ଏହି ମାସର ଶେଷସୁଦ୍ଧା ସମ୍ଭବ। ଆମେରିକାର ବଡ଼ ଚିପ୍ ମେକର କମ୍ପାନୀ ମାଇକ୍ରୋ ଟେକ୍ନୋଲଜି ଭାରତରେ ନିଜର ପ୍ଲାଣ୍ଟରୁ ପ୍ରଡକ୍ସନ ଆରମ୍ଭ କରିବ। ଏହା ପ୍ରଥମ ଥର ହେବ ଯେବେ ଭାରତରେ କମର୍ସିଆଲ ସ୍ତରରେ ସେମିକଣ୍ଡକ୍ଟରର ମ୍ୟାନୁଫାକ୍ଚରିଂ ଆରମ୍ଭ ହେବ, ଯାହା ଏବେସୁଦ୍ଧା ମୁଖ୍ୟ ରୂପେ ଇମ୍ପୋର୍ଟ ଉପରେ ନିର୍ଭରଶୀଳ । ଏହାର ସକରାତ୍ମକ ପ୍ରଭାବ ଇଲେକ୍ଟ୍ରନିକ୍ସର ହୋମ୍- ପ୍ରଡକ୍ସନ ଉପରେ ମଧ୍ୟ ପଡ଼ିବ।

ମାଇକ୍ରୋର ଏହି ପ୍ରୋଜେକ୍ଟ କେବଳ ସାମାନ୍ୟ ଚିପ୍ ମ୍ୟାନୁଫ୍ୟାକ୍ଚରିଂ ଯାଏ ସୀମିତ ରହିବ ନାହିଁ, ବରଂ ହାଇ-ବ୍ୟାଣ୍ଡୱିଡଥ୍ ମେମୋରୀ (ଏଚବିଏମ) ଭଳି ଆଡଭାନ୍ସ କମ୍ପୋନେଟ୍ସ ଉପରେ ମଧ୍ୟ କାମ କରିବ। ଏଚବିଏମ୍ ଲାଟେଷ୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ ପାଇଁ ଖୁବ୍ ପ୍ରମୁଖ ମନେକରାଉଛି। ଏମିତି ସମୟରେ ଯେବେ ଦୁନିଆରେ ଏଆଇ ଇନଫ୍ରାକ୍ଟଚର ଦାବି ଖୁବ୍ ଜୋରରେ ବଢୁଛି, ଭାରତରେ ଏହିପରି ପ୍ରଡକ୍ସନ ଆରମ୍ଭ ହେବା ଷ୍ଟ୍ରାଟେଜ ରଣନୀତିକ ଭାବେ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ।

ଭାରତ ସରକାର ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଅନୁସାରେ ପ୍ରଥମେ ଅନେକ ପ୍ରୋଜେକ୍ଟକୁ ଅନୁମୋଦନ ଦେଇଛି। ନିକଟରେ କେନ୍ଦ୍ର ବଜେଟ୍‌ରେ ସେମିକଣ୍ଡକ୍ଟର ମିଶନ ୨.୦ ର ମଧ୍ୟ ସଙ୍କେତ ଦିଆଯାଇଛି।

ମଜାଦାର କଥା ଏହା ଯେ, ଭାରତରେ ଏଆଇ ଷ୍ଟ୍ରେଟେଜି ଅନ୍ୟ ଦେଶ ମାନଙ୍କ ଠାରୁ କିଛି ମାତ୍ରାରେ ଭିନ୍ନ। ଯେଉଁଠି ଅନେକ ଦେଶ ସିଧାସଳଖ ଡାଟା ସେଣ୍ଟର ସେଟଅପ୍ କରିବାରେ ଖୁବ୍ ନିବେଶ କରୁଛନ୍ତି ,ସେପଟେ ଭାରତ ସରକାର ଏଆଇ କମ୍ପ୍ୟୁଟିଂକୁ ସୁଲଭ ମୂଲ୍ୟରେ ଉପଲବ୍ଧ ପ୍ରଦାନ କରିବା ଉପରେ ଧ୍ୟାନ ଦେଉଛନ୍ତି। ସଚିବ କୃଷ୍ଣନଙ୍କ ମୁତାବିକ , ରିସର୍ଚ୍ଚର ,ଷ୍ଟାର୍ଟଅପ୍ସ , ଷ୍ଟୁଡେଣ୍ଟସ ଓ ଏମଏସଏମଇଏସକୁ ପାଖାପାଖି ୬୫ ଟଙ୍କାରେ ଜିପିୟୁ ଆୱାର ଦରରେ ଏଆଇ କମ୍ପ୍ୟୁଟ ଉପଲବ୍ଧ କରାଯାଉଛି ,ଯାହା ଗ୍ଲୋବାଲ ରେଟ୍ସ (୨ରୁ ୩ ଡଲାରରେ ଜିପିୟୁ ଆୱର)ରୁ ଖୁବ୍ କମ୍।