​​​​​​​ମୁମ୍ବାଇ,୦୫/୦୩: ଆଇସିସି ପୁରୁଷ ବିଶ୍ବକପ୍‌ ୨୦୨୬ର ଦ୍ବିତୀୟ ସେମିଫାଇନାଲ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବେଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ। ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ଆଜି ବିଜୟ ହାସଲ କରିବା ଦଳ ୮ ତାରିଖରେ ନ୍ୟୁଜିଲାଣ୍ଡକୁ ଭେଟିବ। ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରକାକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲରେ ସ୍ଥାନ ପକ୍କା କରିଥିଲା।

ସୂଚନାଥାଉକି, ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଏବଂ ଇଂଲଣ୍ଡ ପାଞ୍ଚ ଥର ପରସ୍ପରକୁ ଭେଟିଛନ୍ତି। ଟିମ୍ ଇଣ୍ଡିଆ ତିନି ଥର ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ଭାରତକୁ ଦୁଇ ଥର ପରାସ୍ତ କରିଛି। ସେମାନଙ୍କର ଶେଷ ଟି-୨୦ ବିଶ୍ୱକପ୍ ମୁକାବିଲା ୨୦୨୪ ମସିହାରେ ହୋଇଥିଲା, ଯେଉଁଥିରେ ଭାରତ ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରିଥିଲା। ତେଣୁ ଚଳିତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତୀୟ ଦଳକୁ ନିଶ୍ଚୟ ଭାବେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ଦୃଷ୍ଟିକୋଣରୁ ଦୃଢ଼ ପ୍ରଦର୍ଶନ କରିବାକୁ ହେବ।

ଭାରତର ଚୁଡ଼ାନ୍ତ ଏକାଦଶ:

ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା

ଇଂଲଣ୍ଡର ଚୁଡ଼ାନ୍ତ ଏକାଦଶ:

ଫିଲ୍ ସଲ୍ଟ, ଜସ୍ ବଟଲର୍ (ୱିକେଟ କିପର), ହ୍ୟାରି ବ୍ରୁକ୍ (ଅଧିନାୟକ), ଜାକବ୍ ବେଥେଲ୍, ଟମ୍ ବେଣ୍ଟନ୍, ସାମ୍ କରନ୍, ୱିଲ୍ ଜ୍ୟାକ୍ସ, ଜେମି ଓଭରଟନ୍, ଲିଆମ୍ ଡସନ୍, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍