ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗୁରୁବାରଠୁ ଲର୍ଡ୍ସ ଟେଷ୍ଟ; ଅଭ୍ୟାସ କଲେ ବୁମରା, ବ୍ୟାଟଙ୍କ ପାଇଁ ଚ୍ୟାଲେଞ୍ଜ ହେବ ପିଚ୍‌

Published By : Ankita S | July 9, 2025 9:23 AM

ନୂଆଦିଲ୍ଲୀ,୦୯ /୦୭: ଆସନ୍ତାକାଲିଠାରୁ (ଗୁରୁବାର) ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଆରମ୍ଭ ହେବ ଚଳିତ ଆଣ୍ଡରସନ- ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ । ଦ୍ୱିତୀୟ ଟେଷ୍ଟ ଜିତି ୧-୧ରେ ସିରିଜ ବରାବର କରିବା ପରେ ଭାରତୀୟ ଦଳ ତୃତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବହୁ ଖେଳାଳି ମଙ୍ଗଳବାର ଅଭ୍ୟାସରୁ ବିରତି ନେଇଥିଲେ ହେଁ ଷ୍ଟାର ପେସ୍‌ ବୋଲର ଯଶପ୍ରୀତ ବୁମରା ପ୍ରତ୍ୟାବର୍ତ୍ତନ ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିବା ଅଭ୍ୟାସ ଶିବିରରୁ ସ୍ପଷ୍ଟ ହୋଇଛି । ଲର୍ଡ୍ସ ଗ୍ରାଉଣ୍ଡରେ ବୁମରା ମୁଖ୍ୟ ଆକର୍ଷଣ ସାଜିଥିଲେ । ଶେଷ ଥର ପାଇଁ ଜୁନ ୨୪ ତାରିଖରେ ବୁମରାଙ୍କୁ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା । ହେଡିଂଲେରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ଏହା ଥିଲା ପଞ୍ଚମ ଦିବସ । ଉକ୍ତ ଟେଷ୍ଟରେ ସେ ୪୩.୪ ଓଭର ବୋଲିଂ କରିଥିଲେ । ୧୫ଦିନ ପରେ ସେ ପୁଣିଥରେ ମ୍ୟାଚ୍‌କୁ ଓହ୍ଲାଇବେ ।

ବୁମରାଙ୍କ କାର୍ଯ୍ୟଭାରକୁ ସୀମିତ ରଖିବା ପାଇଁ ଯୋଜନା କରାଯାଇଥିବାରୁ ତାଙ୍କୁ ଦ୍ୱିତୀୟ ଟେଷ୍ଟରୁ ବିଶ୍ରାମ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଆକାଶ ଦୀପ ଖେଳିଥିଲେ ଓ ୧୦ଟି ୱିକେଟ୍‌ ନେଇ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଲର୍ଡ୍ସରେ ବୁମରା ଫେରିବା ନିଶ୍ଚିତ ଥିଲେ ମଧ୍ୟ ଆକାଶ ଦୀପ ନିଜ ସ୍ଥାନ ବଜାୟ ରଖିବେ । ଫଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଏକାଦଶରୁ ବାଦ ଦିଆଯିବ । ଚତୁର୍ଥ ପେସ ବୋଲର ଭାବେ ଅର୍ଶଦୀପ ରହିଛନ୍ତି ଓ ନିୟମିତ ଅଭ୍ୟାସ କରୁଛନ୍ତି । ଲର୍ଡ୍ସ ପିଚ୍‌ ପେସ ବୋଲରଙ୍କୁ ସୁହାଇଲେ ନୀତିଶ କୁମାର ରେଡ୍ଡୀଙ୍କ ସ୍ଥାନରେ ଅର୍ଶଦୀପଙ୍କୁ ଏକାଦଶରେ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ଆଜି ବୁମରା ଦୀର୍ଘ ୧ଘଣ୍ଟା ଧରି ବୋଲିଂ ଅଭ୍ୟାସ କରିଥିଲେ । ଦ୍ୱିତୀୟ ଟେଷ୍ଟ ଖେଳିଥିବା ପେସ୍‌ ବାହିନୀ ଆଜି ବିଶ୍ରାମ ନେଇଥିଲା । ବୁମରାଙ୍କ ସହ ସର୍ଦୁଲ ଠାକୁର, ଅର୍ଶଦୀପ ସିଂହ, ନୀତିଶ କୁମାର ରେଡ୍ଡୀ ପ୍ରମୁଖ ବୋଲିଂ କରିଥିଲେ । ନେଟ୍ସରେ ଆଜି ବୁମରାଙ୍କୁ କରୁଣ ନାଏର, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ୱରନ, ଧ୍ରୁବ ଜୁରେଲ ପ୍ରମୁଖ ସାମ୍ନା କରିଥିଲେ । ଆଜି ଅଭ୍ୟାସ ସେଭଳି ବାଧ୍ୟତାମୂଳକ ନଥିଲା । କେଏଲ୍‌ ରାହୁଲ, ଶୁଭମନ ଗିଲ୍‌, ଯଶସ୍ୱୀ ଜୈସ୍ୱାଲ, ରିଷଭ ପନ୍ତ, ୱାସିଂଟନ ସୁନ୍ଦର ପ୍ରମୁଖ ଅଭ୍ୟାସରୁ ବିରତ ରହିଥିଲେ । ମାତ୍ର ସବୁ ଖେଳାଳି ଗ୍ରାଉଣ୍ଡ୍‌ରେ ଉପସ୍ଥିତ ରହିଥିଲେ ।

ବ୍ୟାଟରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ଲର୍ଡ୍ସ ପିଚ୍‌ - ତୃତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌ ବ୍ୟାଟରଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜ ଆଣିବ ବୋଲି ଭାରତୀୟ ଦଳର ବ୍ୟାଟିଂ କୋଚ ସୀତାଂଶୁ କୋଟକ ପ୍ରକାଶ କରିଛନ୍ତି । ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି, ପ୍ରଥମ ୨ଟି ଟେଷ୍ଟର ପିଚ୍‌ ତୁଳନାରେ ଲର୍ଡ୍ସ ପିଚ୍‌ ଅଧିକ ସବୁଜ ଦେଖାଯାଉଛି । ପିଚ୍‌ରେ ଘାସ ଭରି ରହିଛି । ନିୟମିତ ଭାବେ ପାଣି ସିଞ୍ଚନ ହେଉଛି । ଯାହା ଜଣା ପଡ଼ୁଛି, ପେସ୍‌ ବୋଲରମାନେ ପିଚ୍‌ର ଭରପୁର ଫାଇଦା ଉଠାଇ ପାରିବେ । ପ୍ରଥମ ୨ଟି ଇନିଂସରେ ବ୍ୟାଟିଂ କଷ୍ଟକର ହେବ । ତଥାପି ଆମେ ପ୍ରସ୍ତୁତ ଅଛୁ । ଏଠାରେ କ୍ରିଜ୍‌ରେ ଯେତେ ଅଧିକ ସମୟ କଟାଇ ହେବ, ସେତେ ଅଧିକ ସ୍କୋର ହୋଇ ପାରିବ । ଏଜବାଷ୍ଟନରେ(ଦ୍ୱିତୀୟ ଟେଷ୍ଟ)ର ପିଚ୍‌କୁ ନେଇ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଦେଇଥିବା ମନ୍ତବ୍ୟକୁ କୋଟକ ଖଣ୍ଡନ କରିଛନ୍ତି । 

ଷ୍ଟୋକ୍ସ କହିଥିଲେ, ଏଜବାଷ୍ଟନରେ ଉପମହାଦେଶର ପିଚ୍‌ ଭଳି ଏକ ପିଚ ପ୍ରସ୍ତୁତ କରାଯାଇଥିଲା । ମାତ୍ର ଏହା ଉପରେ କୋଟକ କହିଛନ୍ତି, ମୋ ମତରେ ଏଜବାଷ୍ଟନ ପିଚ୍‌ ଭାରତୀୟ ପିଚ୍‌ ଭଳି ନଥିଲା । ଏଠାରେ ପାଖା ପାଖି ୪୦ ଓଭର ପର୍ଯ୍ୟନ୍ତ ଆମ ପେସ୍‌ ବୋଲରମାନେ ବଲ୍‌କୁ ସୁଇଂ କରାଉଥିଲେ । ପଞ୍ଚମ ଦିବସରେ ପିଚ୍‌ରୁ ଟର୍ଣ୍ଣ ମିଳିଥିଲା । ସେମାନେ ବଡ଼ ସ୍କୋର କରିବାର ଲକ୍ଷ୍ୟ ନେଇ ଏକ ଶକ୍ତ ପିଚ୍‌ ପ୍ରସ୍ତୁତ କରି ଉପରେ ଘାସ ଛାଡ଼ି ଦେଇଛନ୍ତି । ଫଳରେ ପିଚ ଫାଟୁ ନଥିଲେ ହେଁ ଭରପୁର ରନ ସଂଗୃହୀତ ହେଉଛି । ଉପମହାଦେଶର କୌଣସି ପିଚ୍‌ ଏଭଳି ନୁହେଁ । ୪ଦିନ ଧରି ପେସ୍‌ ବୋଲରମାନଙ୍କ ଫୁଟ୍‌ ମାର୍କ ଉପରେ ବଲ୍‌ ପକାଇ ସ୍ପିନରମାନେ ଟର୍ଣ୍ଣ କରିଥିଲେ । ମାତ୍ର ପିଚ୍‌ରୁ ସ୍ପିନରଙ୍କୁ ସାମାନ୍ୟ ସହାୟତା ମିଳି ନଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.