ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ । ଆୟାର୍ଲାଣ୍ଡଠାରୁ ୧ ରନରେ ହାରିଲା ଭାରତ । ମ୍ୟାଚ୍ ସହ ସିରିଜ୍ ମଧ୍ୟ ଭାରତ ହାତରୁ ଚାଲିଯାଇଛି । ୧୫୫ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୯ ଓ୍ବିକେଟ୍ ବିନିମୟରେ ୧୫୩ ରନ କରିବାରେ ସକ୍ଷମ ହୋଇଛି ଭାରତ । ପ୍ରିନ୍ସ ଯାଦବ ଶେଷ ବଲରେ ଛକା ମାରିଥିଲେ ସୁଦ୍ଧା ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଛି ।
ଭାରତୀୟ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଘରୋଇ ଦଳ ବ୍ୟାଟିଂ କରୁଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରିଥିଲା। ଭାରତକୁ ଏହି ମ୍ୟାଚ୍ ବିଜୟୀ ହେବା ପାଇଁ ୧୫୫ ରନ୍ର ଲକ୍ଷ୍ୟ ମିଳିଥିଲା। ଶ୍ରେୟସ ଆୟରଙ୍କ ଦଳ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୫୩ ରନ୍ କରିଥିଲା।
ଆର୍ୟଲାଣ୍ଡ ପାଇଁ ଟିମ୍ ଟେକ୍ଟର ଏବଂ ରସ୍ ଆଦାଇର ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୧୭ ରନ୍ ସଂଗ୍ରହ କରିଥିଲେ। ଏହି ସ୍କୋରରେ ଟିମ୍ ଟେକ୍ଟରଙ୍କ ଯୋଗଦାନ ୫ ରନ୍ ଥିଲା। ସ୍କୋର ୨୧ ରନ୍ରେ ଭାରତର ଦ୍ବିତୀୟ ଶିକାର ହୋଇଥିଲେ ଆଦାଇର, ଯିଏକି ବ୍ୟକ୍ତିଗତ ଭାବେ ୧୬ ରନ୍ କରିଥିଲେ। ସେହିପରି ଆର୍ୟଲାଣ୍ଡ ୪୮ ରନ୍ରେ ତୃତୀୟ ୱିକେଟ୍ ଭାବେ ଲୋର୍କାନ ଟକରଙ୍କୁ ହରାଇଥିଲା। ସେ ୧୮ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୧୫ ରନ୍ ସଂଗ୍ରହ କରିଥିଲେ।
ଭାରତ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦୁଇ ଓପନର ବ୍ୟାଟ୍ସମ୍ୟାନ ଅଭିଶେକ ଶର୍ମା ଏବଂ ସଞ୍ଜୁ ସାମସନ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ଦଳ ପକ୍ଷରୁ ତିଲକ ବର୍ମା ୪୬ ବଲରୁ ୫୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ହର୍ଷିତ ରାଣା ୧୦ ବଲରୁ ୨୧ ରନ କରିଥିବାବେଳେ ଦଳର ବାକି ବ୍ୟାଟ୍ସମ୍ୟାନ ବଡ଼ ପାଳି ଖେଳିବାରେ ଏବଂ ଦଳକୁ ବିଜୟୀ କରାଇବାରେ ସହାୟକ ହୋଇନଥିଲେ । ଶେଷ ଦଳ ବିଦେଶ ମାଟିରେ ଟି-୨୦ ହାରିଛି । ଲଗାତାର ଦୁଇଟି ଟି-୨୦ ଜିତିଥିବା ଦଳ ଶେଷରେ ଆୟାର୍ଲାଣ୍ଡ ଭଳି ଦଳ ପାଖରୁ ପରାଜୟ ବରଣ କରିବାକୁ ନେଇ ସମାଲୋଚନା କରାଯାଉଛି ।