ନୂଆଦିଲ୍ଲୀ,୦୯/୦୧: ବର୍ଷ ୨୦୨୬ରେ ଭାରକ ତାର କ୍ରିକେଟ ଅଭିଯାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଫର୍ମାଟରେ ଆରମ୍ଭ କରିବ । ଜାନୁଆରୀ ୧୧ରୁ ଦିନିକିଆ ସିରିଜ ଆରମ୍ଭ ହେବ । ବିଶେଷ କଥା ହେଉଛି କି ମ୍ୟାଚ ଯେଉ କୋଏମ୍ବାଟୁର ଷ୍ଟାଡିୟମରେ ଖେଳାଯିବ ସେଠାରେ ପ୍ରଥମ ଥର ପୁରୁଷ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ଦୁଇ ଦେଶ ମଧ୍ୟରେ ୫୦ ଓଭର ଦ୍ୱିପାକ୍ଷିକ ସିରିଜ ଇତିହାସ ୧୯୮୮ ଡିସେମ୍ବରରେ ଆରମ୍ଭ ହୋଇଥିଲା । ସେବେଠୁ ୭ ଦ୍ୱିପାକ୍ଷିକ ସିରିଜ ଖେଳାଯାଇଛି । ଆଶ୍ଚର୍ଯ୍ୟଜନକ ଭାବେ ଫଳାଫଳ ସମାନ ରହିଛି । ଭାରତ ଜିତିଛି, ନ୍ୟୁଜିଲାଣ୍ଡ ହାରିଛି । ୩୭ ବର୍ଷ ମଧ୍ୟରେ କ୍ୱିୱି ଦଳ ଭାରତ ବିପକ୍ଷରେ ଗୋଟିଏ ବି ଦ୍ୱିପାକ୍ଷିକ ଦିନିକିଆ ସିରିଜ ଜିତିନାହିଁ ।

୨୦୨୪ ଟେଷ୍ଟ ଫର୍ମାଟ ଭିନ୍ନ ଥିଲା । ରୋହିତ ଶର୍ମାଙ୍କ ଅଧିନାକତ୍ୱରେ ଭାରତକୁ କିୱିଙ୍କ ହାତରେ ୦-୩ କ୍ଲିନ୍ ସୁଇପ୍ ସହିବାକୁ ପଡିଥିଲା । ଟ୍ରେଷ୍ଟ କ୍ରିକେଟ୍ ଇତିହାସରେ ଏହା ପ୍ରଥମ । ଭାରତ ୩ କିମ୍ବା ତାଠାରୁ ଅଧିକ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଘରୋଇ ହ୍ୱାଉଟ୍ ୱାସ୍ କରିଥିଲା । ବର୍ତ୍ତମାନ ଦିନିକିଆ ଫର୍ମାଟରେ ଟିମ୍ ଇଣ୍ଡିଆ ନିଶ୍ଚିନ୍ତ ଭାବେରେ ସେହି ଟେଷ୍ଟ ସିରିଜ୍ ପରାଜୟର କଣ୍ଟା ମନେ କରିବ । ଏହାର ଅର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଘରୋଇ ରେକକର୍ଡ ଏକତରଫା ଅଛି । ଏବେ ସୁଦ୍ଧା ୪୦ଟି ଦିନିକିଆ ଖେଳି ୩୧ଟି ଜିତିଛି । ନ୍ୟୁଜିଲାଣ୍ଡ ମାତ୍ର ୮ଟି ଜିତିଛି । ହୋମ୍ କଣ୍ଡିସନରେ ଭାରତର ଦବଦବା ୪ ଦଶନ୍ଧି ଧରି ଅପରିବର୍ତ୍ତିତ ରହିଛି । ଓଭରୱାଲ ରେକର୍ଡରେ ବି ଭାରତ ଆଗରେ ରହିଛି । ୧୨୦ ମ୍ୟାଚ ଖେଳି ୬୨ଟି ଜିତିଛି ।

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ

ମୋଟ୍ ମ୍ୟାଚ୍-୪୦

ଭାରତ ଜିତିଛି-୩୧

ନ୍ୟୁଜିଲାଣ୍ଡ ଜିତିଛି-୮

ଡ୍ର-୧

ଭାରତ-ନ୍ୟୁଜିଲାଣ୍ଡ ଓଭରଅଲ୍ ହେଡ୍ ଟୁ ହେଡ୍ ଦିନିକିଆ

ମୋଟ୍ ମ୍ୟାଚ୍- ୧୨୦

ଭାରତ ଜିତିଛି- ୬୨

ନ୍ୟୁଜିଲାଣ୍ଡ ଜିତିଛି- ୫୦

ଟାଇ-୧

ଡ୍ର-୭