ନୂଆଦିଲ୍ଲୀ,୨୧/୦୬; ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ସାମ୍ନାସାମ୍ନି ହେବେ । ପ୍ରଥମ ୨ଟି ମ୍ୟାଚ୍ ଜିତି ଦୃଢ଼ ମନୋବଳରେ ଥିବା ଭାରତ ଆଧିପତ୍ୟ ବଜାୟ ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଦକ୍ଷିଣ ଆଫ୍ରିକା ଦଳ ଭାରତର ବିଜୟଧାରାରେ ବ୍ରେକ୍ ଲଗାଇବାକୁ ପ୍ରୟାସ କରିବ । ଫଳରେ ମ୍ୟାଚ୍ଟି କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ଭାରତ ପ୍ରଥମ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ପାକିସ୍ତାନ ଓ ନେଦରଲାଣ୍ଡ୍ସକୁ ପରାସ୍ତ କରିଥିଲା । ଦଳ ୪ପଏଣ୍ଟ ସହ ଗ୍ରୁପ୍-୧ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକାକୁ ହରାଇଲେ ଶୀର୍ଷକୁ ଫେରି ପାରିବ । ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା । ମାତ୍ର ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ପଏଣ୍ଟ ଖାତା ଖୋଲିଛି । ଦିନିକିଆ ବିଶ୍ୱକପରେ ଦ.ଆଫ୍ରିକାକୁ ହରାଇ ବିଶ୍ୱ ବିଜୟୀ ହୋଇଥିଲା ଭାରତ । ଆଜି ସେହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଲୌରା ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଉଭୟ ଦଳ ପ୍ରଥମ ଥର ସାମ୍ନାସାମ୍ନି ହେବେ । ଭାରତୀୟ ଦଳର ଅଧିନାୟିକା ହର୍ମନପ୍ରୀତ କୌର ଆଜି ୨୦୦ତମ ଟି-ଟ୍ୱେଣ୍ଟି ମ୍ୟାଚ୍ ପୂରଣ କରିବେ । ଉଭୟ ଦଳରେ ଏକାଧିକ ଷ୍ଟାର୍ ଖେଳାଳି ରହିଛନ୍ତି । ଆଜି ଭାରତୀୟ ବ୍ୟାଟର ସ୍ମୃତି ମନ୍ଧନା, ଶେଫାଳି ବର୍ମା, ଅଲରାଉଣ୍ଡର ଦୀପ୍ତି ଶର୍ମା ଓ ଦକ୍ଷିଣ ଆଫ୍ରିକା ଅଧିନାୟିକା ଲୌରା ଉଲଭାର୍ଟଙ୍କ ଉପରେ ନଜର ରହିବ । ପ୍ରଥମ ମ୍ୟାଚରେ ପାକିସ୍ତାନ, ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ମାତ ଦେଲା ପରେ ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ହରମନପ୍ରୀତ । ବିଶ୍ୱକପ ଅଭିଯାନକୁ ଗତି ଦେବାକୁ ମୈଦାନକୁ ଓହ୍ଲାଇ ଟିମ୍ ଇଣ୍ଡିଆ ।  ଆଜି ଏକ ହାଇଭୋଲ୍ଟେଜ ମ୍ୟାଚ୍ ଦେଖିବାକୁ ମିଳିବ । ପାଞ୍ଚ ଥର ସେମିଫାଇନାଲରେ ପହଞ୍ଚିବା ସତ୍ତ୍ୱେ ପ୍ରଥମ ଟି-୨୦ ବିଶ୍ୱକପ୍ ଟାଇଟଲ ହାସଲ କରିବାକୁ ଚାହୁଁଥିବା ଭାରତ, ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ଦୃଢ଼ ବୋଲିଂ ଆକ୍ରମଣ ପାଇଁ ଜଣାଶୁଣା ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଗତି ଜାରି ରଖିବାକୁ ଚେଷ୍ଟା କରିବ ।

ସମ୍ଭାବ୍ୟ ଭାରତ ଏକାଦଶ: ଶେଫାଳି ବର୍ମା, ସ୍ମୃତି ମନ୍ଧନା, ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର (ଅଧିନାୟିକା), ୟସ୍ତିକା ଭାଟିଆ, ରିଚା ଘୋଷ, ଦୀପ୍ତି ଶର୍ମା, ରାଧା ଯାଦବ, ଅରୁନ୍ଧତୀ ରେଡ୍ଡୀ/ନନ୍ଦନୀ ଶର୍ମା, କ୍ରାନ୍ତି ଗୌଡ଼, ଶ୍ରୀ ଚରଣୀ ।

ସମ୍ଭାବ୍ୟ ଦ.ଆଫ୍ରିକା ଏକାଦଶ: ଲୌରା ଉଲଭାର୍ଟ (ଅଧିନାୟିକା), ସୁନି ଲସ୍, ଆନେରି ଡେରେକସନ୍, ମାରିଜନେ କାପ୍, ନାଦିନ ଡି କ୍ଲର୍କ, ଚୋଲେ ଟ୍ରିୟନ, କାୟଲା ରେନେକେ, ସିନାଲୋ ଜାଫ୍ତା, ସବନିଲ୍ ଇସମାଇଲ, ଆୟାବୋଙ୍ଗା ଖାଖା, ନନ୍କୁଲୁଲେକୋ ମ୍ଲାବା ।