ନୂଆଦିଲ୍ଲୀ: କାଫେ ନାଁରେ ଚାଲିଥିଲା କୁକର୍ମ । ଅଭିଯୋଗ ପରେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । କ୍ୟାବିନ୍ ଦାମ ୩୦୦ରୁ ୮୦୦ । ମହାରାଷ୍ଟ୍ରରୁ ଆସିଛି ଏଭଳି ଅଭିଯୋଗ । ଜଣେ ଯୁବତୀଙ୍କ ଅଭିଯୋଗ ପରେ ଯାଞ୍ଚ କରାଯାଇଥିବାବେଳେ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ କାଫେ ଗୁଡ଼ିକର ଡଷ୍ଟବିନରୁ ମିଳିଛି । ପୁଲିସ ତନାଘନା ଆରମ୍ଭ କରିଛି ।

ଯୁବତୀ ଜଣକ ଅଭିଯୋଗ କରିଛନ୍ତି କି, କାଫେରେ ଚା’ କଫି ଛଡ଼ା ଅଲଗା କିଛି ପରିବେଷଣ କରାଯାଉଥିଲା । କାଫେରେ ସାମ୍ନାରେ ପରଦା ଢ଼ଙ୍କା ଯାଉଥିବାବେଳେ ରୁମ କରାଯାଇଛି । ଯେଉଁଠାରେ ୩୦୦ରୁ ୮୦୦ ଟଙ୍କା ଚାର୍ଜ କରାଯାଉଥିଲା । ପ୍ରେମୀ ଯୁଗଳ ଏଠାକୁ ଗଲେ ସେମାନଙ୍କୁ ଯୋଗାଇ ଦିଆଯାଉଥିଲା । କିନ୍ତୁ କ୍ୟାବିନରେ କ୍ୟାମେରା ଲଗାଇ ସବୁ ରେକର୍ଡ କରାଯାଉଥିଲା । ଆଉ ଏହାପରେ ସବୁ ଭାଇରାଲ କରାଇବାର ଭୟ ଦେଖାଇ ବ୍ଲାକମେଲ କରାଯାଉଛି ।

ତେବେ ଯୁବତୀ ଜଣକ କହିଛନ୍ତି କି, ମୋତେ ମଧ୍ୟ ଏଭଳି ଧମକ ଦିଆଯାଇଛି । କୁହାଯାଇଛି କି, ଭାଇରାଲ କରାଇ ଦେବେ । ଟଙ୍କା ମାଗୁଥିବାବେଳେ ଭାଇରାଲ କରାଇବାର ଭୟ ଦେଖାଉଥିଲେ । ସେପଟେ ଯୁବତୀଙ୍କ ଅଭିଯୋଗ ପରେ ହିନ୍ଦୁ ସଂଗଠନ ଏହାକୁ ବିରୋଧ କରିଥିବାବେଳେ କାଫେ ପହଞ୍ଚି ଯାଞ୍ଚ କରିଛନ୍ତି । ପୁଲିସ ମଧ୍ୟ ଯାଞ୍ଚ କରିଥିବାବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।