ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଭାରତର ୫ ମ୍ୟାଚ୍ ଟି-୨୦ ସିରିଜ୍ ଚାଲିଛି । ଟି-୨୦ ପରେ ଉଭୟ ଦଳ ମଧ୍ୟରେ ଖେଳାଯିବ ଦିନିକିଆ ଶୃଙ୍ଖଳା । ଆଉ ପରେ ଭାରତୀୟ ଦଳ ଜିମ୍ବାଓ୍ବେ ଗସ୍ତରେ ଯିବ । ସେଠାରେ ମଧ୍ୟ ଟି-୨୦ ସିରିଜ୍ ଖେଳାଯିବ । ତେବେ ଏହାରି ଭିତରେ ଭାରତୀୟ ଟିମର ଟେଷ୍ଟ ସିରିଜକୁ ନେଇ ଏକ ବଡ଼ ଘୋଷଣା ହୋଇଛି । ପରବର୍ତ୍ତୀ ଟେଷ୍ଟ ସିରିଜ୍ ଭାରତ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ଯାହାକି ଟେଷ୍ଟ କ୍ରିକେଟପ୍ରମୀଙ୍କ ପାଇଁ ଖୁସି ଖବର । ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ ।
୧୫ ଅଗଷ୍ଟରୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ ଭାରତ । ତେବେ ଖେଳାଯିବାକୁ ଥିବା ୩ଟି ଟି-୨୦ ମ୍ୟାଚକୁ ବାତିଲ୍ କରାଯାଇଛି । ଗୁରୁବାର ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଏହି ସିରିଜ୍ ସମ୍ପର୍କରେ ଘୋଷଣା କରାଯାଇଛି । ତେବେ ଦୀର୍ଘ ୯ ବର୍ଷ ପରେ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତ କରିବ । ୨୦୧୭ ମସିହାରେ ଶେଷଥର ପାଇଁ ଭାରତ ଶ୍ରୀଲଙ୍କାରେ ଟେଷ୍ଟ ମ୍ୟାଚ୍ ଖେଳିଥିଲା । ଏବେ ଖେଳାଯିବାକୁ ଥିବା ସିରିଜ୍ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ପାଇଁ ଗୁରୁତ୍ବବହନ କରୁଛି । ଭାରତ ଫାଇନାଲରେ ପ୍ରବେଶ କରିବା ପାଇଁ ଏହି ମ୍ୟାଚ୍ ଗୁରୁତ୍ବବହନ କରୁଥିବାବେଳେ ଜିତିବା ଲକ୍ଷ୍ୟରେ ରହିବ ।
ତେବେ ଭାରତ-ଶ୍ରୀଲଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ସମୟ ରହିଛି ୧୩ ଦିନ । ସିରିଜର ପ୍ରଥମ ମ୍ୟାଚ ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ଗାଲେର ଐତିହାସିକ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଭାରତ ସ୍ବାଧିନତା ଦିବସ ୧୫ ତାରିଖ ରହିଥିବାବେଳେ ଏକ ସ୍ବତନ୍ତ୍ର ଦିବସରୁ ମ୍ୟାଚ ଖେଳାଯିବ । ସେପଟେ ଦ୍ବିତୀୟ ଯି-୨୦ ଅଗଷ୍ଟ ୨୩ରୁ ୨୭ ଖେଳାଯିବ । ଯାହାକି କଲୋମ୍ବୋରେ ଅନୁଷ୍ଠିତ ହେବ ।
ଏହାସହ ପଢ଼ନ୍ତୁ : ଚୀନ-ଆମେରିକାକୁ ପ୍ରଶଂସା, ଭାରତକୁ ନେଇ ଏମିତି କହିଲେ ଇନ୍ଦ୍ରା