ନୂଆଦିଲ୍ଲୀ, ୨୬/୨ : ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଚେତାବନି । ଭାରତ ବିପକ୍ଷରେ କେମିତି ଖେଳିବେ କହିଲେ ଜିମ୍ବାଓ୍ବେ ଅଲରାଉଣ୍ଡର ରୟାନ ବର୍ଲ । ସୁପର-୮ରେ ଭାରତ ବିପକ୍ଷରେ ଆମର ରଣନୀତି ପ୍ରସ୍ତୁତ । ହୋମଓ୍ବାର୍କ କରି ମଇଦାନକୁ ଓହ୍ଲାଇବୁ । ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଆମର ବୋଲିଂ ବିକଳ୍ପ ପ୍ରସ୍ତୁତ । ସେ କହିଛନ୍ତି କି, ଭାରତ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥାଏ ଯାହାକୁ ମାତ ଦେବା ସହ ଚାପ ପକାଇବା ପାଇଁ ଆମେ ପ୍ରୟାସ କରିବୁ ।
ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ ସାଙ୍ଗକୁ ଧିମା ପିଚ୍ ଆମର ଅଫସ୍ପିନରମାନେ ଅଡ଼ୁଆରେ ପକାଇବେ । ସିକନ୍ଦର ରଜା ପ୍ରଥମରୁ ବୋଲିଂ ଆକ୍ରମଣ କରିବେ । ଆମର ପ୍ରଥମ ଲକ୍ଷ୍ୟ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା । ଯାହାକି ଦଳ ଉପରେ ବଡ଼ ପ୍ରଭାବ ପକାଇବ । ସମ୍ପୂର୍ଣ୍ଣ ମ୍ୟାଚ ଭାରତ ଚାପରେ ଖେଳିବ । ଅପସ୍ପିନରଙ୍କ ବିପକ୍ଷରେ ଅଭିଶେକ ଶର୍ମା ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଥର ଜିରୋରେ ଆଉଟ୍ ହୋଇଛନ୍ତି । ଏଣୁ ଏହି ମ୍ୟାଚରେ ମଧ୍ୟ ପ୍ରଭାବ ପକାଇବ ।
ଭାରତ ଦକ୍ଷିଣଆଫ୍ରିକାଠାରୁ ୭୩ ରନରେ ହାରିଥିବାବେଳେ ଜିମ୍ବାଓ୍ବେ ଓ୍ବେଷ୍ଟଇଣ୍ଡିଜଠାରୁ ୧୦୭ ରନରେ ହାରିଛି । ଉଭୟ ଦଳର ରନରେଟ୍ ଖରାପ ରହିଛି । ଏଣୁ ଏହି ମ୍ୟାଚ ବଡ଼ ରନ୍ ବ୍ୟବଧାନରେ ଜିତିବା ସହ ସେମି ରେସକୁ ଫେରିବା ପାଇଁ ପ୍ରୟାସ କରିବେ । ଏଣୁ ଆଜିର ମ୍ୟାଚରେ କଡ଼ା ଟକ୍କର ହେବ । ସେପଟେ ଜିମ୍ବାଓ୍ବେ ଅଲରାଉଣ୍ଡର ରୟାନ ବର୍ଲଙ୍କ ପ୍ରଦର୍ଶନ କଥା ଯଦି କହିବା ତାହେଲେ ସେ ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ବିପକ୍ଷରେ ୧୨ ବଲରୁ ୨୩ ରନ କରିଥିବାବେଳେ ଅଷ୍ଟେ୍ରଲିଆ ବିପକ୍ଷ ମ୍ୟାଚରେ କଷ୍ଟକର ସମୟରେ ସେ ୩୦ ବଲରୁ ୩୫ ରନ କରିଥିଲେ । ଏହାସହ ବୋଲିଂ କରି ଉଭୟ ମ୍ୟାଚରେ ଓ୍ବିକେଟ ମଧ୍ୟ ଅକ୍ତିଆର କରିଛନ୍ତି ।
ଏହାସହ ପଢ଼ନ୍ତୁ : ଛକା-ଚୌକାରେ ଡିଲ୍ କଲେ ବୈଭବ ସୂର୍ଯ୍ୟବଂଶୀ, ପୁଣି ରଚିଲେ ଇତିହାସ