ଓ୍ବାଙ୍ଖେଡ଼େରେ ଇଂଲଣ୍ଡ ବିପକ୍ଷରେ ଭାରତର ବିଶାଳ ବିଜୟ୪-୧ ରେ ସିରିଜ ହାତେଇଲା ସୂର୍ଯ୍ୟ ବାହିନୀ

ମୁମ୍ବାଇ,୦୨/୦୨: ଟି-୨୦ ସିରିଜରେ ଭାରତ ଇଂଲଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଛି। ରବିବାର ସିରିଜର ପଞ୍ଚମ ତଥା ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆ ୧୫୦ ରନ୍‌ରେ ବିଜୟୀ ହୋଇଛି। ଭାରତ ଏହି ସିରିଜକୁ ୪-୧ ରେ କବଜା କରିଛି। ଅଭିଷେକ ଶର୍ମା ମୁମ୍ବାଇରେ ଟିମ୍ ଇଣ୍ଡିଆ ପାଇଁ ଧ୍ବସ୍ତବିଧ୍ବସ୍ତ ପ୍ରଦର୍ଶନ କରିଥିଲେ। ବିସ୍ଫୋରକ ଶତକୀୟ ସ୍କୋର କରିବା ସହିତ ସେ ୨ଟି ଗୁରୁତ୍ବପୁର୍ଣ୍ଣ ୱିକେଟ୍‌ ନେଇଥିଲେ। ଏହି ମ୍ୟାଚରେ ଅଭିଷେକ ଅନେକ ରେକର୍ଡ ଭାଙ୍ଗିଛନ୍ତି। ଶିବମ୍ ଦୁବେ ମଧ୍ୟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲେ। ଇଂଲଣ୍ଡ ପାଇଁ ଫିଲିପ ସଲ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ।

ପ୍ରଥମେ ବ୍ୟାଟିଂ କରି ଭାରତ ୯ ଓ୍ବିକେଟ ହରାଇ ୨୪୭ ରନ୍ କରିଥିଲା। ଏଥିରେ ଅଭିଷେକ ଶର୍ମା ୧୩୫ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଶିବମ୍ ଦୁବେ ୩୦ ରନ୍ କରିଥିଲେ। ଏହାର ଜବାବରେ ଇଂଲଣ୍ଡ ଦଳ ମାତ୍ର ୯୭ ରନ୍ ସ୍କୋରରେ ସମସ୍ତ ଓ୍ବିକେଟ ହରାଇଥିଲେ। ଟିମ୍ ଇଣ୍ଡିଆର ବ୍ୟାଟରଙ୍କ ପରେ ବୋଲରମାନେ ମଧ୍ୟ ୱାଙ୍ଖେଡ଼େରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।

ଭାରତର ପ୍ରଦର୍ଶନ: 

ଅଭିଷେକ ଶର୍ମା ଇଂଲଣ୍ଡର ବୋଲରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେ। ସେ ମାତ୍ର ୫୪ ବଲ୍‌ରେ ୭ ଚୌକା ଏବଂ ୧୩ ଛକା ସହାୟତାରେ ୧୩୫ ରନ୍ ସଂଗ୍ରହ କରିଥିଲେ। ୧୩ ଟି ବଲ୍‌ରେ ଶିବମ୍ ଦୁବେ ୩୦ ରନ୍ ସଂଗ୍ରହ କରିଥିଲେ। ସେ ୩ ଚୌକା ଓ ୨ଟି ଛକା ମାରିଥିଲେ। ଏହିପରି ଭାରତ ୨୦ ଓଭରରେ ୯ ୱିକେଟ୍ ହରାଇ ୨୪୭ ରନ୍ କରିଥିଲା। ଓପନର୍ ସଞ୍ଜୁ ସାମସନ୍ ୧୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ୨୪ ରନ୍ ସ୍କୋର କରିବା ପରେ ତିଲକ ବର୍ମା ପାଭିଲିୟନ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ ମାତ୍ର ୨ ରନ୍ କରି ପାଭିଲିୟନ ଫେରିଥିଲେ। 

ଇଂଲଣ୍ଡର ପ୍ରଦର୍ଶନ: 

ଭାରତୀୟ ବ୍ୟାଟରଙ୍କ ପରେ ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୦.୩ ଓଭରରେ ମାତ୍ର ୯୭ ରନ୍ କରିବା ପରେ ଇଂଲଣ୍ଡ ଦଳ ସମସ୍ତ ଓ୍ବିକେଟ ହରାଇଥିଲା। ଦଳ ଭିତରେ ଫିଲିପ ସଲ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୩ ବଲରେ ୫୫ ରନ ସ୍କୋର କରିଥିଲେ। ୧୦ ରନ୍ ସ୍କୋର କରିବା ପରେ ଜାକୋବ ବେଥେଲ ଆଉଟ୍ ହୋଇଥିଲେ। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ।