ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ମହିଳା ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜ: ଶ୍ରୀଲଙ୍କାକୁ ୯୭ରନ୍‌ରେ ହରାଇ ଭାରତ ଚାମ୍ପିଅନ୍‌

Published By : Prameya | May 12, 2025 7:49 AM

କଲମ୍ବୋ,୧୨/୦୪: ସ୍ମୃତି ମନ୍ଧନାଙ୍କ ଜବରଦସ୍ତ ଶତକ ସାଙ୍ଗକୁ ସ୍ନେହ ରାଣାଙ୍କ ଯାଦୁକରୀ ସ୍ପିନ ବଳରେ ଭାରତୀୟ ମହିଳା ଦଳ ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜରେ ଚାମ୍ପିଅନ୍‌ ହୋଇଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲ୍‌ ମୁକାବିଲାରେ ଦଳ ୯୭ରନ୍‌ରେ ଆୟୋଜକ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । କ୍ୟାରିୟରରେ ୧୧ତମ ଦିନିକିଆ ଶତକ ଅର୍ଜନ କରିଥିବା ମନ୍ଧନା ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଏବଂ  ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ୱିକେଟ୍‌ ନେଇଥିବା ସ୍ନେହ ପ୍ଲେୟାର ଅଫ୍‌ ଦ ସିରିଜ ବିବେଚିତ ହୋଇଥିଲେ । 

ଟସ୍‌ ଜିତି ଭାରତ ବ୍ୟାଟିଂ କରି ୭ ୱିକେଟ୍‌ ବିନିମୟରେ ୩୪୨ରନ୍‌ ସଂଗ୍ରହ କରିଥିଲା । ମନ୍ଧନା ୧୦୧ଟି ବଲ୍‌ର ସାମ୍ନା କରି ୧୫ଚୌକା, ୨ଛକା ବଳରେ  ୧୧୬ରନ୍‌ କରିଥିବାବେଳେ ପ୍ରତୀକା ରାୱଲ ୩୦,  ହର୍ଲିନ ଦେଓଲ ୪୭, ଅଧିନାୟିକା ହର୍ମନପ୍ରୀତ କୌର  ୪୧, ଜେମିମା ରୋଡ୍ରିଗ୍ସ ୪୪, ଅମନଜୋତ କୌର ୧୮, ଦୀପ୍ତି ଶର୍ମା ଅପରାଜିତ ୨୦ରନ୍‌ କରିଥିଲେ । 

୩୪୩ରନ୍‌ର ବିଶାଳ ଲକ୍ଷ୍ୟ ନେଇ ଶ୍ରୀଲଙ୍କା  ବ୍ୟାଟିଂ ଆରମ୍ଭ କରିଥିଲା । ଭାରତୀୟ ବୋଲରଙ୍କ  ଶୃଙ୍ଖଳିତ ବୋଲିଂର ସାମ୍ନା କରିନପାରି ଆୟୋଜକ  ଦଳ ୪୮.୨ ଓଭରରେ ୨୪୫ରନ୍‌ କରି ଅଲଆଉଟ୍‌  ହୋଇଥିଲା । ଅଧିନାୟିକା ଚାମରି ଆଟାପଟୁ ୫୧, ନିଳାକ୍ଷୀକା ସିଲ୍‌ଭା ୪୮, ବିସ୍ମି ଗୁଣରତ୍ନେ ୩୬,  ହର୍ଷିତା ସମରବିକ୍ରମା ୨୬, ଅନୁଷ୍କା ସଞ୍ଜିବନୀ ୨୮,  ସୁଗନ୍ଦିକା କୁମାରୀ ୨୭ ରନ୍‌ କରିଥିଲେ । ଭାରତ ପକ୍ଷରୁ ସ୍ନେହ ୪ଟି, ଅମନଜୋତ କୌର ୩ଟି ଓ ଶ୍ରୀ  ଚରଣୀ ଗୋଟିଏ ୱିକେଟ୍‌ ନେଇଥିଲେ । 

ରେକର୍ଡ଼  

ମହିଳା ଦିନିକିଆରେ ମନ୍ଧନା ତୃତୀୟ ସର୍ବାଧିକ  ୧୧ଟି ଶତକ ଅର୍ଜନ କରିଛନ୍ତି । ଅଷ୍ଟ୍ରେଲିଆର ମେଗ୍‌  ଲାନିଙ୍ଗ୍‌ ୧୫ଟି, ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ୧୩ଟି ଶତକ  ସହ ତାଲିକାରେ ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି ।  ମନ୍ଧନା ଶ୍ରୀଲଙ୍କାରେ ପ୍ରଥମ ଦିନିକିଆ ଶତକ ଅର୍ଜନ  କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ସେ ୧୧୬ରନ୍‌  କରିଥିଲେ । ମହିଳା ଦିନିକିଆ ଫାଇନାଲ୍‌ରେ ଏହା  ତୃତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର ରହିଥିଲା ।  

ଚଳିତ ବର୍ଷ ଭାରତୀୟ ମହିଳା ଦଳ ଦିନିକିଆରେ  ଚତୁର୍ଥ ଥର ୩୦୦ରୁ ଊଦ୍ଧ୍ୱର୍ ରନ୍‌ ସଂଗ୍ରହ କରିଛି ।  ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏହା ସର୍ବାଧିକ ।  ପୂର୍ବରୁ ନ୍ୟୁଜିଲାଣ୍ଡ ୨୦୧୮ରେ ୪ଥର ୩୦୦ରୁ ଊଦ୍ଧ୍ୱର୍  ସ୍କୋର କରିଥିଲା ।  

ଓପନିଂ ଯୋଡ଼ି ମନ୍ଧନା ଓ ପ୍ରତୀକା ରାୱଲ ଚଳିତ  ବର୍ଷ ୮ଟି ଦିନିକିଆ ଖେଳି ୭ଟିରେ ଅର୍ଦ୍ଧଶତକୀୟ  ଭାଗିଦାରୀ ଗଠନ କରିସାରିଛନ୍ତି । ଗୋଟିଏ  କ୍ୟାଲେଣ୍ଡର ବର୍ଷରେ ଓପନିଂ ଯୋଡ଼ି ଭାବେ ବେଲିଣ୍ଡା  କ୍ଲାର୍କ ଓ ଲିସା କାଇଟଲି ୨୦୦୦ ମସିହାରେ ସମାନ  ସଂଖ୍ୟକ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.