ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

'ଅପରେସନ ସିନ୍ଦୂର'; କାହିଁକି ଅସ୍ତ୍ରବିରତି ଆବେଦନ କରିଥିଲା ପାକିସ୍ତାନ, ସେନା ଉପମୁଖ୍ୟ କହିଲେ କାରଣ

Published By : Manash Sahoo | July 4, 2025 7:27 PM

ନୂଆଦିଲ୍ଲୀ: ଚୀନ୍ ଚକ୍ରାନ୍ତ ‘ଅପରେସନ ସିନ୍ଦୂର’ରେ ଫେଲ୍ । ଭାରତକୁ ହରାଇବାକୁ ଡ୍ରାଗନ ରଚିଥିଲା ଷଡ଼ଯନ୍ତ୍ର । ପାକିସ୍ତାନକୁ ଦେଉଥିଲା ଲାଇଭ୍ ଅପଡେଟ୍ । ଏକ ସାଙ୍ଗରେ ମାତ୍ ଖାଇଲେ ତିନି ଶତ୍ରୁ । ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ବ୍ୟାଟେଲ୍ ଗ୍ରାଉଣ୍ଡରେ ଭାରତ କେବଳ ପାକିସ୍ତାନ ସହ ନୁହେଁ ବରଂ ପାକ୍‌ର ମିତ୍ର ଦେଶ ମାନଙ୍କ ସହିତ ଲଢ଼େଇ କରୁଥିଲା । ଚିର ଶତ୍ରୁ ଚୀନ୍ ଏବଂ ତୁର୍କୀ,  ଭାରତ ସହିତ ଛାୟା ଯୁଦ୍ଧ କରୁଥିଲେ । ତୁର୍କୀ ଇସଲାମାବାଦକୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ବେଳେ ଡ୍ରାଗନ ଦେଉଥିଲା ସଠିକ୍ ଇନପୁଟ୍ ଡାଟା । ସାମରିକ କାର୍ଯ୍ୟକଳାପର ଲାଇଭ୍ ସୂଚନା ଦେଉଥିଲା ବେଜିଂ । ମାତ୍ର ଭାରତୀୟ ସେନା ଏହାକୁ ସଫଳତାର ସହିତ ହ୍ୟାଣ୍ଡଲ୍ କରି ପାକିସ୍ତାନକୁ ମାତ୍ ଦେଇଥିଲା । ଏନେଇ ବଡ଼ ଖୁଲାସା କରିଛନ୍ତି ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ରାହୁଲ ଆର୍ ସିଂହ । 

ଫିକି ଦ୍ୱାରା ଆୟୋଜିତ ‘ନ୍ୟୁ ଏଜ୍ ମିଲିଟାରୀ ଟେକ୍ନୋଲଜି’ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସେନା ଉପମୁଖ୍ୟ ଦୁଇ ଶତ୍ରୁ ଦେଶର ମୁଖା ଖୋଲି ଦେଇଛନ୍ତି । ସେ କହିଛନ୍ତି, ଭାରତୀୟ ସେନା ‘ଅପରେସନ ସିନ୍ଦୂର’ରେ ଏକସଙ୍ଗରେ ତିନି ଶତ୍ରୁ ଦେଶକୁ ପରାସ୍ତ କରିଛି । ପାକ୍ ସେନା ସାମ୍ନା ପଟକୁ ଆକ୍ରମଣ କରୁଥିବା ବେଳେ ତା ପଛ ପଟୁ ସମର୍ଥନ କରିଥିଲେ ଚୀନ୍ ଓ ତୁର୍କୀ । ଯୁଦ୍ଧ କେବଳ ଗୋଟିଏ ସୀମାରୁ ହେଉଥିଲା । ମାତ୍ର ଲଢ଼େଇ ତିନି ଦେଶ କରୁଥିଲେ । ପାକିସ୍ତାନକୁ ଅତ୍ୟାଧୁନିକ ଡ୍ରୋନ ଯୋଗାଉଥିଲା ତୁର୍କୀ । ଆଉ ତାକୁ ସଂଚାଳନ ପାଇଁ ଲାଇଭ୍ ଇନପୁଟ୍ ଦେଉଥିଲା ଚୀନ୍ । ଏହାଛଡ଼ା ଯୁଦ୍ଧରେ ପାକିସ୍ତାନ ବ୍ୟବହାର କରିଥିବା ୮୧ ପ୍ରତିଶତ ଅସ୍ତ୍ରଶସ୍ତ୍ର ଚୀନ୍‌ର ଥିଲା । ଡ୍ରାଗନ କିଛି ମାରାତ୍ମକ ମିସାଇଲକୁ ପାକିସ୍ତାନ ମାଧ୍ୟମରେ ଆକ୍ରମଣ କରି ପରୀକ୍ଷଣ କରିଥିଲା । ଭାରତ-ପାକିସ୍ତାନ ସଂଘର୍ଷ, ଚୀନ୍ ପାଇଁ ଏକ‘ଲାଇଭ୍ ଲ୍ୟାବ’ଥିଲା ବୋଲି ଉପସେନା ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ୍ ରାହୁଲ ଆର୍ ସିଂହ କହିଛନ୍ତି । 

ଅପରେସନ ସିନ୍ଦୂରରେ ଭାରତୀୟ ସେନାର ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଅନ୍ତିମ ଘଣ୍ଟାରେ ପଡ଼ୋଶୀ ଦେଶର ୯ଟି ସ୍ଥାନକୁ ଟାର୍ଗେଟ୍ ଲକ୍ କରାଯାଇଥିଲା । ସୁପରସୋନିକ୍ ବାଲାଷ୍ଟିକ୍ ମିସାଇଲ୍ ବ୍ରହ୍ମୋସ ମାଡ଼ରେ ଛାନିଆ ହୋଇଯାଇଥିଲା ପାକିସ୍ତାନ । ଆଉ ବାଧ୍ୟ ହୋଇ ମୁଣ୍ଡ ନୁଆଇଁଥିଲା ଏବଂ ତୁରନ୍ତ ଅସ୍ତ୍ରବିରତି ପାଇଁ ଆବେଦନ କରିଥିଲା । କାରଣ ପାକିସ୍ତାନ ଜାଣିଥିଲା ପାଲଟା ଜବାବ ଦେବାକୁ ଚେଷ୍ଟା କଲେ ସ୍ଥିତି ଆହୁରି ଭୟଙ୍କର ହେବ । ଫିକିରେ ସେନା ଉପମୁଖ୍ୟ ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ପ୍ରଶଂସା କରିଛନ୍ତି । ଏହାଛଡ଼ା ଭବିଷ୍ୟତରେ ଅଧିକ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି । 

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନକୁ ଆସିଥିଲେ ଭାରତ ସରକାର । ଆଉ ସେନାକୁ ଖୋଲାଖୋଲି ଛାଡ଼ି ଦେଇଥିଲେ । ବାୟୁସେନା ଅପରେସନ ସିନ୍ଦୂର ଲଞ୍ଚ କରି ପିଓକେ  ସହିତ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଅସଲ ଲଢ଼େଇ । ଯେଉଁଥିରେ ପାକିସ୍ତାନ ସହିତ ଚୀନ୍ ଏବଂ ତୁର୍କୀକୁ ଏକସାଙ୍ଗରେ ପରାସ୍ତ କରିଛି ଭାରତୀୟ ସେନା  । ....

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.