ନୂଆଦିଲ୍ଲୀ,୨୩/୭ : ‘ମୁଁ ସେନାର ଅଧିକାରୀଙ୍କୁ ଜାଣିଛି , ଟଙ୍କା ଦିଅ ଏବଂ ବାକି ମୋ ଉପରେ ଛାଡ଼ିଦିଅ…’ ଯଦି ଆର୍ମିରେ ଭର୍ତ୍ତି କରିବା ନାମରେ କେହି ଆପଣଙ୍କୁ ଏଭଳି କଥା କୁହେତ ସାବଧାନ ରୁହନ୍ତୁ ଏବଂ ବୁଝିଯାଆନ୍ତୁ କି ସେ ଆପଣଙ୍କୁ ଠକିବାକୁ ପ୍ରୟାସ କରୁଛନ୍ତି । ଏହି ସନ୍ଦେଶ ଇଣ୍ଡିଆନ ଆର୍ମି ତରଫରୁ ସେହି କ୍ୟାଣ୍ଡିଡେଟ୍ସଙ୍କ ଲାଗି ଅଟେ ଯେଉଁମାନେ ସେନାର ଭର୍ତ୍ତି ପ୍ରକ୍ରିୟାରେ ସାମିଲ ହେଉଛନ୍ତି କିମ୍ବା ହେବେ ।
ପ୍ରକାଶ ଯେ, ଅଗ୍ନିବୀର ରିକ୍ରୁଟମେଣ୍ଟ ରାଲି ୨୦୨୬ର ସିଡ୍ୟୁଲ ଜାରି ହୋଇଯାଇଛି ଏବଂ ଖୁବଶୀଘ୍ର ଏହା ୟୁପି ରାଜସ୍ଥାନ ହରିୟାଣା ସମେତ ଦେଶର ଅନ୍ୟ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି । ଏହା ବ୍ୟତୀତ ସେନା ଏନସିସି, JAG ଏବଂ ଅନ୍ୟ ସ୍ପେଶାଲ ଏଣ୍ଟ୍ରି ଲାଗି ବି ଆବେଦନ ଆରମ୍ଭ କରିଦେଇଛନ୍ତି । ଏହି ସବୁ ଭିତରେ ପ୍ରାର୍ଥୀଙ୍କୁ କେତେକ ଫ୍ରଡ ଏବଂ ଧୋକାବାଜ ଲୋକ ସମ୍ପର୍କ କରିବା ଲାଗି ପ୍ରୟାସ କରିବେ । ଯାହାଠୁ ତାଙ୍କୁ ସତର୍କ ରହିବା ଜରୁରୀ ଅଟେ ।
ଭାରତୀୟ ସେନା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୮ଫଟୋ ସହ ପ୍ରାର୍ଥୀଙ୍କ ଲାଗି ଏକ ଆଲର୍ଟ ମେସେଜ ସେୟାର କରିଛି । ଏହାର ପ୍ରତ୍ୟେକ ଫଟୋରେ ସେନା ପ୍ରାର୍ଥୀଙ୍କୁ ଦଲାଲଙ୍କଠାରୁ ସାବଧାନ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆର୍ମି କହୁଛି କି ଦଲାଲ ସବୁବେଳେ ଏଭଳି ଲୋକଙ୍କୁ ଖୋଜିଥାନ୍ତି ଯାହାଙ୍କୁ ନିଜ ପରିଶ୍ରମ ଉପରେ ଭରସା ନ ଥାଏ । କାରଣ ସେମାନେ ସହଜରେ କଥା ଏବଂ ମିଥ୍ୟା ପ୍ରତିଶ୍ରୁତି ଦ୍ୱାରା ଫସି ଯାଇପାରନ୍ତି।
ଏଥିଲାଗି ଆର୍ମି ପକ୍ଷରୁ କୁହାଯାଇଛି କି, ଯଦି ଆପଣଙ୍କୁ କେହି କୁହେ ତ ମୁଁ ତୁମକୁ ଚୟନ କରିଦେବି, ମୁଁ ସେନାର ଅଧିକାରୀଙ୍କୁ ଜାଣିଛି । ଟଙ୍କା ଦିଅ ବାକି ମୋ ଉପରେ ଛାଡ଼ି ଦିଅ । ତେବେ ଆପଣ ଭାବି ନିଅନ୍ତୁ କି ସେ ଆପଣଙ୍କୁ ମିଛ କହୁଛି । କୌଣସି ବି ଦଲାଲ ଭର୍ତ୍ତି ପ୍ରକ୍ରିୟାକୁ ପ୍ରଭାବିତ କରିପାରିବେ ନାହିଁ ଏବଂ ନା ସିଲେକ୍ସନ କରିପାରିବେ । ଭାରତୀୟ ସେନାର ଚୟନ କେବଳ ଯୋଗ୍ୟତା ଆଧାରରେ କରାଯାଇଥାଏ । ଯଦି ଆପଣଙ୍କ ପାଖରେ ଶୈକ୍ଷିକ ଯୋଗ୍ୟତା, ଶାରିରୀକ ଫିଟନେସ, ଆବଶ୍ୟକ କ୍ଷମତା ଅଛି ତେବେ ଆପଣଙ୍କ ଚୟନ ଆପଣଙ୍କ ଯୋଗ୍ୟତା ଜରିଆରେ ହେବ ।