ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

କେନ୍ଦ୍ରୀୟ ବଜେଟ୍‌ ପୂର୍ବରୁ କାହିଁକି ପାଳନ ହୁଏ ହାଲୁଆ ସେରିମନି, କ’ଣ ରହିଛି ମହତ୍ବ ?

Published By : Tapas Panda | January 24, 2025 9:06 PM

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍‌ ୨୦୨୫-୨୬ ଫେବ୍ରୁଆରୀ ପହିଲାରେ ଆସିବାକୁ ଥିବା ବେଳେ ପରମ୍ପରା ଅନୁସାରେ ଆଜି (ଶୁକ୍ରବାର) ହାଲୁଆ ସେରିମନି ପାଳିତ ହୋଇଛି । କେନ୍ଦ୍ର ବଜେଟ ପ୍ରସ୍ତୁତି ଶେଷ ଦିନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଏ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ସଚିବାଳୟର ନର୍ଥ ବ୍ଲକରେ ଅନୁଷ୍ଠିତ ହୋଇଛି ହାଲୁଆ ସେରିମନି । ବଜେଟ୍‌ ପ୍ରସ୍ତୁତ କରିଥିବା ସମସ୍ତ ଅଧିକାରୀ ଏବଂ ଷ୍ଟାଫ୍‌ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । 

ଲୋକସଭାରେ ବଜେଟ୍‌ ଉପସ୍ଥାପନ ହେବା କେଇ ଦିନ ପୂର୍ବରୁ ପରମ୍ପରା ଅନୁସାରେ ହାଲୁଆ ସେରିମନି ପାଳନ କରାଯାଏ । ବଜେଟ୍‌ ପ୍ରସ୍ତୁତ କରିଥିବା ଅଧିକାରୀମାନେ ହାଲୁଆ ଖାଇ ଏହାକୁ ମନାଇଥାନ୍ତି ।  ସେପଟେ ହାଲୁଆ ସେରିମନିକୁ ଅର୍ଥ ମନ୍ତ୍ରଣାଳୟର ଲକ୍‌-ଇନ ପିରିୟଡ୍‌ ବୋଲି କୁହାଯାଏ । ବଜେଟ୍‌ ତିଆରି ପାଇଁ କାମ କରିଥିବା କୌଣସି ଅଧିକାରୀଙ୍କୁ ନର୍ଥ ବ୍ଲକ୍‌ ଛାଡ଼ି  ଯିବାକୁ ଅନୁମତି ନଥାଏ । ଏହି ସମୟ ମଧ୍ୟରେ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ରୁହନ୍ତି କହିଲେ ଭୁଲ ହେବ ନାହିଁ । ଲୋକସଭାରେ ବଜେଟ୍‌ ଆଗତ ହେବା ପରେ ସେମାନଙ୍କୁ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ଅନୁମତି ମିଳେ । 

ବଜେଟ୍‌ ଦସ୍ତାବିଜ୍‌ର ଗୋପନୀୟତା ବଜାୟ ରଖିବା ଲାଗି ଏଭଳି କରାଯାଏ ।  କେବଳ ଏକ ଉତ୍ସବ ଲାଗି ଏହି ହାଲୁଆ ଖାଇବା ପରମ୍ପରା ହୋଇନାହିଁ ବରଂ ଦେଶର ବଜେଟ୍‌ ଦସ୍ତାବିଜ୍‌ ପ୍ରସ୍ତୁତ କରିବାରେ ଯେଉଁ ପରିଶ୍ରମ କରାଯାଇଥାଏ ତାର ପାଳନ ଲାଗି ଏହା ଗୁରୁତ୍ବ ବହନ କରେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିବର୍ଷ ହାଲୁଆ ସେରିମନି‌ରେ ଯୋଗ ଦିଅନ୍ତି ଏବଂ ଏକ ବଡ଼ କଡ଼େଇରେ ରୋଷେଇ ହୋଇଥିବା ହାଲୁଆକୁ ବଜେଟ୍‌ ଦସ୍ତାବିଜ୍‌ ପ୍ରସ୍ତୁତ କରିବା ଲାଗି ଅକ୍ଳାନ୍ତ ପରିଶ୍ରମ କରିଥିବା ସବୁ ସଦସ୍ୟଙ୍କୁ ଖାଇବାକୁ ଦିଅନ୍ତି । ଏହି ହାଲୁଆ ସେରିମନି ‘ଲକ୍‌-ଇନ’ ପରିୟଡ୍‌ର ଆରମ୍ଭକୁ ମଧ୍ୟ ଦର୍ଶାଏ । ସୂଚନାଯୋଗ୍ୟ, ଲୋକସଭାରେ ବଜେଟ୍‌ ଅଧିବେଶନ ଜାନୁଆରୀ ୩୧ରେ ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ ୪ରେ ଶେଷ ହେବ । ଜାନୁଆରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧନ କରିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.