ଭୁବନେଶ୍ୱର୧୩/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ସମ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ରୋଙ୍କୁ ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ର‌୍ୟୁମାଟୋଲଜି ପକ୍ଷରୁ ସମ୍ମାନିତ କରାଯାଇଛି।

ଆଇଏମ୍‌ଏସ୍‌ ଆଣ୍ଡ ସମ ହସ୍ପିଟାଲ୍‌ର କ୍ଳିନିକାଲ୍‌ ଇମ୍ୟୁନୋଲୋଜି ଏବଂ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପାତ୍ରୋଙ୍କୁ ନୂଆ ଦିଲ୍ଲୀ ଠାରେ ଅକ୍ଟୋବର ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଇଣ୍ଡିଆନ୍‌ ଜର୍ନାଲ୍‌ ଅଫ୍‌ ର‌୍ୟୁମାଟୋଲଜି ପକ୍ଷରୁ ଆୟୋଜିତ ନ୍ୟାସ୍‌ନାଲ୍‌ ର‌୍ୟୁମାଟୋଲଜି କନଫରେନ୍ସ ଇରାକନ୍‌ ୨୦୨୫ଅବସରରେ ଦ୍ୱିତୀୟ ଶ୍ରେଷ୍ଠ ଅରଜିନାଲ ରିସର୍ଚ୍ଚ ପେପର ଆୱାର୍ଡରେ ସମ୍ମାନିତ କରାଯାଇଛି। ପ୍ରଫେସର ପାତ୍ରୋଙ୍କର ଇମ୍ୟୁନୋଲଜି ଏବଂ ର‌୍ୟୁମାଟୋଲଜି ଚିକିତ୍ସା ଏବଂ ରୋଗୀ ସେବା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ଏବଂ ସଫଳତା ରହିଛି ।