ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାକିସ୍ତାନରେ ଫସିଛନ୍ତି ଭାରତୀୟଙ୍କ ପତ୍ନୀ, ଅନ୍‌ଲାଇନରେ ବିବାହ କରିଥିଲେ ଭୋପାଳର ଇଞ୍ଜିନିୟର

Published By : Krishna Priya | April 27, 2025 8:59 AM

ମୁମ୍ବାଇ ୨୭/୦୪: ଭୋପାଳର ହାର୍ଡୱେର ଇଞ୍ଜିନିୟର ଉୱେସଙ୍କ ପତ୍ନୀ ହିରା ପାକିସ୍ତାନରେ ଫସିଛନ୍ତି । ପହଲଗାମ୍‌ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ତାଙ୍କ ଭିସା ରଦ୍ଦ କରିଛି । ଫଳରେ ହିରାଙ୍କର ଭାରତ ଆସିବା ପୁଣି ଥରେ ବାତିଲ ହୋଇଛି । ଏହା ପୂର୍ବରୁ ପୁଲୱାମା ଆକ୍ରମଣ ସମୟରେ ମଧ୍ୟ ତାଙ୍କ ବିବାହ ପ୍ରସ୍ତୁତି ଆପାତତଃ ଶେଷ ହୋଇଥିଲା । ହିରା ନିଜ ପରିବାର ସହ ଭାରତ ଆସିଥାନ୍ତେ । କିନ୍ତୁ ଆକ୍ରମଣ ପରେ ଭିସା ରଦ୍ଦ କରାଗଲା । ଏହି ସ୍ଥିତିରେ ଅନ୍‌ଲାଇନ୍‌ ବିବାହ ଏକମାତ୍ର ବିକଳ୍ପ ଥିଲା । ମାର୍ଚ୍ଚ ୨୦୨୪ରେ ଉଭୟ ଅନ୍‌ଲାଇନ୍‌ ବିବାହ କରିଥିଲେ । 

ଭୋପାଳର କୋହେଫିଜା ବାସିନ୍ଦା ଉୱେସ ଖାନ୍‌ କହିଛନ୍ତି, ଆମ ଦୁହିଁଙ୍କର ପ୍ରେମ ୧୬ ବର୍ଷ ପୁରୁଣା । ନିକାହ (ବିବାହ) ମଧ୍ୟ ଟେକ୍ନୋଲୋଜି ଜରିଆରେ ହେଲା । ଏବେ ମିଳନର ସମୟ ଆସିବା ବେଳକୁ ସୀମାର ଉଭୟ ପାଶ୍ୱର୍ରେ ସ୍ଥିତି ବିଗିଡ଼ିଛି, ଯାହା ଆମ ମିଳନରେ ପ୍ରାଚୀର ହୋଇଛି । ଉୱେସ ପତ୍ନୀ ହିରାଙ୍କୁ ଭାରତ ଆଣିବା ପାଇଁ ସବୁ ପ୍ରସ୍ତୁତି କରିସାରିଥିଲେ । ଭିସା, ଟିକଟ୍‌ ଓ କାଗଜପତ୍ର ସବୁ ପ୍ରସ୍ତୁତ ଥିଲା । ଅମୃତସରରୁ ଲାହୋରକୁ ସେ ଟ୍ରେନ୍‌ ଟିକଟ୍‌ ବୁକ୍‌ କରିସାରିଥିଲେ । ଆସନ୍ତା ୧୯ ତାରିଖରେ ହିରାଙ୍କୁ ସେ ଭାରତ ଆଣିଥାନ୍ତେ । କିନ୍ତୁ ପହଲଗାମ୍‌ ନରସଂହାର ପରେ ପାକିସ୍ତାନ ଭିସା ମଞ୍ଜୁରି ଉପରେ ରୋକ ଲଗାଇଲା । 

ଉୱେସ କହିଛନ୍ତି, ହିରାଙ୍କର ମାମୁଁଘର ଭୋପାଳରେ । ପିଲାଦିନେ ସେ ଭୋପାଳ ଆସୁଥିଲେ । ସେଠାରେ ଉଭୟଙ୍କର ସାକ୍ଷାତ ହୋଇଥିଲା । ଦୀର୍ଘ ୧୬ ବର୍ଷ ହେଲା ଉଭୟଙ୍କର ପ୍ରେମ ସମ୍ପର୍କ ରହିଥିଲା । ଏବେ ମିଳନ ସମୟ ଆସିବା ବେଳକୁ ଦୁଇ ଦେଶ ମଧ୍ୟରେ ରାଜନୈତିକ ସ୍ଥିତି ପୁଣି ଥରେ ଉଭୟଙ୍କୁ ଅଲଗା କରିଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.