ପ୍ରମୂଖ ଖବର
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ନୂର ଖାନ ଏୟାରବେସ ଉପରେ ଭାରତର ମିସାଇଲ ଆକ୍ରମଣ; ରାଓ୍ଵାଲପିଣ୍ଡି ଓ ଲାହୋରରେ ଭୟଙ୍କର ବିସ୍ଫୋରଣ

Published By : Bijay Swain | May 10, 2025 4:41 AM

ଲାହୋର: ଶନିବାର ଭୋର ସମୟରେ ଭାରତୀୟ ସେନାର ମିସାଇଲ ମାଡରେ ପାକିସ୍ତାନର ରାଓ୍ଵାଲପିଣ୍ଡି ଓ ଲାହୋର ସହରରେ ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଚକଲାଲାସ୍ଥିତ ନୂର ଖାନ ଏୟାରବେସକୁ ଟାର୍ଗେଟ କରି ସେନା ମିସାଇଲ ଆକ୍ରମଣ କରିଥିଲା।

ମିଳିଥିବା ଖବର ମୁତାବକ, ନୂର ଖାନ ଏୟାରବେସ ନିକଟରେ ଦୁଇଟି ମିସାଇଲ ମାଡ ହୋଇଛି। ମିସାଇଲ ମାଡର ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା। ତେବେ ସ୍ଥାନୀୟ ପୋଲିସ ଓ ରେସ୍କ୍ୟୁ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳଟିକୁ ଅବରୋଧ କରିଛନ୍ତି। ସୁରକ୍ଷା ସୂତ୍ର ଅନୁଯାୟୀ ଏହି ଆକ୍ରମଣରେ ଏୟାର ବେସ ସମ୍ପୂର୍ଣ୍ଣ ପ୍ରୟାସକୁ ବିଫଳ କରାଯାଇଛି। 

ଅନ୍ୟପକ୍ଷରେ, ଲାହୋରରେ ମଧ୍ୟ ଏକାଧିକ ବିସ୍ଫୋରଣର ଖବର ମିଳିଛି। ଯଦିଓ ଏହାର ନିର୍ଦ୍ଦିଷ୍ଟ ସ୍ଥାନ ଓ ବିବରଣୀ ଏପର୍ଯ୍ୟନ୍ତ ଯାଏଁ ସ୍ପଷ୍ଟ ହୋଇପାରିନାହିଁ। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ଯାହା ଦୁଇ ଦେଶ ମଧ୍ୟରେ ସୀମା ସଂଘର୍ଷକୁ ଆହୁରି ତୀବ୍ର କରିବ ବୋଲି ଅନୁମାନ କରାଯାଉଛି। 

ପାକିସ୍ତାନର ସୁରକ୍ଷା ବାହିନୀ ଓ ସରକାରୀ ଅଧିକାରୀମାନେ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଏଯାଏ ପାକିସ୍ତାନ ପକ୍ଷରୁ କୌଣସି ଆଧିକାରୀକ ତଥ୍ୟ ଜାରି ହୋଇନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.