ନୂଆଦିଲ୍ଲୀ,୨୭/୦୮: ସାବାଡ ହେବେ ଶତ୍ରୁ । ଭାରତ ମିସାଇଲ ମାଡରେ ଥରହର ହେବ ଶତ୍ରୁଦେଶ । 'ଅପରେସନ ସନ୍ଦୂର' ପରେ ଭାରତୀୟ ନୌସେନା ତାର ପ୍ରସ୍ତୁତିକୁ ନୂଆ ସ୍ତରରେ ଆଗେଇ ନେଉଛି । ୨୦୩୦ ସୁଦ୍ଧା ଏହାର ସମସ୍ତ ଜାହାଜକୁ ସୁପରସୋନିକ ବ୍ରୋହ୍ମୋସ କ୍ଷେପଣାସ୍ତ୍ର ସଜ୍ଜିତ କରିବା ପଥରେ ଗତି କରୁଛି । ଯାହା ସାମୁଦ୍ରିକ ଆକ୍ରମଣ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ । ଥରକେ ୩୦୦ ବ୍ରହ୍ମୋସ ମିସାଇଲ ଉତକ୍ଷେପଣ କ୍ଷମତା ରହିବ ।
'ଅପରେସନ ସିନ୍ଦୂର' ସମୟରେ ବ୍ୟାପକ ପରୀକ୍ଷଣ କରାଯାଇଥିବା ବ୍ରହ୍ମୋସ ଭାରତର ଅସ୍ତ୍ରଶସ୍ତ୍ର ଭିତରେ ସବୁଠାରୁ ମାରାତ୍ମକ ଅସ୍ତ୍ର ଭାବେ ଉଭା ହୋଇଛି । ନୌସେନା ଏହାର ସଫଳତାକୁ ଆଧାର କରି ଦୁଇଟି ନୂଆ ବ୍ରହ୍ମୋସ, ସୁସଜ୍ଜିତ ଷ୍ଟେଲଥ୍ ଫ୍ରିଗେଟ, ଆଇଏନଏସ ଉଦୟଗିତି ଓ ହିମଗିରିକୁ ସାମିଲ କରିଛି । ଏଥି ସହିତ ନୌସେନା ଏବେ ୧୪ଟି ଗାଇଡେଡ୍ ମିସାଇଲ ଷ୍ଟେଲଥ ଫ୍ରିଗେଟ ଚଳାଉଛି । ଯେଉଁଥିରେ ୮ଟି ଭର୍ଟିକାଲ ଲଞ୍ଚ ବ୍ରହ୍ମୋସ ଆଣ୍ଟି-ସିପ କ୍ଷେପଣାସ୍ତ୍ର ରହିଛି । ୨୦୩୦ ଶେଷ ସୁଦ୍ଧା ନୌସେନା ୨୦ଟି ବ୍ରହ୍ମୋସ, ଦକ୍ଷ ଷ୍ଟେଲଥ ଫ୍ରିଗେଟ୍ ହାସଲ କରିବ ବୋଲି ଆଶା କରାଯାଉଛି । ଏବେ ନୌସେନା ପାଖରେ ଏବେ ୧୬ଟି ବ୍ରହ୍ମୋସ ଭର୍ଟିକାଲ ଲଞ୍ଚର ରହିଛି । ୨୦୩୦ ସୁଦ୍ଧା ନୌସେନା ମିଳିତ ଭାବେ ୩୦୦ରୁ ଅଧିକ ବ୍ରହ୍ମୋସ ମିସାଇଲ ଉତକ୍ଷେପଣ କରିବାରେ ସକ୍ଷମ ହେବ ।
କହି ରଖୁଛି, ଗତକାଲି ଭାରତୀୟ ନୌସେନାରେ ସାମଲି ହୋଇଥିଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମଲ୍ଟି ମିସନ୍ ଷ୍ଟିଲଥ ଯୁଦ୍ଧଜାହାଜ ଆଇଏନଏସ ଉଦୟଗିତି ଓ ହିମଗିରି । ବିଶାଖାପାଟଣାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ନୌସେନାରେ ସାମିଲ କରାଇଛନ୍ତି । ଉଭୟ ଯୁଦ୍ଧଜାହାଜ ନୌସେନାର ପ୍ରୋଜେକ୍ଟ ୧୭ଏର ସିରିଜ୍ର ଅଂଶବିଶେଷ । ଶତ୍ରୁପକ୍ଷର ରାଡାର, ଇନ୍ଫ୍ରାରେଡ୍ ଓ ଧ୍ୱନି ସେନ୍ସରରୁ ବର୍ତ୍ତିବାକୁ ଏହାକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ।