ମୁମ୍ବାଇ,୪/୩ : ଟି-୨୦ ବିଶ୍ବକପ୍ ୨୦୨୬ର ଦ୍ବିତୀୟ ସେମିଫାଇନାଲ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମାର୍ଚ୍ଚରେ ମୁମ୍ବାଇର ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଟିମ୍ ଇଣ୍ଡିଆର କିଛି ଖେଳାଳୀ ଭଗବାନଙ୍କ ଶରଣରେ ପହଞ୍ଚିଛନ୍ତି । ଯାହାର ଭିଡ଼ିଓ ବି ସାମ୍ନାକୁ ଆସିଛି । ଯେଉଁଥିରେ ଅକ୍ଷର ପଟେଲ, ଇଶାନ କିଶାନ ଏବଂ ଅଭିଷେକ ଶର୍ମା ନଜର ଆସିଛନ୍ତି ।
#WATCH | Mumbai, Maharashtra: Members of Indian Cricket Team offered prayers at Shree Siddhivinayak Ganapati Temple. The team will face England in the semi-final match of #ICCT20WorldCup2026 tomorrow at Wankhede Stadium in Mumbai.
— ANI (@ANI) March 4, 2026
(Video Source: Siddhivinayak Temple Trust) pic.twitter.com/DkcTfOspSd
ତିନି ଖୋଳାଳୀ ମୁମ୍ବାଇସ୍ଥିତ ସିଦ୍ଧି ବିନାୟକ ଗଣପତି ମନ୍ଦିରରେ ଦର୍ଶନ ଲାଗି ପହଞ୍ଚିଛନ୍ତି। ମନ୍ଦିରରେ ପହଞ୍ଚିବା ପରେ ଭାରତୀୟ ଖେଳାଳୀ ପ୍ରାର୍ଥନା ବି କରିଛନ୍ତି । ଏହା ପୂର୍ବରୁ ସୁପର-୮ର ଶେଷ ମ୍ୟାଚ୍ ପୂର୍ବରୁ କେତେକ ଭାରତୀୟ ଖେଳାଳୀ କୋଲକାତା ସ୍ଥିତ କାଲୀଘାଟ କାଳୀ ମନ୍ଦିର ଦର୍ଶନ ଲାଗି ପହଞ୍ଚିଥିଲେ ।