ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

IPL 2025: ଆଜି ଟାଇଟନ୍ସକୁ ଅଟକାଇବ କ୍ୟାପିଟାଲ୍ସ, ପ୍ଲେ-ଅଫ୍‌ ପାଇଁ ହେବ ଲଢ଼େଇ

Published By : Prameya | May 18, 2025 12:01 PM

ନୂଆଦିଲ୍ଲୀ, ୧୮/୦୫: ଚଳିତ  ଆଇପିଏଲ୍‌ର ୬୦ତମ ଲିଗ୍‌ ମ୍ୟାଚ୍‌ରେ  ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ଟେବୁଲ ଟପ୍ପର  ଗୁଜରାଟ ଟାଇଟନ୍ସକୁ ଭେଟିବ । ୧୧ଟି  ମ୍ୟାଚ୍‌ରୁ ୧୩ ପଏଣ୍ଟ ଅର୍ଜନ କରିସାରିଥିବା  କ୍ୟାପିଟାଲ୍ସ ‘କର ବା ମର’ ସ୍ଥିତିରେ ରହିଛି । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଦଳକୁ ବାକି ୩ଟି ଯାକ ଲିଗ୍‌ ମ୍ୟାଚ୍‌ ଜିତିବାକୁ  ହେବ। ଘରୋଇ ଗ୍ରାଉଣ୍ଡରେ ଖେଳୁଥିବାରୁ  କ୍ୟାପିଟାଲ୍ସ ଏହି ସୁଯୋଗକୁ ହାତଛଡ଼ା କରିବ ନାହିଁ । ଟାଇଟନ୍ସ ମଧ୍ୟ ୧୬ ପଏଣ୍ଟ  ସହ ପ୍ଲେ-ଅଫ୍‌ ଦ୍ୱାରରେ ପହଞ୍ଚି ସାରିଛି । ଆଗକୁ ଦଳ ୩ଟି ମ୍ୟାଚ୍‌ ଖେଳିବ । ଅତି କମ୍‌ରେ ଗୋଟିଏ ମ୍ୟାଚ୍‌ ଜିତିଲେ ଟାଇଟନ୍ସ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରିବ । 

ଗତ ଏପ୍ରିଲ ୮ ତାରିଖରେ ଧର୍ମଶାଳାର ଭୟକୁ କ୍ୟାପିଟାଲ୍ସ ଖେଳାଳି ଭୁଲି ପାରି  ନାହାନ୍ତି । ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌  ବେଳେ ଭାରତ ଉପରେ ପାକିସ୍ତାନର ମିସାଇଲ ମାଡ଼ ଆତଙ୍କ ଖେଳାଇ ଦେଇଥିଲା । ଧର୍ମଶାଳା ନିକଟସ୍ଥ ପଠାନ କୋଟ୍‌ରେ  ମିସାଇଲ ମାଡ଼କୁ ନେଇ ଖେଳକୁ ଅଧାରୁ  ବନ୍ଦ କରାଯାଇଥିଲା । ଖେଳାଳିମାନଙ୍କୁ  ତରବରିଆ ଭାବେ ସୁରକ୍ଷିତ ସ୍ଥାନକୁ  ନିଆଯାଇଥିଲା । ପରଦିନ ଟ୍ରେନ ଯୋଗେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ଦଳ  ଦିଲ୍ଲୀରେ ପହଞ୍ଚିଥିଲେ । ଯୁଦ୍ଧ ବନ୍ଦ ହେବା ପରେ ବିଦେଶୀ ଖେଳାଳିମାନଙ୍କୁ ପୁଣି ଥରେ  ଭାରତ ଫେରାଇ ଆଣିବା ପାଇଁ ସବୁ ଫ୍ରାଞ୍ଚାଇଜ୍‌  ବହୁ ପରିଶ୍ରମ କରିଥିଲେ । ବିଳମ୍ବରେ ହେଉ  ପଛେ ପ୍ରାୟତଃ ସବୁ ବିଦେଶୀ ଖେଳାଳିଙ୍କୁ  ଭାରତ ଫେରାଇ ଆଣିବାରେ ଫ୍ରାଞ୍ଚାଇଜ  ସଫଳ ହୋଇଛି । ତଥାପି ମିଚେଲ ଷ୍ଟାର୍କଙ୍କ  ଅନୁପସ୍ଥିତିକୁ ଦଳ ଅନୁଭବ କରିବ । 

ଗୁଜରାଟ ଟାଇଟନ୍ସର ସମସ୍ତ ଖେଳାଳି  ଭାରତ ଫେରିଥିଲେ ହେଁ ପ୍ଲେ-ଅଫ୍‌ ବେଳକୁ କିଛି ଖେଳାଳିଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବ  ପକାଇବ । ବିଶେଷ କରି ଫର୍ମରେ ରହିଥିବା ଜୋସ ବଟଲର ଲିଗ ରାଉଣ୍ଡର ଶେଷ ୩ଟି  ମ୍ୟାଚ୍‌ ଖେଳି ଇଂଲଣ୍ଡ ଫେରିଯିବେ । ଅବଶ୍ୟ ତାଙ୍କ ସ୍ଥାନରେ କୁଶଲ ମେଣ୍ଡିସଙ୍କୁ ଡାକରା  ମିଳିସାରିଛି । ବାକି ସବୁ ବିଦେଶୀ ଖେଳାଳି  ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ଦଳରେ  ରହିବା ପାଇଁ ଅନୁମତି ପାଇଛନ୍ତି ।  

ଦିଲ୍ଲୀ କ୍ୟାପିଟାଲ୍ସର ଭାଗ୍ୟ ସେମାନଙ୍କ  ବ୍ୟାଟିଂ ବିଭାଗର ପ୍ରଦର୍ଶନ ଉପରେ ନିର୍ଭର  କରିବ । କରୁଣ ନାଏର, କେଏଲ ରାହୁଲ  ଓ ଫାଫ ଡୁ ପ୍ଲେସିଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ  ଆଶା କରାଯାଉଛି । ଷ୍ଟାର୍କ ଦଳରେ ନଥିଲେ  ମଧ୍ୟ ବୋଲିଂ ବିଭାଗ ବେଶ ସନ୍ତୁଳିତ  ରହିଛି । ଜେକ ଫ୍ରେଜର-ମ୍ୟାକଗର୍କଙ୍କ  ସ୍ଥାନରେ ଡାକରା ପାଇଥିବା ମୁସ୍ତାଫିଜୁର  ରେହମାନ ଆଜି ଖେଳିିବା ସମ୍ଭାବନା  ନାହିଁ । ତେଣୁ କେବଳ ଏକମାତ୍ର ବାମ ହାତି  ପେସ୍‌ ବୋଲର ଟି ନଟରାଜନଙ୍କ ଉପରେ  ଦଳ ନିର୍ଭର କରିବ । ବାକି ବୋଲର ସବୁ  ଫର୍ମରେ ରହିଛନ୍ତି । କୁଲଦୀପ ଯାଦବ ଲୟକୁ ଫେରିଲେ କ୍ୟାପିଟାଲ୍ସର ବିଜୟ  ସହଜ ହେବ ।  

ଟାଇଟନ୍ସ ଦଳ ସନ୍ତୁଳିତ ରହିଥିଲେ  ହେଁ ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ  ଚ୍ୟାଲେଞ୍ଜ ମୁଣ୍ଡାଇ ନାହାନ୍ତି । କାରଣ ଉପର  ଭାଗର ୩ବ୍ୟାଟର ଶୁଭମନ ଗିଲ୍‌, ସାଇ ସୁଦର୍ଶନ ଓ ବଟଲର ଚମତ୍କାର ଫର୍ମରେ ରହିଛନ୍ତି । ଦଳର ବୋଲିଂ ବିଭାଗ ମଧ୍ୟ ବେଶ୍‌  ସନ୍ତୁଳିତ । ତଥାପି ରସିଦ ଖାନଙ୍କ ଫର୍ମକୁ  ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛି ।  

ରାହୁଲ ଆଉ ୩୩ ରନ କଲେ ଟି-ଟ୍ୱେଣ୍ଟି  ଫର୍ମାଟ୍‌ରେ ୮୦୦୦ ରନ ପୂରଣ କରିବେ ।  ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି  ପାରିବେ । ରାହୁଲ ଓ ରସିଦଙ୍କ ମଧ୍ୟରେ ଏକ  ଲଢ଼େଇ ଦେଖିବାକୁ ମିଳିପାରେ । ରାହୁଲଙ୍କୁ  ରସିଦ ୪୭ଟି ବଲ୍‌ ପକାଇ ୪୦ ରନ ପ୍ରଦାନ  କରିବା ସହ ୩ଥର ଆଉଟ୍‌ କରିଛନ୍ତି ।  

ଅକ୍ଷର ପଟେଲଙ୍କୁ ନେଇ ଟାଇଟନ୍ସ ସ୍ପିନର  ଚିନ୍ତାରେ ରହିବା ସ୍ୱାଭାବିକ । ଅକ୍ଷର ଚଳିତ  ସିଜନରେ ସ୍ପିନରଙ୍କ ବିପକ୍ଷରେ ବିସ୍ଫୋରକ  ବ୍ୟାଟିଂ କରିଛନ୍ତି । ସ୍ପିନରଙ୍କ ବିପକ୍ଷରେ  ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୯୨.୮୫ ରହିଛି ।  

କୋଟଲା ଗ୍ରାଉଣ୍ଡର ପିଚ୍‌ ସ୍ପିନରଙ୍କୁ  ବେଶ୍‌ ସହାୟତା କରୁଛି । ଏଠାରେ  ଖେଳାଯାଇଥିବା ୪ଟି ମ୍ୟାଚ୍‌ରେ ସ୍ପିନରମାନେ  ୨୬ଟି ୱିକେଟ୍‌ ନେଇଛନ୍ତି । ବ୍ୟାଟରମାନେ  ମଧ୍ୟ ପିଚ୍‌ର ଫାଇଦା ଉଠାଇବେ । ରାତ୍ରିରେ  ମ୍ୟାଚ୍‌ ଖେଳାଯାଉଥିବାରୁ କାକର ଯୋଗୁଁ  ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ ।  ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା  ଏକ ପ୍ରକାର ନିଶ୍ଚିତ।

ସମ୍ଭାବ୍ୟ ଦ୍ୱାଦଶ

ଦିଲ୍ଲୀ କ୍ୟାପିଟାଲ୍ସ :- ଫାଫ ଡୁ ପ୍ଲେସି, ଅଭିଷେକ ପୋରେଲ,  କରୁଣ ନାଏର, କେଏଲ ରାହୁଲ, ଅକ୍ଷର  ପଟେଲ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ,  ଆଶୁତୋଷ ଶର୍ମା, ବିପ୍ରଜ ନିଗମ, କୁଲଦୀପ  ଯାଦବ, ଦୁଷ୍ମନ୍ତ ଚାମୀରା, ମୋହିତ ଶର୍ମା/ ମୁକେଶ କୁମାର, ଟି. ନଟରାଜନ ।

ଗୁଜରାଟ ଟାଇଟନ୍ସ :- ଶୁଭମନ ଗିଲ୍‌ (ଅଧିନାୟକ), ସାଇ  ସୁଦର୍ଶନ, ଜୋସ ବଟଲର, ସେରଫାନ  ରଦରଫୋର୍ଡ, ଶାହରୁଖ ଖାନ, ରାହୁଲ  ତେୱାତିଆ, ରସିଦ ଖାନ, କାଗିସୋ  ରାବାଡା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ,  ଅର୍ସଦ ଖାନ, ସାଇ କିଶୋର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.