ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

IPL 2025 : ଆଜି ନାଇଟ୍‌ ରାଇଡର୍ସ ବନାମ ସୁପରଜାଏଣ୍ଟ୍‌ସ ଫାଇଟ୍, ଇଡେନ ଗାର୍ଡେନ୍ସରେ ହେବ ରନ୍ ବର୍ଷା

Published By : Prameya | April 8, 2025 9:54 AM

କୋଲକାତା,୦୮/୦୪: ମଙ୍ଗଳବାର  ଅପରାହ୍ଣରେ ଘରୋଇ କୋଲକାତା ନାଇଟ ରାଇଡର୍ସ  ରିଷଭ ପନ୍ତଙ୍କ ନେତୃତ୍ୱଧୀନ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ଭେଟିବ । ୫ଦିନ ତଳେ ସନରାଇଜର୍ସ ହାଇଦ୍ରାବାକୁ ହରାଇଥିବା ଘରୋଇ ଦଳ ବିଜୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି। ସୁପରଜାଏଣ୍ଟ୍‌ସ ମଧ୍ୟ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ପ୍ରସ୍ତୁତ ରହିଛି । 

ଉଭୟ ଦଳ ପରସ୍ପରକୁ ୫ଥର ଭେଟିଛନ୍ତି । ଏଥିରୁ ସୁପରଜାଏଣ୍ଟ୍‌ସ ୩ଟି ମ୍ୟାଚ୍‌ ଜିତିଛି । ନାଇଟ୍‌ ରାଇଡର୍ସ ଗତ ବର୍ଷ ସୁପରଜାଏଣ୍ଟ୍‌ସ ବିପକ୍ଷରେ ଉଭୟ ମ୍ୟାଚ୍‌ ଜିତିଥିଲା। ଉଭୟ ଦଳ ଧିରେ ଧିରେ ଲୟକୁ  ଫେରୁଛନ୍ତି । ପ୍ରାରମ୍ଭରୁ ବିଫଳ ହେଉଥିବା ନାଇଟ୍‌ ରାଇଡର୍ସର ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଫର୍ମ ଫେରି ପାଇଛି । ପୂର୍ବ ସନରାଇଜର୍ସ ବିପକ୍ଷ ମ୍ୟାଚରେ ଭେଙ୍କଟେଶ ଆୟର ଓ  ରିଙ୍କୁ ସିଂହ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିଥିଲେ । ତଥାପି ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।  

ସୁପରଜାଏଣ୍ଟ୍‌ସର ବ୍ୟାଟିଂ ବିଭାଗ ମଧ୍ୟ ଚମକ ଦେଖାଇବା ଆରମ୍ଭ କରିଛି । କେବଳ ରିଷଭ ପନ୍ତଙ୍କ ବ୍ୟାଟ୍‌ରୁ ଏପର୍ଯ୍ୟନ୍ତ ରନ ବାହାରି ନାହିଁ । ସୁପରଜାଏଣ୍ଟ୍‌ସର ପେସ୍‌ ବୋଲିଂ ବିଭାଗ  ଓ ନାଇଟ୍‌ ରାଇଡର୍ସର ସ୍ପିନ୍‌ ବିଭାଗ ମଧ୍ୟରେ  ଏକ ଅଦୃଶ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବା ଆଶା କରାଯାଉଛି। ସର୍ଦୁଲ ଠାକୁର, ଅଭେଶ ଖାନ ଓ  ଆକାଶ ଦୀପ ନାଇଟ୍‌ ରାଇଡର୍ସ ବ୍ୟାଟରଙ୍କୁ ବାନ୍ଧି  ରଖିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଠିକ୍‌ ସେହିପରି ନାଇଟ୍‌ ରାଇଡର୍ସର ସ୍ପିନର ବରୁଣ  ଚକ୍ରବର୍ତ୍ତୀ ଓ ସୁନୀଲ ନାରାଏନଙ୍କ ପ୍ରଦର୍ଶନ  ଉପରେ ଦଳର ଭାଗ୍ୟ ନିର୍ଭର କରିବ । 

ଇଡେନ ଗାର୍ଡେନ୍ସର ଆଦର୍ଶ ପିଚ୍‌ରୁ ସମସ୍ତେ କିଛି କିଛି ଫାଇଦା ଉଠାଇ ପାରିବେ। ସନରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ପିଚ୍‌ ବ୍ୟାଟିଂ  ପାଇଁ ବେଶ୍‌ ଅନୁକୂଳ ରହିଥିଲା । ଆଜି ଦିନ ବେଳା ମ୍ୟାଚ ରହିଥିବାରୁ ଟସ୍‌ ପ୍ରଭାବ  ପକାଇବ ନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବାକୁ ପସନ୍ଦ କରିବେ । 

-: ସମ୍ଭାବ୍ୟ ଦ୍ୱାଦଶ :- 

ନାଇଟ ରାଇଡର୍ସ: କ୍ୱିଣ୍ଟନ ଡି କକ୍‌, ସୁନୀଲ  ନାରାଏନ, ଅଜିଙ୍କ୍ୟ ରାହାଣେ (ଅଧିନାୟକ),  ଅଙ୍ଗକ୍ରିଶ ରଘୁବଂଶୀ, ଭେଙ୍କଟେଶ ଆୟର,  ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ  ସିଂହ, ମୋଇନ ଅଲି, ହର୍ଷିତ ରାଣା, ବୈଭବ  ଆରୋରା, ବରୁଣ ଚକ୍ରବର୍ତ୍ତୀ । 

ସୁପରଜାଏଣ୍ଟ୍‌ସ: ଆଡେନ ମାରକ୍ରମ,  ମିଚେଲ ମାର୍ଶ, ନିକୋଲାସ ପୂରନ, ରିଷଭ  ପନ୍ତ (ଅଧିନାୟକ), ଆୟୂଷ ବାଦୋନି,  ଡେଭିଡ୍‌ ମିଲର, ଅବଦୁଲ ସମଦ, ସର୍ଦୁଲ  ଠାକୁର, ଅଭେଶ ଖାନ, ଆକାଶ ଦୀପ,  ଦିଗବେଶ ରାଠି, ରବି ବିଷ୍ଣୋଇ ।

IPL-2025: ୧୦ ବର୍ଷ ପରେ ୱାଙ୍ଖଡେରେ ମୁମ୍ୱାଇକୁ ହରାଇଲା ବାଙ୍ଗାଲୋର; ୧୨ ରନର ରୋମାଞ୍ଚକର ବିଜୟ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.