ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ପହିଲାରୁ ମହଙ୍ଗା ମାଡ଼ : ଆଜିଠୁ ରେଳ ଭଡ଼ା ବୃଦ୍ଧି, ଏସିରୁ ସ୍ଲିପର କ୍ଲାସ ପର୍ଯ୍ୟନ୍ତ ଟିକେଟ୍ ଦରରେ ପରିବର୍ତ୍ତନ

Published By : Prameya | July 1, 2025 8:23 AM

ନୂଆଦିଲ୍ଲୀ,୦୧/୦୭: ରେଳଯାତ୍ରା ମହଙ୍ଗା।  ଆଜିଠୁ ଭାରତୀୟ ରେଳପଥ ପକ୍ଷରୁ ଯାତ୍ରୀ ଭଡ଼ାକୁ ବ୍ୟବସ୍ଥିତ କରିବା ତଥା  ସେବାରେ ଆର୍ଥିକ ସ୍ଥିରତା ବୃଦ୍ଧି  ଲାଗି ସଂଶୋଧିତ ଭଡ଼ା ଲାଗୁ କରିଛି । ଜେନେରାଲ ନନ୍‌-ଏସି  ଦ୍ୱିତୀୟ ଶ୍ରେଣୀରେ ସର୍ତ୍ତ ଭିତ୍ତିରେ କିଲୋମିଟର ପିଛା ଅଧା ପଇସା ବୃଦ୍ଧି ହୋଇଛି । ୫୦୦ କିମି ଯାଏ ଭଡ଼ାରେ କୌଣସି ବୃଦ୍ଧି କରାଯାଇନାହିଁ ।  ୫୦୧ରୁ ୧୫୦୦ କିମି ଦୂରତା  ପାଇଁ ୫ ଟଙ୍କା, ୧୫୦୧ରୁ ୨୫୦୦  କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ୧୦ ଟଙ୍କା  ଏବଂ ୨୫୦୧ରୁ ୩ ହଜାର କିମି  ଦୂରତ୍ୱ ପାଇଁ ଭଡ଼ା ୧୫ ଟଙ୍କା ବୃଦ୍ଧି ହୋଇଛି। 

ସେହିଭଳି ଉପନଗର  ଏକକ ଯାତ୍ରୀ ଭଡ଼ା ଏବଂ ସିଜନ  ଟିକଟରେ କୌଣସି ପରିବର୍ତ୍ତନ  ହୋଇନାହିଁ । ସ୍ଲିପର କ୍ଲାସରେ ପ୍ରତି  କିମି ପିଛା ୦.୫ ପଇସା, ପ୍ରଥମ  ଶ୍ରେଣୀରେ କିମି ପିଛା ୦.୫ ପଇସା  ବୃଦ୍ଧି ହୋଇଛି । ନନ୍‌-ଏସି ମେଲ୍‌  ଏବଂ ଏକ୍ସପ୍ରେସ ବର୍ଗରେ ଦ୍ୱିତୀୟ ଶ୍ରେଣୀରେ କିମି ପିଛା ୧ ପଇସାଇ  ସ୍ଲିପର କ୍ଲାସ କିମି ପିଛା ୧ ପଇସା,  ପ୍ରଥମ ଶ୍ରେଣୀରେ କିମି ପିଛା ୧  ପଇସା ବୃଦ୍ଧି କରାଯାଇଛି । ଏହାବାଦ  ଏସି ଶ୍ରେଣୀ ମେଲ୍‌, ଏକ୍ସପ୍ରେସ ପାଇଁ  କିମି ପିଛା ଭଡ଼ା ୨ ପଇସା ବଢ଼ିଛି ।  ଆନୁଷଙ୍ଗିକ ଶୁଳ୍କରେ କୌଣସି ପରିବର୍ତ୍ତନ  ହୋଇନାହିଁ । ସେହିଭଳି ସଂରକ୍ଷଣ  ଦେୟ, ସୁପର୍‌ଫାଷ୍ଟ ଚାର୍ଜ, ଅନ୍ୟାନ୍ୟ  ଶୁଳ୍କ ଅପରିବର୍ତ୍ତିତ ରହିଛି । ପ୍ରଯୁଜ୍ୟ  ନିୟମ ଅନୁସାରେ ଜିଏସ୍‌ଟି ଲାଗୁ ହେବ  ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.