ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

୪ ଜୁନ୍‌ରୁ Ax-4 ମିଶନ୍‌ର ଲଞ୍ଚିଂ, ସ୍ପେଶ୍ ଷ୍ଟେସନ୍ ପହଁଞ୍ଚିଥିବା ପ୍ରଥମ ଭାରତୀୟ ହେବେ ଶୁଭାଂଶୁ ଶୁକ୍ଲା

Published By : Prameya | May 22, 2025 8:23 PM

ନୂଆଦିଲ୍ଲୀ,୨୨।୫: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍(ISS) ପାଇଁ ଆଉ ଏକ ଘରୋଇ ମହାକାଶ ମିଶନ୍‌ର ପ୍ରସ୍ତୁତି। ଆମେରିକୀୟ କମ୍ପାନୀ ଏକ୍ସିଓମ୍ ସ୍ପେସ୍‌ ନିଜର ଚତୁର୍ଥ ମିଶନ୍‌, Ax-4 କୁ ୮ ଜୁନ୍‌ ୨୦୨୫ ରୁ ଲଞ୍ଚ କରିବାକୁ ଯାଉଛି। ଏହି ମିଶନ୍ ସ୍ପେସ୍‌ଏକ୍ସର ଫାଲକନ୍ ୯ ରକେଟ୍ ଓ ନୂଆ ଡ୍ରାଗନ୍‌ ମହାକାଶ ଯାନରୁ ଫ୍ଲୋରିଡାର କେନେଡି ସ୍ପେସ୍‌ ସେଣ୍ଟରରୁ ସକାଳ ୯ଟା ୧୧ ମିନିଟ୍‌ରେ ଉଡାଣ କରିବ।  ଅର୍ଥାତ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟା ୪୧ ମିନିଟ୍ ପାଖାପାଖି।

ଏକ୍ସିଓମ୍ ସ୍ପେସ୍‌ ୨୧ ମଇରେ ଫ୍ଲାଇଟ୍ ରେଡିନେସ୍ ରିଭ୍ୟୁ ତିଆରି କରିଛି। ଏହି ରିଭ୍ୟୁରୁ ସ୍ପଷ୍ଟ ହୋଇଛି ଯେ, ସବୁ ସିଷ୍ଟମ ଓ କମର୍ଚାର ଲଞ୍ଚ ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ଏକ୍ସିଓମ୍‌ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ରିସର୍ଚ୍ଚ କରିଥିବା ମିଶନ୍ ହେବ। ୧୪ ଦିନ ପର୍ଯ୍ୟନ୍ତ ଏହି ମିଶନ୍‌ରେ ଚାଳକ ଦଳ ୬୦ରୁ ଅଧିକ ବୈଜ୍ଞାନିକ ପ୍ରୟୋଗ ଓ ଗତିବିଧି କରିବେ। ''

ମିଶନ୍‌ର କମାଣ୍ଡର ହେବେ ଆମେରିକାର ପୂର୍ବତନ ନାସା ମହାକାଶ ଯାତ୍ରୀ ପେଗି ହଟସନ୍। ଏହା ତାଙ୍କର ପଞ୍ଚମ ମହାକାଶ ମିଶନ୍ ହେବ। ତାଙ୍କ ସହ ରହିବେ ଭାରତର ପାଇଲଟ୍ ଶୁଭାଶୁଂ ଶୁକ୍ଲା, ପୋଲାଣ୍ଡର ସ୍ଲାଭୋଶ ଉଜନସ୍କି( ୟୁରୋପୀୟ ସ୍ପେସ୍ ଏଜେନ୍ସିରୁ) ଓ ହଙ୍ଗେରୀର ଟିବୋର କପୁ। ଏହା ପ୍ରଥମ ଥର ହେବ, ଯେବେ ଭାରତ, ପୋଲାଣ୍ଡ ଓ ହଙ୍ଗେରୀ ମହାକାଶଯାତ୍ରୀ ଆଇଏସଏସ୍ ଯିବେ। ସ୍ପେସ୍ ଷ୍ଟେସନ୍‌କୁ ପହଁଞ୍ଚିଥିବା ପ୍ରଥମ ଭାରତୀୟ ହେବେ ଶୁଭାଂଶୁ ଶୁକ୍ଲା।

ଶୁଭାଶୁଂ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ୍। ଭାରତର ଗଗନଯାନ ମିଶନ୍ ପାଇଁ ମଧ୍ୟ ଚୟନ କରାଯାଇଛି। ୪୦ ବର୍ଷ ପରେ ସେ ଦ୍ବିତୀୟ ଭାରତୀୟ ହେବେ, ଯିଏକି ମହାକାଶକୁ ଯିବେ। ଇସ୍ରୋର ପ୍ରୋଜେକ୍ଟ ଡାଇରେକ୍ଟର ସୁଦୀପ ବଲନ କହିଛନ୍ତି, ଏହି ମିଶନ୍ ଯୁବକଙ୍କୁ ମହାକାଶ ଟେକ୍ନୋଲୋଜି ପାଇଁ ପ୍ରେରିତ କରିବ। ଏହି ମିଶନ୍‌ରେ ୩୧ ଦେଶର ୬୦ ଟି ଏକ୍ସପେରିମେଣ୍ଟ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.