ନୂଆଦିଲ୍ଲୀ,୨୧/୦୨; ଆସନ୍ତା ମାସ ୧ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଏଏଫସି ମହିଳା ଏସିଆନ କପ୍ । ଏ ନେଇ ଭାରତୀୟ ୨୬ ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳରେ ୩ଜଣ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଷ୍ଟାର ଫରୱାର୍ଡ ପ୍ୟାରୀ ଖାଖା, ମିଡ ଫିଲ୍ଡର ଯଶୋଦା ମୁଣ୍ଡା ଓ ଡିଫେଣ୍ଡର ଜୁଲି କିଷାନ । ଭାରତ ୪ ତାରିଖରେ ଭିଏତନାମ ଅଭିମୁଖେ ଅଭିଯାନ ଆରମ୍ଭ କରିବ ।
ଏହି ପ୍ରତିଯୋଗିତାରେ ମୋଟ୍ ୧୨ଟି ଦଳ ଅଂଶ ଗ୍ରହଣ କରିବେ । ସମସ୍ତ ଦଳକୁ ୩ଟି ଗ୍ରୁପ୍ରେ ଭାଗ କରାଯାଇଛି । ଭାରତୀୟ ଦଳ ଗ୍ରୁପ୍ ସି’ରେ ସ୍ଥାନ ପାଇଛି । ଏହି ଗ୍ରୁପରେ ଚାଇନିଜ ତାଇପେ, ଜାପାନ ଓ ଭିଏତନାମ ଅନ୍ୟ ଦଳ ଭାବେ ରହିଛନ୍ତି । ଗ୍ରୁପ୍ ଏ’ରେ ଅଷ୍ଟ୍ରେଲିଆ, ଇରାନ, ଦକ୍ଷିଣ କୋରିଆ ଓ ଫିଲିପାଇନ୍ସ ରହିଛନ୍ତି । ସେହିପରି ଗ୍ରୁପ୍ ବି’ରେ ବାଂଲାଦେଶ, ଚୀନ, ଉତ୍ତର କୋରିଆ ଓ ଉଜବେକିସ୍ତାନ ସ୍ଥାନ ପାଇଛନ୍ତି । ପ୍ରତି ଗ୍ରୁପ୍ରେ ଶ୍ରେଷ୍ଠ ୨ଟି ଲେଖାଏଁ ଦଳ ଓ ତୃତୀୟ ସ୍ଥାନରେ ରହିଥିବା ଶ୍ରେଷ୍ଠ ୨ ଦଳ କ୍ୱାର୍ଟର ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବେ । ସେମି ଫାଇନାଲରେ ପହଞ୍ଚିଲେ ୨୦୨୭ ବ୍ରାଜିଲ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ମିଳିବ । ଅଷ୍ଟ୍ରେଲିର ୩ଟି ସହର(ସିଡନୀ, ପର୍ଥ, ଗୋଲ୍ଡକୋଷ୍ଟ) ଓ ୫ଟି ଭେନ୍ୟୁରେ ସମସ୍ତ ମ୍ୟାଚ ଖେଳାଯିବ । ଭାରତ ୪ ଚାରିଖରେ ଭିଏତନାମକୁ, ୭ ତାରିଖରେ ଜାପାନ ଓ ୧୦ ତାରିଖରେ ଚାଇନିଜ ତାଇପେକୁ ଭେଟିବ ।
26 #BlueTigresses. One roar. 🐯
— Indian Football (@IndianFootball) February 20, 2026
Here's India's squad for #WAC2026 🇮🇳
More details 🔗 https://t.co/nIHTzS28Ch#IndianFootball ⚽️ pic.twitter.com/sPKCM6Dczb
ଏହା ବି ପଢନ୍ତୁ...'କମ୍ ବୟସରେ ବାହା ହୋଇଥିଲି, ସେବେ ନିଜକୁ'...; ଫ୍ୟାଶନ୍ ଡିଜାଇନର୍ ପତ୍ନୀଙ୍କଠୁ ଅଲଗା ହେଲେ କ୍ରିକେଟର ରାହୁଲ
ଭାରତୀୟ ଘୋଷିତ ଦଳ:ପାନ୍ଥୋଇ ଚାନୁ ଏଲାଂବାମ, ଶ୍ରେୟା ହୁଡ଼ା, ସୌମ୍ୟା ନାରାୟଣସ୍ୱାମୀ (ଗୋଲ କିପର) । ଆସ୍ତାମ ଓରାଓନ, ଜୁଲି କିଷାନ, ମାର୍ଟିନା ଥୋକଚୋମ, ନିର୍ମଳା ଦେବୀ ଫଞ୍ଜୋବମ, ସଞ୍ଜୁ, ସରିତା ୟୁମନାମ, ସିଲକି ଦେବୀ ହେମମ, ସୁସ୍ମିତା ଲେପଚା, ସ୍ୱିଟୀ ଦେବୀ ନଗଂବମ(ଡିଫେଣ୍ଡର) । ଅଞ୍ଜୁ ତମାଙ୍ଗ, ଅଭେକା ସିଂହ, ବବିନା ଦେବୀ ଲୈସମ, ଯଶୋଦା ମୁଣ୍ଡା, ସନଫିଦା ନଙ୍ଗରୋମ, ସଙ୍ଗୀତା ବାସଫୋରେ (ମିଡ୍ ଫିଲ୍ଡର) । ଡାଙ୍ଗମଇ ଗ୍ରେସ, କାବ୍ୟା ପାକିରିସାମି, ଲିଣ୍ଡା କୋମ ସେର୍ତୋ, ମାଳବିକା ପି, ମନୀଷା କଲ୍ୟାଣ, ପ୍ୟାରୀ ଖାଖା, ରିମ୍ପା ହାଲଦାର, ସୌମ୍ୟା ଗୁଗୁଲୋଥ(ଫରୱାର୍ଡ) ।