ନୂଆଦିଲ୍ଲୀ,୧୬।୩: ଗମ୍ଭୀର ସଙ୍କଟରେ ଭାରତ ସ୍ୱଦେଶୀ ନାଭିଗେସ୍ ସିଷ୍ଟମ ‘ନାଭିକ୍’ । ୧୧ ସାଟେଲାଇଟରୁ ମାତ୍ର ୩ଟି ନିଜର କାମ କରୁଛି। ତା ଭିତରୁ ଗୋଟିଏ ସାଟେଲାଇଟ୍ ଯେ କୌଣସି ମୁହୂର୍ତ୍ତରେ ବି ଫେଲ୍ ହୋଇପାରେ, କାରଣ ତା’ର ବୟସ ୧୦ ବର୍ଷରୁ ଅଧିକ ହୋଇସାରିଛି। ‘ନାଭିକ୍’କୁ ଅତି କମରେ ୪ଟି ସାଟେଲାଇଟ୍ ଦରକାର ପଡିଥାଏ,କିନ୍ତୁ ଏବେ କେବଳ ୩ଟି କାମ କରୁଛି। ଏହାଦ୍ବାରା ସେନା ନାଭିଗେସନ୍, ମିସାଇଲ୍ ମାର୍ଗ ଦର୍ଶନ ଓ ସଠିକ୍ ଆକ୍ରମଣ କ୍ଷମତା ଉପରେ ବଡ଼ ବିପଦ ସୃଷ୍ଟି ହୋଇପାରେ।

୧୯୯୯ କାରଗିଲ୍ ଯୁଦ୍ଧ୍ ଆମେରିକା ଭାରତକୁ ଜିପିଏସର ସଠିକ ସୂଚନା ଦେବାକୁ ମନା କରିଦେଇଥିଲା। ଏହାଦ୍ବାରା ଭାରତୀୟ ସେନାକୁ ହିମାଳୟର ଉଚ୍ଚଶୃଙ୍ଗରେ ନାଭିଗେସନ୍ ଓ ସଠିକ୍ ଆକ୍ରମଣ କରିବାରେ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ। ଏହି ସମସ୍ୟାକୁ ଦେଖି ଭାରତ ସରକାର ନିଜର ସ୍ବଦେଶୀ ସିଷ୍ଟମ ତିଆରି କରିବାର ନିଷ୍ପତ୍ତି ନେଇଛି।

‘ଇସ୍ରୋ’ ୨୦୧୩ ରୁ ୨୦୧୮ ଭିତରେ IRNSS (Indian Regional Navigation Satellite System) ସାଟେଲାଇଟ୍ ଲଞ୍ଚ କରିଛି। ପରେ ଯାହାର ନାଁ ‘ନାଭିକ୍’ ରଖାଯାଇଛି। ’ନାଭିକ୍’ ଭାରତ ଓ ଏହାର ୧୫୦୦ କିଲୋମିଟର ଆଖପାଖର କ୍ଷେତ୍ରରେ ପୋଜିଶନ୍, ନାଭିଗେସନ୍ ଓ ଟାଇମିଂ ସର୍ଭିସ ଦେଇଥାଏ। ଏହା କେବଳ ଭାରତ ପାଇଁ ରହିଛି। ସେଭଳି ଆମେରିକାର ଜିପିଏସ୍, ଚୀନ୍ର ବିଡୋ,ୟୁରୋପର ଗାଲିଲିଓ ଏବଂ ରୁଷର ଗ୍ଲୋନାସ୍ ପୁରା ବିଶ୍ବରେ କାମ କରିଥାଏ।

‘ଇସ୍ରୋ’ ପୂର୍ବରୁ ୯ ସାଟେଲାଇଟ୍ ଲଞ୍ଚ କରିଛି। ଏଥିରେ ୮ ମହାକାଶରେ ପହଁଞ୍ଚିଥିଲା,କିନ୍ତୁ ୫ ସାଟେଲାଇଟ୍ (IRNSS-1A, 1C, 1D, 1E, 1G)ରେ ସବୁ ତିନି ଅଟୋମେଟିକ୍ କ୍ଲକ୍ ଫେଲ୍ ହୋଇଯାଇଛି। ଆଟୋମିକ୍ କ୍ଲକ୍ ସାଟେଲାଇଟର ସବୁଠାରୁ ଗୁରୁ୍ତ୍ବପୂର୍ଣ୍ଣ ଅଂଶ , ଯାହାକି ସମୟର ସଠିକ୍ ଗଣନା କରିଥାଏ। ଏହାର ବିଫଳତା ଦ୍ବାରା ଏହି ସାଟେଲାଇଟ୍ ବେକାର ହୋଇଯାଇଛି। ଏବେ କେବଳ ୩ ସାଟେଲାଇଟ୍( IRNSS-1B, 1F, 1I)ଥିଲା। IRNSS-1B ର ବୟସ ୧୧ ବର୍ଷ ହୋଇଯାଇଛି। IRNSS-1F ଶେଷ ଆଟୋମିକ୍ କ୍ଲକ୍ ମଧ୍ୟ ୧୩ ମାର୍ଚ୍ଚ ୨୦୨୬ ରେ ଫେଲ୍ ହୋଇଗଲା। ଇସ୍ରୋ କହିଛି,ଏହି ସାଟେଲାଇଟ୍ ଏବେ କେବଳ ମେସେଜିଂ ସର୍ଭିସ ଦେବ, ନାଭିଗେସନ୍ ନୁହେଁ। ଅର୍ଥାତ ଏବେ କେବଳ ୨ଟି ସାଟେଲାଇଟ୍ କୌଣସି ପ୍ରକାରରେ କାମ କରୁଛି।

ପ୍ରଥମ ପିଢ଼ିର ଭୁଲରୁ ଶିକ୍ଷା ନେଇ, ISRO NVS ସିରିଜ୍ (ଦ୍ୱିତୀୟ ପିଢ଼ି) ଲଞ୍ଚ କରିଥିଲା। NVS-01 ମେ ୨୦୨୩ ରେ ଉତକ୍ଷେପଣ କରାଯାଇଥିଲା ଏବଂ ଏହା ଭଲ ଭାବରେ କାର୍ଯ୍ୟ କରୁଛି। ତଥାପି, NVS-02 ଜାନୁଆରୀ ୨୦୨୫ ରେ ଉତକ୍ଷେପଣ ହୋଇଥିଲା ଏବଂ ଭୁଲ କକ୍ଷପଥରେ ଫସି ଯାଇଥିଲା। ଏହାର ଇଞ୍ଜିନ୍ ଜଳିନଥିଲା, ଯାହା ଫଳରେ ଏହା ନାଭିଗେସନ୍ ସର୍ଭିସ ପ୍ରଦାନ କରିପାରିନଥିଲା। ଇସ୍ରୋ ପାଇଁ ମୋଟ ପାଞ୍ଚଟି NVS ସାଟେଲାଇଟ୍ ଆବଶ୍ୟକ, କିନ୍ତୁ କେବଳ ଗୋଟିଏ ସଠିକ୍ ଭାବରେ କାର୍ଯ୍ୟ କରୁଛି। ବାକି ଲଞ୍ଚ ବିଳମ୍ବରେ ହେଉଛି। ୨୦୨୫ରେ ସରକାର କହିଥିଲେ ଯେ ଅବଶିଷ୍ଟ ସାଟେଲାଇଟ୍ ୨୦୨୬ ସୁଦ୍ଧା ଉତକ୍ଷେପଣ କରାଯିବ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଙ୍କେତ ନାହିଁ।

କ’ଣ ରହିଛି ବିପଦ ?

-ସେନାର ନାଭିଗେସନ୍ ଓ ମିସାଇଲ ମାର୍ଗଦର୍ଶନ ପ୍ରଭାବିତ ହେବ।

-ଶତ୍ରୁ ଦେଶ ସହିତ ଯୁଦ୍ଧରେ ସଠିକ୍ ଭାବରେ ଆକ୍ରମଣ କରିବା ଅସମ୍ଭବ।

-ଜାହାଜ, ବିମାନ ଏବଂ ସ୍ଥଳସେନାର ଲୋକେସନ୍ ଭୁଲ ହୋଇପାରେ।

-ଯଦି ‘ନାଭିକ୍’ ସମ୍ପୂର୍ଣ୍ଣ ଫେଲ୍ ହୋଇଯାଏ ତେବେ ଭାରତକୁ ବିଦେଶୀ ସିଷ୍ଟମ ଉପରେ ନିର୍ଭର ହେବାକୁ ପଡିବ। ଯାହାକି ଜାତୀୟ ସୁରକ୍ଷା ପାଇଁ ବିପଦ।