ନୂଆଦିଲ୍ଲୀ, ୧୮।୯: ମ୍ୟାଲେରିଆ ବିରୋଧରେ ଲଢ଼ିବାରେ ଭାରତ ଐତିହାସିକ ପଦକ୍ଷେପ ନେଇଛି ଏଣିକି ଆହୁରି ସହଜ ହେବ ମ୍ୟାଲେରିଆ ନିରାକରଣ ଏହି ଟିକା ବର୍ତ୍ତମାନ ଉପଲବ୍ଧ ଥିବା ଔଷଧ ତୁଳନାରେ ବେଶ୍ ପ୍ରଭାବୀ ରହିବ ବୋଲି ଡାକ୍ତରମାନେ ମତ ଦେଇଛନ୍ତିଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଦେଶରେ ନିର୍ମିତ ପ୍ରଥମ ମ୍ୟାଲେରିଆ ଟିକାକୁ ଅନୁମୋଦନ ଦେଇଛି ଆଡଫାଲସିଭାକ୍ସ ନାମକ ଏହି ଟିକା ଏକକାଳୀନ ମ୍ୟାଲେରିଆର ଅନେକ ପର୍ଯ୍ୟାୟକୁ ନଷ୍ଟ କରିବା ସହ ରୋଗୀଙ୍କୁ ସୁରକ୍ଷା ଦେବାର କ୍ଷମତା ବଜାୟ ରଖେ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଟିକା ୨୦୩୦ ସୁଦ୍ଧା ମ୍ୟାଲେରିଆ ଦୂର କରିବାରେ ଏକ ବଡ଼ ସହାୟକ ପ୍ରମାଣିତ ହେବ

ଆଡଫାଲସିଭାକ୍ସ ନାମକ ଏହି ଟିକା ଭାରତର ପ୍ରଥମ ଟିକା ଯାହା ସବୁଠାରୁ ଘାତକ ମ୍ୟାଲେରିଆ ଜୀବାଣୁ, ପ୍ଲାଜମୋଡିୟମ୍ ଫାଲସିପେରମରୁ ସୁରକ୍ଷା ଦେବା ଲାଗି ଡିଜାଇନ୍ କରାଯାଇଛି ଏହି ଟିକାକୁ ଭୁବନେଶ୍ୱରର ICMRର ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର RMRCରେ ବିକଶିତ ହୋଇଛି ଏହି ଟିକା ରକ୍ତରେ ପହଞ୍ଚିବା ପୂର୍ବରୁ ମ୍ୟାଲେରିଆ ଜୀବାଣୁକୁ ଶରୀର ଭିତରକୁ ଯିବାକୁ ପ୍ରତିରୋଧ କରେ ଏହା କେବଳ ବ୍ୟକ୍ତିକୁ ମ୍ୟାଲେରିଆରୁ ରକ୍ଷା କରେ ନାହିଁ, ବରଂ ଏହି ଟିକା ଏହି ରୋଗକୁ ଅନ୍ୟମାନଙ୍କୁ ବ୍ୟାପିବାରୁ ମଧ୍ୟ ରୋକେ ଆଡାଫାଲସିଭାକ୍ସ ବିଷୟରେ ଆଉ ଏକ ବିଶେଷ କଥା ହେଉଛି ଏହାର ମୂଲ୍ୟ ବହୁତ କମ୍ ତେଣୁ ଏହାକୁ ବହୁ ପରିମାଣରେ ତିଆରି କରାଯାଇପାରିବ ଏବଂ ଏହା ରୁମ୍ ଟେମ୍ପରେଟରରେ ୯ ମାସରୁ ଅଧିକ ସମୟ ପାଇଁ ସଂରକ୍ଷିତ କରି ରଖାଯାଇପାରିବ ତେଣୁ, ଏହି ଟିକା ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ସହଜରେ ଉପଲବ୍ଧ ହୋଇପାରିବ

କିଏ ପ୍ରସ୍ତୁତ କରିବ ଏହି ଟିକା ?

ICMR ୫ଟି ଭାରତୀୟ କମ୍ପାନୀକୁ ଆଡାଫାଲସିଭାକ୍ସ ଉତ୍ପାଦନ କରିବାକୁ ଲାଇସେନ୍ସ ଦେଇଛି ଏହି କମ୍ପାନୀଗୁଡ଼ିକ ଏହି ଟିକାକୁ ବଡ଼ ପରିମାଣରେ ଉତ୍ପାଦନ କରିବା ଏବଂ ଚୂଡ଼ାନ୍ତ ପରୀକ୍ଷଣ ସମାପ୍ତ କରିବା ପରେ ବ୍ୟବହାର ପାଇଁ ଉପଲବ୍ଧ କରାଇବେ ଆସନ୍ତୁ ଜାଣିବା କେଉଁ କେଉଁ କମ୍ପାନିଗୁଡ଼ିକୁ ଏଥିପାଇଁ ଲାଇସେନ୍ସ ମିଳିଛି ଇଣ୍ଡିଆନ୍ ଇମ୍ୟୁନୋଲୋଜିକାଲ୍ସ ଲିମିଟେଡ୍, ଟେକ୍ ଇନଭେନସନ୍ ଲାଇଫକେୟାର ପ୍ରାଇଭେଟ୍ ଲିମିଟେଡ୍, ପାନାକ୍ସିଆ ବାୟୋଟେକ୍ ଲିମିଟେଡ୍, ବାୟୋଲୋଜିକାଲ୍ ଇ ଲିମିଟେଡ୍ ଓ ଜାଇଡସ୍ ଲାଇଫସାଇନ୍ସେସ ଭାରତ ୨୦୨୭ ସୁଦ୍ଧା ଦେଶରେ ନୂତନ ମ୍ୟାଲେରିଆ ମାମଲା ସଂଖ୍ୟାକୁ ଶୂନକୁ ହ୍ରାସ କରିବା ସହ ୨୦୩୦ ସୁଦ୍ଧା ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛି ଗତ ୧୦ ବର୍ଷ ମଧ୍ୟରେ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ୨୦୧୭ରେ, ପ୍ରାୟ ୬୪ ଲକ୍ଷ ମ୍ୟାଲେରିଆ ମାମଲା ରିପୋର୍ଟ ହୋଇଥିଲା ୨୦୨୩ ମସିହାରେ ଏହି ସଂଖ୍ୟା ୩ ହଜାର ୫୦୦କୁ ହ୍ରାସ ପାଇଛି ମହତ୍ତ୍ୱପୂର୍ଣ୍ଣ ସୁଧାର ସତ୍ତ୍ୱେ, ମ୍ୟାଲେରିଆର ସମ୍ପୂର୍ଣ୍ଣ ନିରାକରଣ ଏପର୍ଯ୍ୟନ୍ତ ସହଜ ନୁହେଁ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଉତ୍ତର-ପୂର୍ବ ଭାରତର କିଛି ଅଂଶରେ ମ୍ୟାଲେରିଆ ହାର ଏବେ ବି ଅଧିକ  

କହିରଖୁଛୁ ଯେ, ମୌସୁମୀ ପରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମ୍ୟାଲେରିଆ ମାମଲା ବୃଦ୍ଧି ପାଇଛି । କେବଳ ସେପ୍ଟେମ୍ବରରେ ଦିଲ୍ଲୀରେ ୨୬୪ ମାମଲା ରିପୋର୍ଟ ହୋଇଛି ଏହା ଗତ ୪ ବର୍ଷ ମଧ୍ୟରେ ସର୍ବାଧିକ ସଂଖ୍ୟା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆଡାଫାଲସିଭାକ୍ସ ମ୍ୟାଲେରିଆ ବିରୁଦ୍ଧରେ ଏକ ବଡ଼ ପଦକ୍ଷେପ ପ୍ରମାଣିତ ହୋଇପାରେ ଏହି ଟିକା ମାରାତ୍ମକ ଜୀବାଣୁ ପ୍ଲାସମୋଡିୟମ୍ ଫାଲସିପେରମକୁ ରୋକିଥାଏ ଏବଂ ରୋଗ ବ୍ୟାପିବାକୁ ମଧ୍ୟ ରୋକିଥାଏ ଯଦି ଭାରତର ପରୀକ୍ଷଣ, ଚିକିତ୍ସା ପଦ୍ଧଚି ଏବଂ ଆଡାଫାଲସିଭାକ୍ସ ଏକାଠି ହୁଅନ୍ତି, ତେବେ ମ୍ୟାଲେରିଆ ନିରାକରଣର ଗତି ଆହୁରି ବୃଦ୍ଧି ପାଇବ ମଣିଷ ଉପରେ ଏହି ଟିକାର କ୍ଲିନିକାଲ୍ ପରୀକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଡାକ୍ତରମାନେ ଆଶା କରୁଛନ୍ତି ଯେ ଏହି ଟିକା ଭାରତକୁ ସମୟ ପୂର୍ବରୁ ମ୍ୟାଲେରିଆ ମୁକ୍ତ କରିବାରେ ସାହାଯ୍ୟ କରିବ