ନୂଆଦିଲ୍ଲୀ,୦୯/୦୩: ମନର ଶାନ୍ତି ପାଇଁ ଟିକେ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କଲେ ଶାନ୍ତି ମିଳିଥାଏ । ମନରେ ଦ୍ବନ୍ଦ ଦୂର ହୋଇଯାଏ । ହେଲେ ଏମିତି ଏକ ଦେଶ ରହିଛି ଯେଉଁଠି ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଅପରାଧ ବୋଲି ଧରାଯାଏ । ଖାଲି ସେତିକି ନୁହେଁ ଜେଲ ଦଣ୍ଡାଦେଶ ମଧ୍ୟ ଭୋଗିବାକୁ ପଡିଥାଏ । ଭାରତର ଏମିତି ଏକ ପଡୋଶୀ ଦେଶ ରହିଛି ଯେଉଁଠି ମନ୍ଦିରଗୁଡିକୁ ଯିବା ବ୍ୟାନ୍ କରାଯାଇଛି । ପଡୋଶୀ ଦେଶ କଥା କହିଲେ ଆପଣ ଭାବୁଥିବେ ଏହା ପାକିସ୍ତାନ କିମ୍ବା ବାଂଲାଦେଶ । କିନ୍ତୁ ନା ସେହି ପଡୋଶୀ ଦେଶ ହେଉଛି ମାଲଦ୍ବୀପ ।
ଛୋଟ ଦେଶର କଡ଼ା ନିୟମ- ବିଶ୍ବରେ ଏମିତି ଏକ ଦେଶ ରହିଛି ଯେଉଁଠି ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିବା ଅପରାଧ । ସେଠାରେ କୌଣସି ମନ୍ଦିର ନଥାଏ କି ସେଠି କେହି ଦେବାଦେବୀଙ୍କୁ ପୂଜା କରନ୍ତି ନାହିଁ । ଯଦି କେହି ହିନ୍ଦୁ ଦେବାଦେବୀଙ୍କୁ ପୂଜା କରନ୍ତି ତେବେ ତାହାକୁ ଆଇନ ଅନୁଯାୟୀ ଅପରାଧ ବୋଲି ଧରାଯାଏ । ତାଙ୍କୁ ଜେଲ ଯିବାକୁ ପଡିଥାଏ । ଦେଶଟି ଭାରତର ପଡୋଶୀ । ଆପଣ ଭାବୁଥିଲେ ଆମେ ପାକିସ୍ତାନ କିମ୍ବା ବାଂଲାଦେଶ କଥା କହୁଛୁ । କିନ୍ତୁ ନା ଭାରତର ସେହି ପଡୋଶୀ ଦେଶ ହେଉଛି ମାଳଦ୍ବୀପ । ସେଠାରେ ହିନ୍ଦୁ ଧର୍ମାବଲମ୍ବୀଙ୍କୁ ପୂଜା ଉପାସନା କଲେ ଆଇନ ଅନୁସାରେ ଦଣ୍ଡିତ କରାଯାଏ । ପୂଜା କଲେ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ । ଛୋଟ ଦେଶଟିଏ ହୋଇଥିଲେ ବି ଧର୍ମକୁ ନେଇ କଡା ନିୟମ ରହିଛି ।
ଗୁପ୍ତ ଭାବେ ପୂଜାର୍ଚ୍ଚନା କରନ୍ତି ହିନ୍ଦୁ- ଏକଦା ମାଳଦ୍ବୀପ ବୌଦ୍ଧ ଓ ହିନ୍ଦୁ ବହୁଳ ଦେଶ ଥିଲା । ସେଠାରେ ରାଜାରାଜୁଡା ଶାସନ ଚାଲୁଥିଲା । ହେଲେ ଏବେ ସେଠାରେ ମନ୍ଦିରଗୁଡିକରେ ବ୍ୟାନ ଲାଗିଛି । ପୂଜାପାଠ କଲେ ଜେଲ ଦଣ୍ଡ ବିଧାନ ରହିଛି । କେବଳ ଇସଲାମ ବ୍ୟତୀତ ଅନ୍ୟ କୌଣସି ଧର୍ମର ଉପାସନା, ପ୍ରଚାର ପ୍ରସାରକୁ ପ୍ରଶୟ ଦିଆଯାଏ ନାହିଁ । ଅନ୍ୟ ଧର୍ମର ଉପାସନାକୁ ଏଠାରେ ଅପରାଧ ମଣାଯାଏ । ଏପରି କଠୋର କଟକଣା ପାଇଁ ମାଲଦ୍ବୀପରେ ହିନ୍ଦୁ ଧର୍ମାବଲମ୍ବୀ ଘରେ ଲୁଚି କରି ପୂଜାର୍ଚ୍ଚନା କରିଥାନ୍ତି । ସେଠାରେ ରହୁଥିବା ଭାରତୀୟ ନାଗରିକମାନେ ଘରେ ଗୁପ୍ତ ଭାବେ ପୂଜାପାଠ କରନ୍ତି ।

ମାଳଦ୍ବୀପର ଜନସଂଖ୍ୟା ପ୍ରାୟ ୫.୫ ଲକ୍ଷ । ମାଳଦ୍ୱୀପ ସମ୍ବିଧାନ ଅନୁସାରେ ସେଠାରେ ସମସ୍ତ ନାଗରିକ ମୁସଲିମ ହେବା ଅପରିହାର୍ଯ୍ୟ । ଅଣ-ଇସଲାମିକ ଧାର୍ମିକ ପ୍ରଥା, ପରମ୍ପରା ଓ ପୂଜାସ୍ଥଳ ଉପରେ କଡା ପ୍ରତିବନ୍ଧକ ରହିଛି । ଏଠାରେ ଆଦୌ ମନ୍ଦିର ନାହିଁ । ଭାରତ ସମେତ ବିଶ୍ବରେ ହିନ୍ଦୁ ଧର୍ମ ଉପାସନାକୁ ନେଇ କୌଣସି କଟକଣା ନାହିଁ । ମୁସଲିମ ବହୁଳ ପାକିସ୍ତାନ ଓ ବାଂଲାଦେଶରେ ବି ଏକାଧିକ ହିନ୍ଦୁ ମନ୍ଦିର ରହିଛି । ଏଠାରେ ପୂଜାପାଠ କରାଯାଏ ପର୍ବପର୍ବାଣୀ ପାଳନ କରାଯାଏ । ମାତ୍ର ମାଳିଦ୍ବୀପ ଏମିତି ଏକ ଦେଶ ଯେଉଁଠି ମନ୍ଦିର ବ୍ୟାନ ହୋଇଛି ।