ପାରାଦୀପ, ୨୩/୦୪ : ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନି ପରିମାଣ ୭୨ ହଜାର କୋଟି ଅତିକ୍ରମ କରିଛି। ଦେଶରୁ ସାମୁଦ୍ରିକ ଉତ୍ପାଦ ରପ୍ତାନି ଇତିହାସରେ ଏହା ସର୍ବକାଳୀନ ସର୍ବାଧିକ ରେକର୍ଡ। ଫ୍ରୋଜେନ୍ ଚିଙ୍ଗୁଡ଼ି ରପ୍ତାନିରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଆମେରିକା ଏବଂ ଚୀନ୍ ଆମଦାନିକାରୀ ଦେଶ ମାନଙ୍କ ମଧ୍ୟରେ ସବୁଠୁ ଶୀର୍ଷରେ ରହିଛନ୍ତି । ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଏମ୍ପିଇଡିଏ) ଏକ ପ୍ରେସ ବିଜ୍ଞପ୍ତିରେ ଏହି ତଥ୍ୟ ଜଣାଇଛନ୍ତି।
ମିଳିଥିବା ତଥ୍ୟ ମୁତାବକ, ୨୦୨୫- ୨୬ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନି ରେକର୍ଡ ୭୨,୩୨୫.୮୨ କୋଟିକୁ ବୃଦ୍ଧି ପାଇଛି । ସାମଗ୍ରୀର ପରିମାଣ ୧୯.୩୨ ଲକ୍ଷ ମେଟ୍ରିକ୍ ଟନ୍ରେ ପହଞ୍ଚିଛି । ଫ୍ରୋଜେନ ଚିଙ୍ଗୁଡ଼ି ପ୍ରାଥମିକ ଅଭିବୃଦ୍ଧି ବାହକ ଭାବରେ ରହିଥିଲା, ଯାହାର ଅବଦାନ ୪୭,୯୭୩.୧୩ କୋଟି ରହିଛି । ଯାହା ମୋଟ ରପ୍ତାନି ଆୟର ଦୁଇତୃତୀୟାଂଶରୁ ଅଧିକ । ଚିଙ୍ଗୁଡ଼ିର ରପ୍ତାନି ପରିମାଣରେ ୪.୬% ଏବଂ ମୂଲ୍ୟରେ ୬.୩୫% ବୃଦ୍ଧି ପାଇଛି । ଯାହା ଭାରତର ସାମୁଦ୍ରିକ ଉତ୍ପାଦ ରପ୍ତାନି ବାସ୍କେଟରେ ଏହାର ପ୍ରାଧାନ୍ୟକୁ ସୁଦୃଢ଼ କରିଛି । ଦ୍ୱିତୀୟ ବୃହତ୍ତମ ଗନ୍ତବ୍ୟସ୍ଥଳ ଚୀନକୁ ରପ୍ତାନି ମୂଲ୍ୟରେ ୨୨.୭% ଏବଂ ପରିମାଣରେ ୨୦.୧ ଧ ବୃଦ୍ଧି ପାଇଛି । ଏଥିରୁ ୟୁରୋପୀୟ ସଂଘ ଲାଭ ପାଇଛି । ରପ୍ତାନି ମୂଲ୍ୟରେ ୩୭.୯ ଧ ଏବଂ ପରିମାଣରେ ୩୫.୨% ବୃଦ୍ଧି ପାଇଛି । ଜାପାନକୁ ରପ୍ତାନି ମୂଲ୍ୟରେ ୬.୫୫% ବୃଦ୍ଧି ପାଇଛି, ଯେତେବେଳେ ପଶ୍ଚିମ ଏସିଆକୁ ରପ୍ତାନି ମୂଲ୍ୟରେ ୬.୫୫ ଧ ବୃଦ୍ଧି ପାଇଛି ।
ଆର୍ଥିକ ବର୍ଷର ଶେଷ ଭାଗରେ ଏହି ଅଞ୍ଚଳରେ ଦେଖା ଦେଇଥିବା ଅସ୍ଥିରତା ଯୋଗୁଁ ୦.୫୫%ର ସାମାନ୍ୟ ହ୍ରାସ ପାଇଛି । କେତେକ ବଜାରରେ ଦୃଢ଼ ଅଭିବୃଦ୍ଧି ରେକର୍ଡ କରାଯାଇଛି। ଯାହା ବାଣିଜ୍ୟ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସ୍ପଷ୍ଟ ପରିବର୍ତ୍ତନକୁ ସୂଚିତ କରୁଛି । ଉତ୍ପାଦ ଦିଗରେ, ଫ୍ରୋଜେନ୍ ମାଛ, ସ୍କିଡ୍, କଟଲ୍ଫିସ୍, ଶୁଖିଲା ଜିନିଷ ଏବଂ ଜୀବନ୍ତ ଉତ୍ପାଦର ରପ୍ତାନି ସକାରାତ୍ମକ ଗତି ଦେଖାଇଛି। ସୁରିମି, ମାଛମିଲ୍ ଏବଂ ମାଛ ତେଲର ରପ୍ତାନି ଉନ୍ନତ ପ୍ରଦର୍ଶନ ରିପୋର୍ଟ ରହିଛି । ଲଜିଷ୍ଟିକ୍ସ ଦୃଷ୍ଟିରୁ ଶ୍ରେଷ୍ଠ ପାଞ୍ଚଟି ବନ୍ଦର-ଭାଇଜାଗ୍, ଜେଏନ୍ପିଟି, କୋଚି, କୋଲ୍କାତା ଏବଂ ଚେନ୍ନାଇ ମୋଟ ରପ୍ତାନି ମୂଲ୍ୟର ପ୍ରାୟ ୬୪% ପାଇଁ ଦାୟୀ, ଯାହା ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନି ଯୋଗାଣ ଶୃଙ୍ଖଳରେ ସେମାନଙ୍କର ନିରନ୍ତର ଗୁରୁତ୍ୱକୁ ଉଲ୍ଲେଖ କରିଥାଏ ବୋଲି ଏମ୍ପିଇଡିଏ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଖବରଟିକୁ ପଢନ୍ତୁ- ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି: ଏଣିକି ପରିବହନ-ଟ୍ରାଫିକ୍ର ନୂଆ କ୍ୟାଡର୍ ରୁଲ