ଦଳରେ ମଧ୍ୟପ୍ରଦେଶ ଅଲରାଉଣ୍ଡର ସରାଂଶ ଜୈନଙ୍କ ଚୟନ ସମସ୍ତଙ୍କୁ ଚକିତ କରିଛି । ସରାଂଶ ଜଣେ ବାମହାତୀ ବ୍ୟାଟସମ୍ୟାନ୍ ଏବଂ ଜଣେ ଡାହାଣହାତୀ ଅଫ୍ ସ୍ପିନର । ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ, ସେ ୫୪ଟି ମ୍ୟାଚରେ ୨,୨୦୦ ରୁ ଅଧିକ ରନ ସଂଗ୍ରହ କରିଛନ୍ତି ଏବଂ ୧୮୮ଟି ୱିକେଟ ନେଇଛନ୍ତି ।

ଏହା ବି ପଢନ୍ତୁ...CWG 2026: ଜୀବନ ହାରିବାକୁ ଚାହୁଁଥିଲେ ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିବା ଶର୍ମିଳା, ଦ୍ୱିତୀୟ ସ୍ୱାମୀ ବଦଳାଇଲେ ଜୀବନ 

ଖେଳାଯିବ ୨ଟି ଟେଷ୍ଟ ମ୍ୟାଚ୍- ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ରୁ୧୯ ତାରିଖରେ ଗାଲେରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ କଲୋମ୍ବୋରେ ଅଗଷ୍ଟ ୨୩ରୁ ୨୭ ଯାଏ ଚାଲିବ । ଅଗଷ୍ଟ ୪ ତାରିଖରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ । ଅଗଷ୍ଟ ୭ରେ ୪ ଦିନିଆ ୱାର୍ମ ଅପ୍ ମ୍ୟାଚ୍ ଖେଳିବ ।

ଭାରତୀୟ ଟିମ୍- ଶୁଭମନ ଗିଲ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଧ୍ରୁଭ ଜୁରେଲ, ଦେବଦତ୍ତ ପାଡ଼ିକଲ, ମାନବ ସୂତାର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୁର ବ୍ରାର, ସାରାଂଶ ଜୈନ ।