ନୂଆଦିଲ୍ଲୀ : ଏଣ୍ଟରଟେନମେଣ୍ଟର ଦୁନିଆରେ ଦୀପାବଳି ଅବସରରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ରୋହିତ ବଳଙ୍କ ହୋଇଛି ନିଧନ। ସେ ଗତବର୍ଷରୁ ହାର୍ଟ ସମ୍ୱନ୍ଧୀୟ ରୋଗୀରେ ପୀଡ଼ିତ ଥିଲେ। ରୋହିତ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତାଙ୍କ ନିଧନର ହଠାତ୍‌ ଖବର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ସୋସିଆଲ ମିଡ଼ିଆରେ ସେଲେବ୍ସ ଓ ଫ୍ୟାନ୍ସ ରୋହିତଙ୍କୁ ଲୁହ ଭରା ଆଖିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରୋଗ କାରଣରୁ ରୋହିତ କିଛି ଦିନ ହେବ ଫ୍ୟାସନ ୱାର୍ଲ୍ଡରୁ ଦୂରେଇ ଯାଇଥିଲେ। ଗତ ବର୍ଷ ହିଁ ସେ କମବ୍ୟାକ୍‌ କରିଥିଲେ। ଲେକମେ ଇଣ୍ଡିଆ ଫ୍ୟାଶନ ୱିକ୍‌ ତାଙ୍କର ଶେଷ ଶୋ ଥିଲା, ଯେଉଁଠି ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ପାଇଁ ଶୋ’ ଷ୍ଟପର ହୋଇ ଥିଲେ। ରାପ୍‌ରେ ରୋହିତ କିଛି ମାତ୍ରାରେ ଅପ୍ରସ୍ତୁତ ଥିଲେ, ଏହା ଦେଖି ପ୍ରଶଂସକଙ୍କୁ ରୋହିତଙ୍କ ସ୍ୱାସ୍ଥ୍ୟ ଚିନ୍ତା ଘାରି ଥିଲା। 

ଉଲ୍ଲେଖନୀୟ ଯେ, ରୋହିତ ବଳ ଫ୍ୟାଶନ ଇଣ୍ଡଷ୍ଟ୍ରୀର ଜଣେ ବଡ଼ ନାଁ ଥିଲେ। ୮ମେ ୧୯୬୧ରେ ଶ୍ରୀନଗରରେ ଜନ୍ମ ହୋଇଥିବା ରୋହିତଙ୍କ ଜନ୍ମ କଶ୍ମୀରୀ ପଣ୍ଡିତଙ୍କ ପରିବାରରେ ହୋଇଥିଲା। ଶ୍ରୀନଗରରୁ ସେ ନିଜ ପାଠପଢା ପୂରା କରି ଥିଲେ। ପରେ ତାଙ୍କ ପରିବାର ଦିଲ୍ଲୀ ଶିଫ୍ଟ ହୋଇ ଥିଲେ। ଏଠାରେ ସେ ଆଗାମୀ ଷ୍ଟଡି ପୂରା କରିଥିଲେ। ରୋହିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ ଟେକ୍ନୋଲଜିରୁ ଫ୍ୟାଶନର କୋର୍ସ କରି ଥିଲେ। ୧୯୮୬ରେ ସେ ନିଜ ଭାଇଙ୍କ ସହ ଆର୍କିଡ୍‌ ଓଭରସିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ସ୍ଥାପନା କରି ନିଜ କ୍ୟାରିୟର ଆରମ୍ଭ କରିଥିଲେ।

 

ପୁଣି ୧୯୯୦ରେ ରୋହିତ ନିଜର କଲେକ୍ସନକୁ ଇଣ୍ଡିପେଣ୍ଟଲି ଲଞ୍ଚ କରିଥିଲେ। ସେ ଖଦୀ ଗ୍ରାମ୍‌ ଉଦ୍ୟୋଗ ସହ ମଧ୍ୟ କୋଲେବୋରେଟ କରିଥିଲେ। କ୍ୱିଜ୍‌ ଶୋ’ କୌନ ବନେଗା କରୋଡପତି ପାଇଁ ସେ କଷ୍ଟ୍ୟୁମ୍‌ ଡିଜାଇନ କରି ଥିଲେ। ରୋହିତଙ୍କ ବଲିଉଡ୍‌ ସେଲେବ୍ସଙ୍କ ସହ ଭଲ ସଂପର୍କ ଥିଲା। ଫିଲ୍ମ ଷ୍ଟାରଙ୍କ ମଧ୍ୟରେ ସେ ଓ ତାଙ୍କର ଡିଜାଇନ ଫେମସ ଥିଲେ। ରୋହିତ ଦିଲ୍ଲୀ , ମୁମ୍ୱାଇ ,ବେଙ୍ଗାଲୁରୁ, ଅହମ୍ମଦାବାଦରେ ନିଜର ଷ୍ଟୋର ଖୋଲି ଥିଲେ। କଷ୍ଟ୍ୟୁମ୍‌ ପରେ ସେ ଜୁଏଲାରୀ ଡିଜାଇନିଂ ଫିଲ୍ଡରେ ଏଣ୍ଟ୍ରି କରି ଥିଲେ।

ରୋହିତ ପଦ୍ମ ଓ ମୟୂରର ଡିଜାଇନ୍ସ ପାଇଁ ଜଣାଶୁଣା ଥିଲେ। ସେ ଭେଲଭେଟ୍‌ , ବ୍ରୋକେଡ୍‌ ଭଳି ହାଇ କ୍ୱାଲିଟି ଫେବ୍ରିକ୍‌ର ଅଧିକ ବ୍ୟବହାର କରୁଥିଲେ। ଏହାର କାରଣରୁ ତାଙ୍କ ଦ୍ୱାରା ନିର୍ମିତ ଆଉଟଫିଟ୍‌ ରୟାଲ ଲାଗୁ ଥିଲା।