ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଅପରିଷ୍କାର ସିଟ୍‌ ଦେବା ପଡ଼ିଲା ମହଙ୍ଗା, ଇଣ୍ଡିଗୋକୁ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଫାଇନ୍

Published By : Anindita Ratha | August 10, 2025 12:15 PM

ନୂଆଦିଲ୍ଲୀ,୧୦/୦୮: ଅପରିଷ୍କାର ସିଟ୍‌ ଦେବା ପଡ଼ିଲା ମହଙ୍ଗା। ଯାତ୍ରୀଙ୍କୁ ୧.୭୫ ଲକ୍ଷ ଟଙ୍କା ଦେବ ଇଣ୍ଡିଗୋ ଏୟାରଲାଇନ୍ସ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ଉପଭୋକ୍ତା ଫୋରମ୍ । ପିଙ୍କି ନାମକ ଏକ ମହିଳା ଇଣ୍ଡିଗୋ ଏୟାରଲାଇନ୍ସରେ ଭୋଗିଥିବା ଅସୁବିଧାକୁ ନେଇ ଫୋରମ୍‌ର ଦ୍ବାରସ୍ଥ ହୋଇଥିଲେ ।  ଉପଭୋକ୍ତା ଫୋରମ୍ ଏହା ଉପରେ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି। 

ଅଭିଯୋଗ ଅନୁଯାୟୀ, ଜାନୁଆରୀ ୨ ତାରିଖରେ ବାକୁରୁ ନୂଆଦିଲ୍ଲୀ ଯାଉଥିବା  ଇଣ୍ଡିଗୋ ବିମାନରେ ପିଙ୍କିଙ୍କୁ 'ଅପରିଷ୍କାର, ମଇଳା ଏବଂ ଦାଗଯୁକ୍ତ' ସିଟ୍ ଦିଆଯାଇଥିଲା। ଏନେଇ ସେ ଅଭିଯୋଗ କରିଥିଲେ, ହେଲେ ଏୟାରଲାଇନ୍ସ ଏହାକୁ ହାଲୁକା ଭାବରେ ନେଇଥିଲା । ମାତ୍ର ଏହାକୁ ନେଇ ମହିଳାଙ୍କ ଜଣକ ଉପଭୋକ୍ତା ଫୋରମରେ ପହଞ୍ଚିଥିଲେ । ତେବେ ଏହାକୁ ବିଚାର କରି ଜୁଲାଇ ୯ ତାରିଖରେ ଫୋରମ୍ ଏୟାରଲାଇନ୍ସ ବିରୋଧରେ ନିଷ୍କତ୍ତି ଦେଇଛନ୍ତି  । ଉପଭୋକ୍ତା ଫୋରମ୍ ନିଜ ଆଦେଶରେ କହିଛନ୍ତି, ଆମେ ବିଶ୍ୱାସ କରୁଛୁ ଯେ ଯାତ୍ରୀଙ୍କୁ ସେବାରେ ଯୋଗାଇବା ଅଭାବ ପାଇଁ ଇଣ୍ଡିଗୋ ଦୋଷୀ। ମହିଳାଙ୍କୁ ହୋଇଥିବା ଅସୁବିଧା ଏବଂ ମାନସିକ ଚାପକୁ ବିଚାର କରି, ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବା ଉଚିତ୍। ତେଣୁ ଇଣ୍ଡିଗୋକୁ କ୍ଷତିପୂରଣ ବାବଦକୁ ୧.୭୫ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଫୋରମ୍ ମାମଲା ଖର୍ଚ୍ଚ ଭାବରେ ୨୫,୦୦୦ ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.