ଜାକର୍ତ୍ତା,୧୮/୦୧: ଇଣ୍ଡୋନେସିଆରେ ୧୧ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଶନିବାର କେଉଁଆଡ଼େ ନିଖୋଜ ହୋଇଯାଇଛି । ଦେଶର ରାଡାରରୁ ଏହା ଉଭାନ ହୋଇଯାଇଛି । ବିମାନଟି ଜାଭା ଦ୍ୱୀପରୁ ସୁଲାଭେସି ଦ୍ୱୀପ ଅଭିମୁଖେ ଯାଉଥିଲା । ପାହାଡ଼ିଆ ଅଞ୍ଚଳରେ ପହଞ୍ଚିବା କ୍ଷଣି ଗ୍ରାଉଣ୍ଡ କଣ୍ଟ୍ରୋଲରୁ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।
ଅଧିକାରୀଙ୍କ ମୁତାବକ, ବିମାନରେ ୮ ଜଣ କ୍ରୁ ଓ ୩ ଜଣ ଯାତ୍ରୀ ଥିଲେ । ଏବେ ଏହାକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ନିଖୋଜ ଥିବା ଟର୍ବୋପ୍ରପ୍ ଏଟିଆର୍ ୪୨-୫୦୦ ବିମାନ ଇଣ୍ଡୋନେସିଆ ଏୟାର ଟ୍ରାନ୍ସପୋର୍ଟର ଥିଲା । ପରିବହନ ମନ୍ତ୍ରଣାଳୟର ମୁଖପାତ୍ର ଏଣ୍ଡାହ ପୁର୍ନାମା ସାରୀ କହିଛନ୍ତି, ବିମାନକୁ ଅପରାହ୍ନ ୧ଟା ୧୭ରେ ମରୋସ ଜିଲ୍ଲାର ଲେଆଙ୍ଗ-ଲେଆଙ୍ଗ ଅଞ୍ଚଳରେ ଶେଷଥର ପାଇଁ ରାଡାରରେ ଦେଖିବାକୁ ମିଳିଥିଲା ।