ନୂଆଦିଲ୍ଲୀ,୧୦/୦୪:   ମଧ୍ୟପ୍ରଦେଶର ଇନ୍ଦୋରରେ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଚିକିତ୍ସା ସଫଳ  ହୋଇଛି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ ୧ ବର୍ଷ ଶିଶୁର ଗଳାରେ ଥିବା ଏକ ୩ ଇଞ୍ଚ ଲମ୍ବା ଜୀବନ୍ତ ମାଛକୁ ସଫଳତାର ସହ ସୁରକ୍ଷିତ ଭାବରେ ବାହାର କରିଛନ୍ତି। ଫଳରେ ଶିଶୁଟିର ଜୀବନ ବଞ୍ଚିଯାଇଛି।

ସୂଚନା ମୁତାବକ,  ଶିଶୁଟିର ପରିବାର ସଦସ୍ୟମାନେ ଘରେ ରଖାଯାଇଥିବା ଆକ୍ୱାରିୟମ ସଫା କରୁଥିଲେ। ସଫା କରିବା ସମୟରେ ଶିଶୁଟିର ଭାଇ ହାତରେ ଏକ ମାଛ ଧରିଥିଲେ। ପାଖରେ ଖେଳୁଥିବା ବର୍ଷକର ଶିଶୁଟି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଦୁର୍ଘଟଣାବଶତଃ ଜୀବନ୍ତ ମାଛଟି ଶିଶୁଟିର ପାଟି ଭିତରକୁ ପଶି ଗଳାରେ ଅଟକିଯାଇଥିଲା। ଶିଶୁଟିକୁ ତୁରନ୍ତ MY ହସ୍ପିଟାଲକୁ ଅଣାଯାଇଥିଲା। ଶିଶୁଟି ନିଶ୍ୱାସ ନେଇପାରୁନଥିବା ସହ କାନ୍ଦି ମଧ୍ୟପାରୁ ନ ଥିଲା। ତାଙ୍କ ପାଟିରୁ ରକ୍ତ ବାହାରୁ ଆସୁଥିଲା ଏବଂ ଅମ୍ଳଜାନର ଅଭାବରୁ ତାଙ୍କ ଶରୀର ନୀଳ ହେବାକୁ ଲାଗିଥିଲା। ପରିସ୍ଥିତିରଦେଖି, ଇଏନଟି ବିଭାଗର ମୁଖ୍ୟ ଡାକ୍ତର ୟାମିନୀ ଗୁପ୍ତାଙ୍କ ନେତୃତ୍ୱରେ ତୁରନ୍ତ ବିଶେଷଜ୍ଞଙ୍କ ଏକ ଦଳକୁ ଏକତ୍ରିତ କରାଯାଇଥିଲା। 

ଆହୁରି ପଢନ୍ତୁ- ୬୦ଫୁଟ୍ ଗଭୀର ବୋରୱେଲ ଭିତରକୁ ଖସି ପଡ଼ିଲା କୁନି ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ତେବେ ମାଛଟି କେବଳ ତିନି ଇଞ୍ଚ ଲମ୍ବା ନୁହେଁ ବରଂ ଗଳା ଭିତରେ ଜୀବିତ ଥିଲା। ମାଛର ଡେଣା ଏବଂ ଗାଲିସିର ଫଡ଼ଫଡ଼ ପିଲାଟିର ଖାଦ୍ୟନଳୀ ଏବଂ ଶ୍ୱାସନଳୀ ଫାଟିଯିବାର ଏକ ଗମ୍ଭୀର ବିପଦ ସୃଷ୍ଟି କରିଥିଲା। ହେଲେ ଡାକ୍ତରମାନେ ଏକ ଏଣ୍ଡୋସ୍କୋପିକ ପ୍ରକ୍ରିୟା ବ୍ୟବହାର କରି ମାଛକୁ ସଫଳତାର ସହ ବାହାର କରିଥିଲେ। ସଫଳ ଅପରେଶନ ପରେ ତୁରନ୍ତ ପିଲାଟିର ନିଶ୍ୱାସ ସ୍ବାଭାବିକ ହେବା ସହ ତାକୁ ବିପଦମୁକ୍ତ କରାଯାଇଥିବା ଜଣାପଡିଛି।